Masthead

‘ବଡ଼ ଖବର’ର ପ୍ରଭାବ. କୋଭିଡ କିଟ୍ ବିକା ମହଙ୍ଗା ପଡିଲା

 ଅସ୍ତରଙ୍ଗ (ବଡ଼ ଖବର ବ୍ୟୁରୋ): ସରକାରୀ ସାମଗ୍ରୀ ବିଚ୍ ବଜାରରେ ବିକ୍ରି କରିବା ଜଣେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ମହଙ୍ଗା ପଡିଛି । ଏହି ଖବର ପ୍ରଥମେ ‘ବଡ଼ ଖବର’ରେ ପ୍ରକାଶ ପାଇବା ପରେ ପ୍ରଶାସନର ଚୈତନ୍ୟ ଉଦୟ ହୋଇଥିଲା । ପୋଲିସ ଜଣେ ସ୍ୱାସ୍ଥ୍ୟା ବିଭାଗର କର୍ମଚାରୀଙ୍କୁ ଗିରଫ କରିବାକୁ ବାଧ୍ୟ ହୋଇଛି । ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲାର ରତନପୁର ଅଞ୍ଚଳରେ । ଲୋକଙ୍କୁ ମାଗଣାରେ କରୋନା ପରୀକ୍ଷା ପାଇଁ ସରକାର ଯୋଗାଇଦେଇଥିବା କୋଭିଡ ଆଣ୍ଟିଜେନ ଟେଷ୍ଟ କିଟ୍ ବଜାରରେ ବିକ୍ରି କରାଯାଉଥିଲା । ପୁରୀ ଜିଲ୍ଲା ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ରତନପୁର ସ୍ୱାସ୍ଥ୍ୟାକେନ୍ଦ୍ର ଲାବ ଟେକ୍ନିସିଆନ ଜ୍ଞାନରଂଜନ ବେହେରା ଗତକାଲି କରୋନା କିଟ୍ ବିକ୍ରି କରୁଥିଲେ । ଏ ସମ୍ପର୍କରେ ଅସ୍ତରଙ୍ଗ ଥାନାରେ ଅଭିଯୋଗ ହେବାପରେ ପୋଲିସ ତଦନ୍ତ ଚଳାଇଥିଲା । ଆଜି ପୋଲିସ ଅଭିଯୁକ୍ତ ଜ୍ଞାନରଂଜନଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ୪୦୮ ଦଫାରେ ଏକ ମାମଲା ରୁଜୁ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ