Masthead

ଉଦଳା ଗଣଦୁଷ୍କର୍ମ ଘଟଣାରେ ଟୁଇଷ୍ଟ, ଯୁବତୀ ଏବଂ ତାଙ୍କ ମା ରଚିଥିଲେ ଗଣଦୁଷ୍କର୍ମର ନାଟକ

ବାରିପଦା (ବଡ଼ ଖବର ବ୍ୟୁରୋ): ଉଦଳା ଗଣଦୁଷ୍କର୍ମ ଘଟଣାରେ ଟୁଇଷ୍ଟ । ହେଇନାହିଁ ଦୁଷ୍କର୍ମ । ଜେଲ ଚାରି କାନ୍ଥ ଭିତରୁ ହେଲା ବ୍ଲୁ ପ୍ରିଣ୍ଟ, ଫସାଇବା ପାଇଁ ଆଇନ କୁ କରିଲେ ମୋହରା ହେଲେ ଶେଷରେ ଧରା ପଡିଗଲା ସତ। ଗଣ ଦୁଷ୍କର୍ମ ଭଳି ସମ୍ବେଦନଶୀଳ କାହାଣୀ ଲେଖି ଗିରଫ କରାଇବାକୁ ବିଛାଇଥିଲେ ଫାଶ, ହେଲେ ପୋଲିସ ତଦନ୍ତରେ ଖୋଲିଗଲା ଗୁମର । ଉଦଳାର ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣାର ଖୋଲିଲା ସତ। ଅଭିଯୋଗକାରି ଯୁବତୀ ଏବଂ ତାଙ୍କ ମା ରଚିଥିଲେ ଏହି ନାଟକ।

ନାଟକ ପଛର ଦୁଇ ମାଷ୍ଟରମାଇଣ୍ଡ ବାରିପଦା ଜେଲ ଭିତରୁ ସଜାଇଥିଲେ ବ୍ଲୁପ୍ରିଣ୍ଟ। ଦୁଇ ଗୋଟି ଭିନ୍ନ ମାମଲାରେ ଗିରଫ ହୋଇ ବାରିପଦା ଜେଲରେ ଥିବା କପ୍ତିପଦା ଅଞ୍ଚଳର ନାନା ସାଏ ଏବଂ ଶରତ ଅଞ୍ଚଳର ଶ୍ୟାମ ସୁନ୍ଦର ରଣା ତାଙ୍କ ନାମରେ ଅଭିଯୋଗ କରିଥିବା ଲୋକଙ୍କୁ ଫସାଇ ଜେଲ ପଠାଇବା ପାଇଁ କରିଥିଲେ ଏହି ମାଷ୍ଟରପ୍ଲାନ। ଶ୍ୟାମ ସୁନ୍ଦରଙ୍କ ସମ୍ପର୍କୀୟ ଭଉଣୀ ଯିଏ କି ଗଣଦୁଷ୍କର୍ମ ଅଭିଯୋଗକାରି ଯୁବତୀଙ୍କ ମା ଙ୍କୁ ଧରାଇଥିଲେ ମଙ୍ଗ। ଯୁବତୀଙ୍କ ମାଆ ଦୀର୍ଘ ଦିନ ହେବ ପ୍ଲାନ ମୁତାବକ ସମସ୍ତ ଅଭିଯୋଗକାରୀଙ୍କ ତଥ୍ୟ ନେବା ପରେ ମା ଏବଂ ଝିଅ ମିଶି ଦିନକ ପୂର୍ବରୁ ବାଙ୍ଗିରିପୋଷି ପୋଲିସ ନିକଟରେ ଶୁଣାଇଥିଲେ ଗଣ ଦୁଷ୍କର୍ମ କାହାଣୀ।

ଯାହା ଶୁଣିବା ପରେ ଘଟଣାସ୍ଥଳ ଆସିବା ସହିତ ଉଦଳା ପୋଲିସ ସହାୟତାରେ ଆରମ୍ଭ ହୋଇଥିଲା ତଦନ୍ତ। ସେପଟେ ଓମିନି ଗାଡ଼ିରେ ୫ ଜଣ ଯୁବକ ତାଙ୍କୁ ଆଣି ଉଦଳାରେ ଗାଡି ଭିତରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ଉଦଳା ପୋଲିସ ନିକଟରେ କହିଥିଲେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଦୁଇ ଜଣ ଯୁବକଙ୍କୁ ଥାନାରେ ଅଟକ ରଖିଥିଲା ଏବଂ ଘଟଣାର ଖିଅ ଖୋଜିଥିଲା। ଶେଷରେ ସାମ୍ନାକୁ ଆସିଲା ଏହି ସାଙ୍ଘାତିକ ସତ, ଗଣଦୁଷ୍କର୍ମର ଗପ ଶୁଣାଇବା ସହିତ ପୋଲିସକୁ କରିଥିଲେ ବାଟବଣା। ସେପଟେ ଘଟଣା ବାବଦରେ ମୁହଁ ଫିଟାଇ ନାହାନ୍ତି ଉଭୟ ଯୁବତୀ ଓ ତାଙ୍କ ମାଆ। । ପୋଲିସ କହିଛି ଘଟଣା ମିଛ ଏବଂ ସେ ନେଇ ହେବ ଆକ୍ସନ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼