(ବଡ଼ ଖବର ବ୍ୟୁରୋ): ମହାମାରୀ କରୋନା ପ୍ରକୋପ ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ମହାରାଷ୍ଟ୍ର ସରକାର ସବୁ ଲୋକଙ୍କ ପାଇଁ ଲୋକାଲ ଟ୍ରେନର ଯାତ୍ରା ପାଇଁ ଅନୁମତି ଦେଇଛନ୍ତି । ତେବେ ଲୋକମାନେ କରୋନା ଟିକାର ୨ଟି ଯାକ ଡୋଜ ନେଇଥିଲେ ମୁମ୍ବାଇ ମେଟ୍ରୋଲ ପଲିଟାନ ରିଜନରେ ଲୋକାଲ ଟ୍ରେନର ସେବା ଉପଭୋଗ କରିପାରିବେ ।
ଏ ନେଇ ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତି । ତେବେ ପୂର୍ବରୁ କେବଳ ଜରୁରୀ ଓ ସରକାରୀ ସେବାରେ ନିୟୋଜିତ ଲୋକଙ୍କୁ ମୁମ୍ବାଇର ଲୋକାଲ ଟ୍ରେନରେ ଯାତ୍ରା କରିବା ପାଇଁ ଅନୁମତି ମିଳୁଥିଲା । ହେଲେ ଏବେ ସାଧାରଣ ଲୋକ ବି ଟ୍ରେନରେ ଯିବା ଆସିବା କରିପାରିବେ । ସରକାର କହିଛନ୍ତି, ଟିକାର ଦୁଇଟି ଯାକ ଡୋଜ ନେବାର ୧୪ ଦିନ ପରେ ଯେକୌଣସି ଲୋକ ଲୋକାଲ ଟ୍ରେନରେ ଯାତ୍ରା କରିପାରିବେ ।
ସୂଚନା ଅନୁଯାୟୀ, ଅକ୍ଟୋବର ୨୮ରୁ ସେଣ୍ଟ୍ରାଲ ଓ ୱେଷ୍ଟର୍ଣ୍ଣ ରେଳବାଇ ପକ୍ଷରୁ ନିଜ ନିଜ ଟ୍ରାକରେ ଯଥାକ୍ରମେ ୧୭୭୪ ଓ ୧୩୬୭ଟି ଟ୍ରେନ ଚଳାଚଳ ଆରମ୍ଭ କରିବେ ।