କାଲି ମତ ରଖିବ କେନ୍ଦ୍ରୀୟ ଟିମ

ନୂଆପଡ଼ା (ବଡ଼ ଖବର ବ୍ୟୁରୋ): ମମିତା ମେହେର ହତ୍ୟା ଘଟଣାରେ ରାଜ୍ୟ ଗୃହମନ୍ତ୍ରୀଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବି କରି ଜୋର ଦାର ବିରୋଧ ପ୍ରଦର୍ଶନ କରୁଥିବା ଭାରତୀୟ ଜନତା ପାର୍ଟି ଏହି ଘଟଣାକୁ ଜମାରୁ ହାଲୁକା ଭାବେ ନେବାକୁ ଚାହୁଁ ନାହିଁ। ଦିଲ୍ଲୀରେ ପ୍ରବକ୍ତା ସମ୍ବିତ ପାତ୍ରା ସାମ୍ବାଦିକ ସମ୍ମିଳନୀ କରି ଏହି ଘଟଣାକୁ ନେଇ ଓଡ଼ିଶା ସରକାର ଉପରେ ବର୍ଷି ଥିବାବେଳେ ଆଜି ଜାତୀୟ ମହିଳା ମୋର୍ଚ୍ଚା ସଭାପତି ଭି.ଶ୍ରୀନିବାସନ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ।

ଭି. ଶ୍ରୀନିବାସନ ରାୟପୁରରରୁ ଓଡିଶାର ଖରିଆର ରୋଡ଼ ଦେଇ ଆଜି ମମିତା ମେହେରଙ୍କ ଗାଁ ବଲାଙ୍ଗୀର ଝରଣୀ ଗାଁକୁ ଓ ତା ପରେ ମହଲିଙ୍ଗ କଲେଜକୁ ଯାଇଥିଲେ । ଆସନ୍ତା କାଲି ସାମ୍ବାଦିକ ସମ୍ମିଳନୀରେ ତାଙ୍କ ପ୍ରତିକ୍ରିୟା ରଖିବେ ବୋଲି ଜଣା ପଡ଼ିଛି। ମହିଳା ମୋର୍ଚ୍ଚା ସଭାପତିଙ୍କ ସହିତ ତିନି ଜଣିଆ ଟିମ ଘଟଣାର ସବିଶେଷ ତଥ୍ୟ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ପ୍ରଦାନ କରିବେ ବୋଲି ମଧ୍ୟ ତିନି ଜଣିଆ ଟିମରେ ସାମିଲ ଥିବା ହରିୟାଣାର ଜଣେ ସାଂସଦ ସୁନିତା ଦୁଗଲ ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ