Masthead

କେରଳରେ ଭୂସ୍ଖଳନ, ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି

ଥିରୁଅନନ୍ତପୁରମ (ବଡ଼ ଖବର ବ୍ୟୁରୋ): କେରଳରେ ପ୍ରବଳ ବର୍ଷା ଜାରି ରହିଛି । ଚାରିପଟେ ହା ହା କାର ସ୍ଥିତି । ସ୍ଥିତି ଏଭଳି ଯେ, ଅନେକ ଜିଲ୍ଲା ବର୍ତ୍ତମାନ ପ୍ରଭାବିତ ହୋଇଛି । ବିଭିନ୍ନ ସ୍ଥାନରେ ପାଣି ଜମିବା ଯୋଗୁ ସହର ଜଳମଗ୍ନ ହେବାରେ ଲାଗିଛି । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଇଡୁକି ଏବଂ କୋଟ୍ଟାୟାମ୍ ଜିଲ୍ଲା । ଇଡୁକିରେ ଭୂସ୍ଖଳନ ଯୋଗୁ ବର୍ତ୍ତମାନ ସୁଦ୍ଧା ୨୧ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏହା ଆହୁରି ବଢିବା ନେଇ ଆଶଙ୍କା ରହିଛି ।

ଏବେ ମଧ୍ୟ ଅନେକ ଜଣ ନିଖୋଜ ରହିଛନ୍ତି । ଇଡୁକି ସହ ୱାଇନାଡ଼ା, ତ୍ରିସୁର, ପାଲକ୍କଡ୍ ଜିଲ୍ଲାକୁ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଛି । ପରିସ୍ଥିତି ବିଗୁଡ଼ୁଥିବାରୁ ଉଦ୍ଧାରକାର୍ଯ୍ୟରେ ୧୧ ଏନଡିଆରଏଫ ଟିମ୍, ବାୟୁସେନାର ହେଲିକପ୍ଟର, ନୌସେନାବାହିନୀ ନିୟୋଜିତ ହୋଇଛନ୍ତି । ପ୍ରବଳ ବର୍ଷା ଆଲର୍ଟ ପରେ କେରଳ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି ।

ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ପରାମର୍ଶ ଦେଇଛନ୍ତି । ବର୍ଷା ବଢୁଥିବା ଯୋଗୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଲାଗିରହିଛି । ଏ ଚିତ୍ର ଉପରେ ବି ନଜର ପକାନ୍ତୁ ଏନଡିଆରଏଫ ଟିମ୍ କେଉଁଭଳି ବର୍ତ୍ତମାନ ଉଦ୍ଧାରକାର୍ଯ୍ୟ ଜାରି ରଖିଛି । ଗୋଟିଏ ପରେ ଲଗାତର ବର୍ଷା, ଅନ୍ୟପଟେ ଭୂସ୍ଫଖଳନ କେରଳବାସୀଙ୍କ ଦୁର୍ଦ୍ଦଶା ବଢାଇ ଚାଲିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ