Masthead

ପଞ୍ଚାୟତ ନିର୍ବାଚନ ଲଢିବ ଆପ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଲଢ଼ିବ ଆମ ଆଦମୀ ପାର୍ଟି। ସବୁ ସିଟରେ ଦଳ ପାର୍ଥି ଦେବ। ଆପର ଟିମ ସବୁ ଜିଲ୍ଲା ଗସ୍ତ କରିବ। ଆଜି ଭୁବନେଶ୍ୱରରେ ସବୁ ଜିଲ୍ଲା ସଭାପତି ଓ ଆଗ ଧାଡ଼ିର ନେତାଙ୍କ ସହ ଆଲୋଚନା ପରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ପ୍ରଭାରୀ ତଥା ରାଜ୍ୟ ସଭା ସାଂସଦ ସଂଜୟ ସିଂ। ସବୁ ଜିଲ୍ଲାକୁ ପାର୍ଥି ଚୟନ ନେଇ ଅବଗତ କରାଯାଇଛି। ତାଲିକା ଆସିବା ପରେ ଭଲ ପାର୍ଥିଙ୍କୁ ଦଳ ଚୟନ କରିବ।। ବିଦ୍ୟୁତ ଦର ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବିଜୁଳି ଉତ୍ପାଦନରେ ଓଡିଶା ଅଗ୍ରଣି ରାଜ୍ୟ। ଆବଶ୍ୟକଠୁ ଅଧିକ ବିଜୁଳି ଉତ୍ପାଦନ ହେଉଛି। ଅନ୍ୟ ରାଜ୍ୟକୁ ବିକ୍ରି କରୁଛି ଓଡିଶା । ରାଜ୍ୟ ଖଣିଜ ପାଦାର୍ଥରେ ଭରପୁର ହୋଇଥିଲେ ବି ୨୦୦ ୟୁନିଟ ପର୍ୟ୍ୟନ୍ତ ସରକାର କାହିଁକି ମାଗଣା ଦେଉ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଦିଲ୍ଲୀରେ ଉତ୍ପାଦନ ନ ହୋଇ ବି ୨୦୦ ୟୁନିଟ ପର୍ୟ୍ୟନ୍ତ ମାଗଣା ଓ ୪୦୦ ୟୁନିଟ ପର୍ୟ୍ୟନ୍ତ ଅଧା ଦରରେ ବିଜୁଳି ଦିଆଯାଉଛି ।

ଅତ୍ୟାବଶ୍ୟକ ସାମଗ୍ରୀ ହୁ ହୁ ହୋଇ ବଢ଼ୁଥିବା ବେଳେ ବିଜୁଳି ଦର ବୋଝ ହୋଇଛି। ବିଜୁଳି ମାଗଣା ଦେବା ପାଇଁ ଆପ ପ୍ରତିବାଦ କରିବ। ଯେ ପର୍ୟ୍ୟନ୍ତ ମାଗଣା ନ ଦେଇଛନ୍ତି ଗାଁ ଗାଁକୁ ଯାଇ ପ୍ରତିବାଦ କରିବ ଦଳ। ଓଡିଶା ସରକାର ପ୍ରାୟ ୧୪ ହଜାର ସ୍କୁଲ ବନ୍ଦ କରିବାକୁ ଯାଉଛନ୍ତି। ସରକାରୀ ଶିକ୍ଷା ସଠିକ ଭାବେ ମିଳୁନଥିବାରୁ ଘରୋଇ ସ୍କୁଲରେ ପଢ଼ାଇ ବୋଝ ସହୁଛନ୍ତି ଅଭିଭାବକ। ଭଲ ଶିକ୍ଷା ବ୍ୟବସ୍ଥା ସହ ସ୍କୁଲ ଭିତ୍ତିଭୂମି ସଜାଡନ୍ତୁ ସରକାର। ଭଲ ଶିକ୍ଷା ସହ ଭିତ୍ତିଭୂମି ସଜାଡି ଘରୋଇ ଶିକ୍ଷାନୁଷ୍ଠାନ ଅପେକ୍ଷା ଭଲ ଶିକ୍ଷାଦାନ ବ୍ୟବସ୍ଥା କରନ୍ତୁ। ଦିଲ୍ଲୀରେ ୫ ବର୍ଷରେ ଘରୋଇ ସ୍କୁଲ ଅପେକ୍ଷା ଭଲ ଫଳାଫଳ କରୁଛି ସରକାରୀ ସ୍କୁଲ। ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ଦାବି ଉଠୁଛି। କୋଳ ବ୍ଲକ ଠୁ ଆରମ୍ଭ କରି ଅନେକ ପ୍ରସଙ୍ଗ ରହିଥିଲେ ବି ବିଜେଡି ଚୁପ।

ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ଦିଲ୍ଲୀ ପର୍ଯ୍ୟନ୍ତ ସ୍ୱର ଉଠାଇବ ଆମ ଆଦମୀ ପାର୍ଟି। ବେରୋଜଗରୀ ବଢିଥିଲେ ବି କିଛି ପଦକ୍ଷେପ ନିଆଯାଉନି। । କୋଳ ବ୍ଲକ ପ୍ରାଇଭେଟ ପ୍ଲେୟରଙ୍କୁ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ବଡ଼ ପ୍ରୟାସ କରୁଥିବା ଅଭିଯୋଗ କରିଛନ୍ତି ସଞ୍ଜୟ। ଦରଦାମ ବୃଦ୍ଧି,କଳାଧନ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି