Masthead

ଜିନ୍ନାଙ୍କୁ ପ୍ରଶଂସା କରି ଅଡ଼ୁଆରେ ଅଖିଳେଶ

ଗୋରଖପୁର(ବଡ଼ ଖବର ବ୍ୟୁରୋ): ଜିନ୍ନାଙ୍କୁ ପ୍ରଶଂସା କରି ଅଡ଼ୁଆରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ । ଏହାକୁ ନେଇ ଭାରତୀୟ ଜନତା ପାର୍ଟି ନେତା ଏବେ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରୁଥିବାର ଦେଖିବାକୁ ମିଳୁଛି । ସେପଟେ ମୁରାଦାବାଦରେ ପୁଲିସ ଏକାଡେମୀ ଦ୍ୱାରା ଆୟୋଜିତ ୮୬ ତମ ପୁଲିସ ଉପାଧ୍ୟକ୍ଷଙ୍କ ପାସିଙ୍ଗ ଆଉଟ ପରେଡରେ ସାମିଲ ହୋଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଖିଳେଶ ଯାଦବଙ୍କୁ ସମାଲୋଚନା କରିଛନ୍ତି । ତେବେ ଅଖିଳେଶ ଯାଦବ ଉତ୍ତର ପ୍ରଦେଶର ଜନତା ଓ ଦେସବାସୀଙ୍କ ପାଖରେ କ୍ଷମା ମାଗନ୍ତୁ । ଦେଶବାସୀ ବିଭାଜନକାରୀ ମାନସିକତା ଥିବା ଲୋକଙ୍କୁ କେବେ ସ୍ୱୀକାର କରିବେ ନାହିଁ । ଗତ ସରକାର ସମାଜରୁ ଭାଗ କରିବାରେ ବ୍ୟସ୍ତ ଥିଲେ । ଯେଉଁ ପ୍ରବୃଦ୍ଧି ଏପର୍ଯ୍ୟନ୍ତ ରହିଛି ।

ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଷ୍ଟ୍ରକୁ ଯୋଡୁଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ତୁଳନା ଜିନ୍ନା ସହ କରୁଛନ୍ତି । ଯାହା ଅତ୍ୟନ୍ତ ଦୁଃଖଦାୟକ । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଦେଶର ଏକତା ଓ ଅଖଣ୍ଡତାର ଶିଳ୍ପୀ ଥିଲେ । ତେଣୁ ତାଙ୍କୁ ଜିନ୍ନାଙ୍କ ସହ ତୁଳନା କରିବା ସମାଜବାଦୀ ପାର୍ଟିର ବିଭାଜନକାରୀ ମାନସିକତାକୁ ପଦାରେ ପକାଇଛି ବୋଲି ଯୋଗୀ କହିଛନ୍ତି । କେବଳ ଏତିକି ନୁହେଁ ବରଂ ଅଖିଳେଶଙ୍କର ଏହା ତାଲିବାନୀ ମାନସିକତା । ଯାହା ସବୁବେଳେ ଭାଙ୍ଗିବାକୁ ପ୍ରୟାସ କରୁଛି ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼