Masthead

ମମିତା ମୃତ୍ୟୁ ମାମଲା: ଗୋବିନ୍ଦ କୋଭିଡ୍ ଟେଷ୍ଟ ସସପେନ୍ସ

(ବଡ଼ ଖବର ବ୍ୟୁରୋ):   ସନସାଇନ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା । ଏହି ମାମଲାରେ ଗିରଫ ହୋଇଥିବା ଗୋବିନ୍ଦ ସାହୁକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଗୋବିନ୍ଦ ଗତ ୧୭ ତାରିଖ ସନ୍ଧ୍ୟାରେ ଟିଟିଲାଗଡ ପୋଲିସ ପାଖରୁ ଖସିଯାଇଥିଲା । ତେବେ ଟିଟିଲାଗଡ ମେଡିକାଲ ରେଜିଷ୍ଟର କିନ୍ତୁ ଅଲଗା କହୁଛି । ଟିଟିଲାଗଡ ମେଡିକାଲ ତଥ୍ୟ ଅନୁସାରେ ୧୮ ତାରିଖରେ ଗୋବିନ୍ଦର କରୋନା ଟେଷ୍ଟ ହୋଇଥିଲା । ତେବେ ଏଠି ପ୍ରଶ୍ନ ଉଠୁଛି ଅଭିଯୁକ୍ତ ଗୋବିନ୍ଦ ସାହୁ ୧୭ ତାରିଖରେ ପୋଲିସ ବାରାକରୁ ଫେରାର ଥିବା ବେଳେ ୧୯ ତାରିଖରେ ଆଖୁ ବାଡିରୁ ଧରା ପଡିଲା କେମିତି । ତାର ୧୮ ତାରିଖରେ କୋଭିଡ ଟେଷ୍ଟ ହେଲା କେମିତି ।

ସେପଟେ ଏହି କଥାକୁ ନେଇ ଏସଡିଏମଓ କହିଛନ୍ତି, ପ୍ରକୃତ ଟେଷ୍ଟିଂ ରେଜିଷ୍ଟରରେ ୧୭ ତାରିଖ ଏଣ୍ଟ୍ରି ହୋଇଛି । ତେବେ ସେଦିନର ଟାର୍ଗେଟ ଫୁଲ ହୋଇଯାଇଥିବାରୁ ୧୮ ତାରିଖରେ ଏଣ୍ଟ୍ରି କରାଯାଇଛି । କିନ୍ତୁ ଗୋବିନ୍ଦର ଟେଷ୍ଟ ୧୭ ତାରିଖରେ କରାଯାଇଛି । ସୂଚନା ଅନୁଯାୟୀ ହାତ ଧୋଇବା ବାହାନା କରି ପୋଲିସ ବାରାକରୁ ଫେରାର ହୋଇଯାଇଥିଲା ଗୋବିନ୍ଦ । ପୋଲିସ ତାକୁ ଅନେକ ଖୋଜା ଖୋଜି କରିଥିଲା ଆଉ ପରେ ଆଖୁ ବାଡିରୁ ଧରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ