Masthead

କଅଁଳ କାନ୍ଧରେ ସଂସାର ବୋଝ

କୃଷ୍ଣପ୍ରସାଦ,(ବଡ଼ ଖବର ବ୍ୟୁରୋ): ପରିବାର କହିଲେ ଦୁଇ ଭାଇ ଓ ଚାରି ଭଉଣୀ । ଦୁନିଆ କ’ଣ ବୁଝିବା ପୂର୍ବରୁ ସେମାନଙ୍କ ହାତ ଛାଡ଼ିଦେଲେ ବାପା ମା’ । ବାପା ମା’ ଛେଉଣ୍ଡ ୬ ଭାଇଭଉଣୀ ଦୁଃଖ ଦୁର୍ଦ୍ଦଶାରେ ଜୀବନ ଜିଉଛନ୍ତି । ବଞ୍ଚିବା ପାଇଁ ଖୋଜୁଛନ୍ତି ରାହା । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ମାଲୁଦ କରଣସାହିରେ । ବାପା ସୂର୍ୟ୍ୟନାରାୟଣ ପଣ୍ଡା ଦୀର୍ଘ ୨୫ବର୍ଷ ହେବ ମାଲୁଦ ବଜାରରେ ଏକ ଗ୍ୟାରେଜ କରି ଭଡ଼ାଘରେ ପରିବାର ସହ ରହିଆସୁଥିଲେ । ସୂର୍ୟ୍ୟ ନାରାୟଣଙ୍କ ସ୍ତ୍ରୀ କୁମୁଦୁନୀ ହଠାତ୍ କର୍କଟରେ ପୀଡ଼ିତ ହୋଇ ଆରପାରିକୁ ଚାଲିଗଲେ। କୁମୁଦିନୀଙ୍କ ମୃତ୍ୟୁର ଆଠମାସ ପରେ ହୃଦଘାତରେ ଉଡ଼ିଗଲା ସୂର୍ୟ୍ୟନାରାୟଣଙ୍କ ପ୍ରାଣବାୟୁ ।

ବାପା ମା’ଙ୍କୁ ହରାଇ ବେସାହାରା ହୋଇଗଲେ ଛଅ ପୁଅଝିଅ। ନିଜସ୍ୱ ଘର ନଥିବାରୁ ଭଡାଘରେ ବିତୁଛି ସେମାନଙ୍କ ଜୀବନ । ଏବେ ଘର ଚଳେଇବା କଷ୍ଟକର ହେଉଛି ବୋଲି କହିଛନ୍ତି ବଡ଼ ଭଉଣୀ ସୋଫିଆ ପ୍ରିୟଦର୍ଶନୀ । ସେପଟେ ସାନ ଦୁଇଭାଇ ବାପାଙ୍କ ଗ୍ୟାରେଜରେ ଗାଡ଼ି କାମ କରି ଯାହା ରୋଜଗାର କରନ୍ତି, ସେତିକିରେ ଚଳୁଛି ସେମାନଙ୍କ ପରିବାର । ଏମାନଙ୍କ ଦୁଃଖ ଦେଖିଲେ ଆପେ ଆପେ ଲୁହ ଝରିପଡେ । ଜାଗା ଟିକିଏ ପାଇଁ ଦୀର୍ଘ ୩ ବର୍ଷ ହେବ କୃଷ୍ଣପ୍ରସାଦ ତହସିଲ ଅଫିସକୁ ଧାଇଁ ଧାଇଁ ନୟାନ୍ତ ହୋଇଗଲେଣି ସୋଫିଆ । ଏହାର ପ୍ରତିବଦଳରେ ମିଳୁଛି ଖାଲି ପ୍ରତିଶ୍ରୁତି । ଖଣ୍ଡିଏ ରାସନକାର୍ଡ ଦେଇ ଚୁପ୍ ବସିଛି ପ୍ରଶାସନ । ସରକାରୀ ନିୟମ ଅନୁଯାୟୀ ସମସ୍ତ ସାହାଯ୍ୟ କରାଯିବ ବୋଲି କୃଷ୍ଣପ୍ରସାଦ ତହସିଲଦାର ଅଭିମନ୍ୟୁ ମାଝୀ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଏହି ପ୍ରତିଶ୍ରୁତି କେବେ ପାଳନ ହେଉଛି ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ