Masthead

ଜିନ୍ନାଙ୍କୁ ପ୍ରଶଂସା କରି ଅଡ଼ୁଆରେ ଅଖିଳେଶ

ଗୋରଖପୁର(ବଡ଼ ଖବର ବ୍ୟୁରୋ): ଜିନ୍ନାଙ୍କୁ ପ୍ରଶଂସା କରି ଅଡ଼ୁଆରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ । ଏହାକୁ ନେଇ ଭାରତୀୟ ଜନତା ପାର୍ଟି ନେତା ଏବେ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରୁଥିବାର ଦେଖିବାକୁ ମିଳୁଛି । ସେପଟେ ମୁରାଦାବାଦରେ ପୁଲିସ ଏକାଡେମୀ ଦ୍ୱାରା ଆୟୋଜିତ ୮୬ ତମ ପୁଲିସ ଉପାଧ୍ୟକ୍ଷଙ୍କ ପାସିଙ୍ଗ ଆଉଟ ପରେଡରେ ସାମିଲ ହୋଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଖିଳେଶ ଯାଦବଙ୍କୁ ସମାଲୋଚନା କରିଛନ୍ତି । ତେବେ ଅଖିଳେଶ ଯାଦବ ଉତ୍ତର ପ୍ରଦେଶର ଜନତା ଓ ଦେସବାସୀଙ୍କ ପାଖରେ କ୍ଷମା ମାଗନ୍ତୁ । ଦେଶବାସୀ ବିଭାଜନକାରୀ ମାନସିକତା ଥିବା ଲୋକଙ୍କୁ କେବେ ସ୍ୱୀକାର କରିବେ ନାହିଁ । ଗତ ସରକାର ସମାଜରୁ ଭାଗ କରିବାରେ ବ୍ୟସ୍ତ ଥିଲେ । ଯେଉଁ ପ୍ରବୃଦ୍ଧି ଏପର୍ଯ୍ୟନ୍ତ ରହିଛି ।

ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଷ୍ଟ୍ରକୁ ଯୋଡୁଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ତୁଳନା ଜିନ୍ନା ସହ କରୁଛନ୍ତି । ଯାହା ଅତ୍ୟନ୍ତ ଦୁଃଖଦାୟକ । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଦେଶର ଏକତା ଓ ଅଖଣ୍ଡତାର ଶିଳ୍ପୀ ଥିଲେ । ତେଣୁ ତାଙ୍କୁ ଜିନ୍ନାଙ୍କ ସହ ତୁଳନା କରିବା ସମାଜବାଦୀ ପାର୍ଟିର ବିଭାଜନକାରୀ ମାନସିକତାକୁ ପଦାରେ ପକାଇଛି ବୋଲି ଯୋଗୀ କହିଛନ୍ତି । କେବଳ ଏତିକି ନୁହେଁ ବରଂ ଅଖିଳେଶଙ୍କର ଏହା ତାଲିବାନୀ ମାନସିକତା । ଯାହା ସବୁବେଳେ ଭାଙ୍ଗିବାକୁ ପ୍ରୟାସ କରୁଛି ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ