Masthead

୪୪% ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା, କେରଳରେ ସର୍ବାଧିକ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶର ୪୪% ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା । କେରଳରେ ସର୍ବାଧିକ ୭୦ ପ୍ରତିଶତ ବିଧାୟକଙ୍କ ନାଁରେ ଅଛି ଅପରାଧିକ ମାମଲା । ଓଡ଼ିଶାର ୬୪ ବିଧାୟକଙ୍କ ନାଁରେ ଅପରାଧିକ ମାମଲା । ଏଡିଆର ରିପୋର୍ଟ ଅନୁସାରେ ବିଧାୟକଙ୍କ ନାଁରେ ଅପରାଧିକ ମାମଲା ଆଧାରରେ କେରଳ ପ୍ରଥମରେ ରହିଛି । ଏଡିଆର ଏବଂ ନ୍ୟାଶନାଲ ଇଲେକ୍ସନ ୱାଚ ଦ୍ୱାରା ହୋଇଥିବା ବିଶ୍ଳେଷଣରେ ସାରା ଦେଶରେ ରାଜ୍ୟ ସଭା ତଥା ୟୁନିଅନ ଅଞ୍ଚଳରେ ଥିବା ସିଟିଂ ବିଧାୟକଙ୍କ ଆଫିଡେଭିଟ ଯାଞ୍ଚ କରାଯାଇଥିଲା। ସମ୍ପ୍ରତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପୂର୍ବରୁ ବିଧାୟକମାନେ ଦାଖଲ କରିଥିବା ଆଫିଡେଭିଟରୁ ଏହି ତଥ୍ୟ ବାହାର କରାଯାଇଥିଲା।

୨୮ ଟି ରାଜ୍ୟ ବିଧାନସଭା ଏବଂ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳର ୪,୦୩୩ ସିଟିଂ ବିଧାୟକଙ୍କ ମଧ୍ୟରୁ ମୋଟ ୪,୦୦୧ଙ୍କର ସତ୍ୟପାଠ ଯାଂଚ କରାଯାଇଥିଲା । ୪୦୦୧ ବିଧାୟକଙ୍କ ମଧ୍ୟରୁ ୧,୧୩୬ ଅର୍ଥାତ୍‌ ୨୮ ପ୍ରତିଶତ ନିଜ ବିରୋଧରେ ଗୁରୁତର ଅପରାଧିକ ମାମଲା ଘୋଷଣା କରିଛନ୍ତି। ଏଥିରେ ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ ଏବଂ ମହିଳାଙ୍କ ବିରୋଧରେ ଅପରାଧ ସହ ଜଡିତ ଗୁରୁତର ଅଭିଯୋଗ ରହିଛି। କେରଳର ସର୍ବାଧିକ ୧୩୫ ବିଧାୟକଙ୍କ ମଧ୍ୟରୁ ୯୫ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ସେହିଭଳି ବିହାରରେ ୨୪୨ ବିଧାୟକଙ୍କ ମଧ୍ୟରୁ ୧୬୧ ଜଣ, ଦିଲ୍ଲୀରେ ୭୦ ଜଣ ବିଧାୟକଙ୍କ ମଧ୍ୟରୁ ୪୪ ଜଣ, ମହାରାଷ୍ଟ୍ରରେ ୨୮୪ ଜଣ ବିଧାୟକଙ୍କ ମଧ୍ୟରୁ ୧୭୫ ଜଣ, ତେଲେଙ୍ଗାନାରେ ୧୧୮ଜଣ ବିଧାୟକଙ୍କ ମଧ୍ୟରୁ ୭୨ ଜଣ ଏବଂ ତାମିଲନାଡୁରେ ୨୨୪ ଜଣ ବିଧାୟକଙ୍କ ମଧ୍ୟରୁ ୧୩୪ ଜଣ ବିଧାୟକ ସତ୍ୟପାଠରେ ନିଜ ବିରୋଧରେ ମାମଲା ଘୋଷଣା କରିଛନ୍ତି।

ସେହିପରି ଓଡ଼ିଶାରେ ୧୪୫ ବିଧାୟକଙ୍କ ମଧ୍ୟରୁ ୬୪ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି । ଏମାନଙ୍କ ମଧ୍ୟରୁ ୨ ଜଣଙ୍କ ନାଁରେ ହତ୍ୟା, ୧୧ଜଣଙ୍କ ନାଁରେ ହତ୍ୟା ଉଦ୍ୟମ ଏବଂ ୧୨ ଜଣଙ୍କ ବିରୋଧରେ ମହିଳାଙ୍କ ପ୍ରତି କରାଯାଇଥିବା ଅପରାଧ ମାମଲା ରହିଥିବା ସତ୍ୟପାଠରେ ଦର୍ଶାଯାଇଛି । ଜଣେ ବିଧାୟକଙ୍କ ନାଁରେ ବଳାତ୍କାର ମାମଲା ମଧ୍ୟ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ