Masthead

ଜେଲରୁ ମୁକୁଳିବେ ଆର୍ୟ୍ୟନ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଜେଲରୁ ମୁକୁଳିବେ ଆର୍ୟ୍ୟନ ଖାନ । ଗୁରୁବାର ତାଙ୍କର ଜାମିନ ଆବେଦନ ବମ୍ବେ ହାଇକୋର୍ଟ ମଞ୍ଜୁର କରିଥିଲେ । ତେବେ ଏହି ଆଦେଶର କପି ଜେଲରେ ପହଞ୍ଚିବା ବିଳମ୍ବ ହୋଇଥିବାରୁ ଶୁକ୍ରବାର ରାତିରେ ବି ଆର୍ୟ୍ୟନଙ୍କୁ ଜେଲରେ ରହିବାକୁ ପଡ଼ିଛି । ସେ ଦୀର୍ଘ ୨୭ ଦିନ ହେବ ଜେଲରେ ରହିବା ପରେ ଆଜି ମୁକୁଳିବେ । ଜେଲର କିଛି ଔପଚାରିତା ପୂରଣ କରିବା ପରେ ଆର୍ୟ୍ୟନ୍ ଖାନଙ୍କୁ ମୁକ୍ତ କରାଯାଇପାରିବ। ତେବେ ପୁଅ ଆର୍ୟ୍ୟନ ଖାନଙ୍କ ମୁକ୍ତି ପୂର୍ବରୁ ତାଙ୍କ ଆଣିବାକୁ ଶାହରୁଖ ଖାନ ବାନ୍ଦ୍ରାସ୍ଥିତ ତାଙ୍କ ମନ୍ନତ ବଙ୍ଗଳାରୁ ବାହାରି ମୁମ୍ବାଇର ଆର୍ଥର ରୋଡ ଜେଲକୁ ବାହାରିଛନ୍ତି ।

ତେବେ ରିପୋର୍ଟ ଅନୁଯାୟୀ, ଶାହାରୁଖ ଖାନଙ୍କ ତିନିଟି ଏସୟୁଭି ମନ୍ନତରୁ ବାହାରି ଜେଲକୁ ଯାଇଛନ୍ତି। ଆର୍ୟ୍ୟନ ଘରୁ ଫେରିବା ନେଇ ମନ୍ନତକୁ ସମ୍ପୂର୍ଣ୍ଣ ଭାବେ ସଜା ଯାଇଛି । ଅନ୍ୟପଟେ ଶୁକ୍ରବାର ଅଭିନେତ୍ରୀ ଜୁହି ଚାୱଲା ଏନଡିପିଏସ କୋର୍ଟରେ ପହଞ୍ଚି ଆର୍ୟ୍ୟନ ଖାନଙ୍କ ଜାମିନ ବାବଦରେ ୧ ଲକ୍ଷ ଟଙ୍କାର ବେଲ୍ ବଣ୍ଡ୍ ଜମା କରିଥିଲେ । ସମସ୍ତ ଔପଚାରିକତା ପୂରଣ କରିଥିଲେ। ମୁମ୍ବାଇ ହାଇକୋର୍ଟ ଆର୍ୟ୍ୟନଙ୍କ ସମେତ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଅର୍ବାଜ ମର୍ଚାଣ୍ଟ୍ ଏବଂ ମଡେଲ ମୁନମୁନ ଧାମେଚାଙ୍କର ମଧ୍ୟ ଜାମିନ ଆଦେଶ ଜାରି କରିଛନ୍ତି। ସମସ୍ତ ୩ ଜଣଙ୍କୁ ଗୁରୁବାର ଜାମିନ ମିଳିଥିଲା ।

ବମ୍ବେ ହାଇକୋର୍ଟ ୫ପୃଷ୍ଠାର ବେଲ୍ ଅର୍ଡରେ କଡା ସର୍ତ୍ତ ରଖିଛନ୍ତି । ଆର୍ୟ୍ୟନ୍ ଅନ୍ୟ କୌଣସି ଅଭିଯୁକ୍ତଙ୍କ ସହ ଯୋଗାଯୋଗ କରିପାରିବେ ନାହିଁ। ସାକ୍ଷୀଙ୍କୁ ପ୍ରଭାବିତ କରିବା କିମ୍ବା ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିବାକୁ କୌଣସି ପ୍ରୟାସ କରିବେ ନାହିଁ।ସ୍ବତନ୍ତ୍ର କୋର୍ଟରେ ପାସପୋର୍ଟ ଦାଖଲ କରିବାକୁ ପଡ଼ିବ । ଏନଡିପଏସ୍ ସ୍ବତନ୍ତ୍ର ବିଚାରପତିଙ୍କ ବିନା ଅନୁମତିରେ ଦେଶ ଛାଡ଼ି ପାରିବେନି । ଯଦି ଗ୍ରେଟର ମୁମ୍ବାଇ ବାହାରକୁ ଯିବେ ତେବେ ତଦନ୍ତକାରୀ ଅଧିକାରୀଙ୍କୁ ଅବଗତ କରିବାକୁ ପଡ଼ିବ। ଯେତେବେଳେ ଏବଂ ଯେକୌଣସି ସମୟରେ ଡକାଯିବ ତଦନ୍ତ ପାଇଁ ଏନସିବି ଅଧିକାରୀଙ୍କ ପାଖରେ ହାଜର ହେବେ। ସର୍ତ୍ତ ଉଲ୍ଲଂଘନ କଲେ ଜାମିନ ବାତିଲ କରା ଯିବ ବୋଲି କୋର୍ଟ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି