Masthead

କବାଡ଼ି ଖାନାରେ ଉଜ୍ୱଳା ସିଲିଣ୍ଡର

ଭୋପାଳ(ବଡ଼ ଖବର ବ୍ୟୁରୋ): କବାଡ଼ି ଖାନାରେ ଉଜ୍ୱଳା ସିଲିଣ୍ଡର । ସୁରକ୍ଷିତ ତଥା ସ୍ୱଚ୍ଛ ରୋଷେଇ ଗ୍ୟାସ ଯୋଗାଇବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ୨୦୧୬ ମସିହା ମେ’ ୧ ତାରିଖରେ ଉଜ୍ୱଳା ଯୋଜନା ଆରମ୍ଭ କରିଥିଲେ । ଏହାର ମୂଳ ଲକ୍ଷ୍ୟ ଥିଲା ଗରିବ ଲୋକମାନଙ୍କୁ ସ୍ୱଚ୍ଛ ଗ୍ୟାସ ଯୋଗାଇବା । କାହିଁକିନା ଚୁଲିରେ ଅସରୁକ୍ଷିତ ଓ ପ୍ରଦୂଷିତ ଇନ୍ଧନ ଦ୍ୱାରା ଗରିବ ଲୋକମାନେ ନା’ନା’ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଏହି ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ଏବେ ବି କେନ୍ଦ୍ରସରକାର ଏପିଏଲ ଓ ବିପିଏଲ ରାସନକାର୍ଡ ହିତାଧୀକାରୀ ମହିଳାମାନଙ୍କୁ ଘରୋଇ ରୋଷେଇ ଗ୍ୟାସ ଉପଲବ୍ଧ କରାଉଛନ୍ତି । ପ୍ରଥମ ରିଫିଲ ପରେ ଉଜ୍ବଳା ସିଲିଣ୍ଡରଗୁଡ଼ିକ ସେମାନଙ୍କ ଘରେ ବେକାର ପଡ଼ି ରହୁଥିବା ଦେଖାଯାଉଛି ।

ଏପରି ଏକ ଚିତ୍ର ଦେଖିବା ପାଇଁ ମିଳିଛି ମଧ୍ୟପ୍ରଦେଶର ଭିଣ୍ଡର ଠାରେ । ଯେଉଁଠାରେ କବାଡିଆଖାନା ଗୁଡ଼ିକରେ ଉଜ୍ୱଳା ସିଲିଣ୍ଡର ଦେଖିବାକୁ ମିଳିଛି । ଏପରିକି ଉଜ୍ୱଳା ଯୋଜନା କାର୍ଯ୍ୟକାରୀ ହେବା ସହ ଯେଉଁ ଚୁଲା ମିଳିଥିଲା, ସେଗୁଡ଼ିକୁ ମଧ୍ୟ କବାଡ଼ିଆମାନଙ୍କୁ ହିତାଧିକାରୀ ବିକ୍ରି କରିଦେଉଛନ୍ତି । ଏହାର ମୂଳ କାରଣଟି ହେଉଛି ଏଲପିଜି ଗ୍ୟାସ ସିଲିଣ୍ଡର ପିଛା ଦାମ ୧୦୫୦ ଟଙ୍କା ପହଞ୍ଚିବା । ଗରିବ ହିତାଧିକାରୀମାନଙ୍କ ପାଖରେ ମାସକର ଜାଳେଣି ପାଇଁ ଏତେ ଟଙ୍କା କେଉଁଠୁ ଆସିବ ?

ସେପଟେ କେବଳ ସିଲିଣ୍ଡର ଦେଇ ବାଃ ବାଃ ସାଉଣ୍ଟୁଥିବା ସରକାର ସିଲିଣ୍ଡର ଯୋଗାଇ ତାଙ୍କ କାର୍ଯ୍ୟ ସମାପ୍ତ ହୋଇ ଯାଇଛି ବୋଲି ଭାବୁଛନ୍ତି । ଦିନ ମଜୁରୀୟା ପାଖରେ ଏତେ ଟଙ୍କା କେଉଁଠୁ ଆସିବ ଯେ ସେ ଯାଇ ଗ୍ୟାସ ଭର୍ତ୍ତି କରିବେ ? ଅନ୍ୟପଟେ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜୀନ ସରକାର ଚାଲିଛି । ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଆରମ୍ଭ ହୋଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ