Masthead

କିନ୍ନରଙ୍କ ଦାଦାଗିରି, ରାସ୍ତା ଅବରୋଧ

ପାରାଦୀପ (ବଡ଼ ଖବର ବ୍ୟୁରୋ): ଭାଇ ଭଉଣୀଙ୍କୁ କିନ୍ନରଙ୍କ ଆକ୍ରମଣ ଅଭିଯୋଗରେ କଟକ-ପାରାଦୀପ ଦୋଛକି ନିକଟରେରେ ଉତ୍ତେଜନା। ଗାଡି ମୋଟର ବନ୍ଦ କରି ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କଲେ ସାଧାରଣ ଜନତା। ଗତକାଲି ରାତି ପାଖାପାଖି ୮ ଟା ସମୟରେ କୁଜଙ୍ଗ ବଡ଼ବନ୍ଧ ଗ୍ରାମର କିଛି ଯୁବକ, ଯୁବତୀ ପାରାଦୀପ ଲାଇଟହାଉସ ନିକଟରେ ନିଜର ଜନ୍ମଦିନ ପାଳନ କରି ଘରକୁ ଫେରୁଥିବା ସମୟରେ କଟକ ପାରାଦୀପ ରାଜପଥ ଦୋଛକି ନିକଟରେ କିନ୍ନରମାନେ ଜଣେ ଯୁବକଙ୍କ ବାଇକ ଅଟକାଇ ପଇସା ମାଗିବା ସହିତ ପଇସା ନଦେବାରୁ ଯୁବକଙ୍କୁ ମାଡ଼ ମାରିଥିଲେ।

ତେବେ ପଛରେ ଆସୁଥିବା ଯୁବକଙ୍କ ଭଉଣୀ ଏହା ଦେଖି ପ୍ରତିରୋଧ କରିବାରୁ କିନ୍ନର ମାନେ ସମସ୍ତଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ବାଡେଇଥିବା ନେଇ ଯୁବତୀମାନେ ଅଭିଯୋଗ କରିବା ସହିତ ରାସ୍ତାରେ ଯାଉଥିବା ପଥଚାରୀମାନେ ରାସ୍ତାରେ ଅଟକି ରହିବା ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିବା ସହିତ ଟାୟାର ଜାଳି ଉତ୍ୟକ୍ତ ଜନତା ରାସ୍ତା ଅବରୋଧ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼