Masthead

ବିଜେଡିର ମିଶ୍ରଣ ପର୍ବ

କେନ୍ଦୁଝର(ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକର ବାଇକଳା ପଞ୍ଚାୟତର ବିଲ୍ଲା ରାମପୁର ଠାରେ ୨୯ ନମ୍ବର ଜୋନ ସ୍ତରୀୟ କର୍ମୀ ସମାବେଶ ଅନୁଷ୍ଠିତ ହୋଇଛି । ଏହା ସମାବେଶକୁ ମାନ୍ୟବର ପାଟଣା ଯୁବ ବିଧାୟକ ଶ୍ରୀଯୁକ୍ତ ଜଗନ୍ନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା । ଏହି କାର୍ୟ୍ୟକ୍ରମରେ ବିଜେଡ଼ି ରାଜ୍ୟ କୃଷକ ସଭାପତି କାନନ ବିହାରୀ ପୋହି, ବିଜେଡି ଜିଲ୍ଲା ଅନୁସୂଚିତ ଜାତି ସଭାପତି ଭାରତ ପାତ୍ର,ବିଜୁ ଜିଲ୍ଲା କୃଷକ ସଭାପତି ଦୀପକ୍ ରାଜ, ବିଜେଡି ଜିଲ୍ଲା ଉପସଭାପତି ଦିଲ୍ଲିପ ସାହୁ, ବିଜେଡି ବ୍ଲକ୍ ସଭାପତି ଗୋବିନ୍ଦ ମହାନ୍ତ, ବ୍ଲକ୍ ବିଜେଡି ଯୁବ ସଭାପତି ସତ୍ୟ ନାରାୟଣ ପଣ୍ଡା, ସାଂସଦ ପ୍ରତିନିଧି ରବୀନ୍ଦ୍ର ନାଏକ, ବ୍ଲକ୍ ଅଧ୍ୟକ୍ଷା ରମ୍ଭାବତି ଦେହୁରୀ , ବ୍ଲକ ଉପାଧ୍ୟକ୍ଷା କିରଣବାଳା ସିଂ, ବ୍ଲକ ବିଜେଡି ଛାତ୍ର ସଭାପତି ପ୍ରଣବ ପ୍ରକାଶ ପୋହିଙ୍କ ସହିତ ୨୯ ନମ୍ବର ଜୋନ ଅନ୍ତର୍ଗତ ୧୦ ଟି ପଞ୍ଚାୟତର ସଭାପତି, ଯୁବ ସଭାପତି, ବରିଷ୍ଟ ,ମହିଳା, ଛାତ୍ର, ଯୁବ ଆଦି କର୍ମୀ ଯୋଗଦାନ କରିଥିଲେ ।

ପୂର୍ବତନ ଯୁବ ସଭାପତି ବିଜୟ ଖଟୁଆ ସଭା ପରିଚାଳନା କରିଥିଲେ। ଏହି ସଭାରେ ବିଜେପି, କଂଗ୍ରେସ ଦଳର ବୋହୁ କର୍ମୀ ଦଳ ପରିତ୍ୟାଗ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତୀ ଆଦର୍ଶରେ ଅନୁପ୍ରାଣିତ ହୋଇ ମାନ୍ୟବର ପାଟଣା ବିଧାୟକ ଶ୍ରୀଯୁକ୍ତ ଜଗନ୍ନାଥ ନାୟକ ନେତୃତୁରେ ପାଟଣା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳକୁ ଶକ୍ତିଶାଳୀ କରିବା ପାଇଁ ବିଜୁ ଜନତା ଦଳରେ ସାମିଲ ହେଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ