Masthead

ପ୍ରଚଣ୍ଡ ବିସ୍ଫୋରଣ ପରେ ହୁ ହୁ ହୋଇ ଜଳୁଛି ପେଟ୍ରୋଲ ପମ୍ପ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଭବନ ନିକଟ ଇଣ୍ଡିଆନ୍ ଅଏଲ ପେଟ୍ରୋଲ ପମ୍ପରେ କିଛି ସମୟ ପୂର୍ବରୁ ନିଆଁ ଲାଗିଛି । ପେଟ୍ରୋଲ ପମ୍ପରେ ହଠାତ୍ ପ୍ରଚଣ୍ଡ ଶବ୍ଦହୋଇ ନିଆଁ ଲାଗିଯାଇଥିଲା । ପମ୍ପ ପରିସରେ ଥିବା ସିଏନଜି ଟାଙ୍କିରେ ବିସ୍ଫୋରଣ ହେବାରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ବିସ୍ଫୋରଣ ସମୟରେ ପେଟ୍ରୋଲ ପମ୍ପରେ ଉପସ୍ଥିତ ଥିବା ଗ୍ରାହକମାନେ ଗାଡି ଛାଡି ଏଣେତେଣେ ଦୌଡିବାକୁ ଲାଗିଥିଲେ । କେତେକ ଗାଡି ପେଟ୍ରୋଲ ପମ୍ପ ପରିସରରେ ଏବେ ବି ପଡିରହିଥିବା ଦେଖିବାକୁ ମିଳୁଛି । ନିଆଁର ପ୍ରକୋପ ଅତି ପ୍ରଚଣ୍ଡ ହୋଇଛି । ଅଗ୍ନିକାଣ୍ଡ ପରେ ପେଟ୍ରୋଲ ପମ୍ପ ହୁହୁ ହୋଇ ଜଳୁଛି । ନିଆଁ ଲିଭା କାର୍ଯ୍ୟରେ ୫ଟି ଦମକଳ ନିୟୋଜିତ ହୋଇଛି ।  ଏଥିରେ ପେଟ୍ରୋଲ ପମ୍ପର ୨ କର୍ମଚାରୀଙ୍କ ସମେତ କେତେଜଣ ଗ୍ରାହକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜଣେ ପେଟ୍ରେଲ ପମ୍ପ କର୍ମଚାରୀଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।  ତାଙ୍କ ନାଁ ସତ୍ୟ ନାଥ ବୋଲି ସୂଚନା ରହିଛି। ପୋଲିସ ସ୍ଥାନୀୟ ଅଞ୍ଚଳକୁ ଚାରିପଟୁ ଘେରି ରହିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି..