କିନ୍ନରଙ୍କ ଦାଦାଗିରି, ରାସ୍ତା ଅବରୋଧ

ପାରାଦୀପ (ବଡ଼ ଖବର ବ୍ୟୁରୋ): ଭାଇ ଭଉଣୀଙ୍କୁ କିନ୍ନରଙ୍କ ଆକ୍ରମଣ ଅଭିଯୋଗରେ କଟକ-ପାରାଦୀପ ଦୋଛକି ନିକଟରେରେ ଉତ୍ତେଜନା। ଗାଡି ମୋଟର ବନ୍ଦ କରି ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କଲେ ସାଧାରଣ ଜନତା। ଗତକାଲି ରାତି ପାଖାପାଖି ୮ ଟା ସମୟରେ କୁଜଙ୍ଗ ବଡ଼ବନ୍ଧ ଗ୍ରାମର କିଛି ଯୁବକ, ଯୁବତୀ ପାରାଦୀପ ଲାଇଟହାଉସ ନିକଟରେ ନିଜର ଜନ୍ମଦିନ ପାଳନ କରି ଘରକୁ ଫେରୁଥିବା ସମୟରେ କଟକ ପାରାଦୀପ ରାଜପଥ ଦୋଛକି ନିକଟରେ କିନ୍ନରମାନେ ଜଣେ ଯୁବକଙ୍କ ବାଇକ ଅଟକାଇ ପଇସା ମାଗିବା ସହିତ ପଇସା ନଦେବାରୁ ଯୁବକଙ୍କୁ ମାଡ଼ ମାରିଥିଲେ।

ତେବେ ପଛରେ ଆସୁଥିବା ଯୁବକଙ୍କ ଭଉଣୀ ଏହା ଦେଖି ପ୍ରତିରୋଧ କରିବାରୁ କିନ୍ନର ମାନେ ସମସ୍ତଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ବାଡେଇଥିବା ନେଇ ଯୁବତୀମାନେ ଅଭିଯୋଗ କରିବା ସହିତ ରାସ୍ତାରେ ଯାଉଥିବା ପଥଚାରୀମାନେ ରାସ୍ତାରେ ଅଟକି ରହିବା ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିବା ସହିତ ଟାୟାର ଜାଳି ଉତ୍ୟକ୍ତ ଜନତା ରାସ୍ତା ଅବରୋଧ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’