Masthead

ବାଚସ୍ପତି ଓ ସାଂସଦଙ୍କୁ ଅଟକ, ପୋଡ଼ି ଦେଲେ ନିଜ ଦଳର ପତାକା

ବିଜେଡିର ଗୋଷ୍ଠୀକନ୍ଦଳ

ଦିଗପହଣ୍ଡି(ବଡ଼ ଖବର ବ୍ୟୁରୋ): ପଦାରେ ପଡ଼ିଛି ବିଜେଡିର ଗୋଷ୍ଠୀକନ୍ଦଳ। ପଞ୍ଚାୟତ ଓ ପୌର ନିର୍ବାଚନ ଆଗରୁ ଗଞ୍ଜାମ ଜିଲ୍ଲାରେ ବାଚସ୍ପତିଙ୍କ ଦିଗପହଣ୍ଡି ନିର୍ବାଚନମଣ୍ଡଳୀରେ ବିଜେଡରେ ଗୋଷ୍ଠୀକନ୍ଦଳ ଦେଖାଦେଇଛି।ଅସନ୍ତୁଷ୍ଟ ଗୋଷ୍ଠୀମାନେ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ଡ.ସୂର୍ଯ୍ୟନାରାୟଣ ପାତ୍ର ଓ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ବିରୋଧ କରିବା ସହ ଘେରି ରଖିଥିଲେ। ଖାଲି ଏତିକି ନୁହେଁ, କିଛି କର୍ମୀ ଦଳୀୟ ପତାକାକୁ ପୋଡ଼ି ଦେଇଥିଲେ। ସ୍ଥିତି ଏମିତି ହୋଇଥିଲା, ଦୁଇ ଘଣ୍ଟା ଧରି ଅସନ୍ତୁଷ୍ଟ ଗୋଷ୍ଠୀର କବ୍‌ଜାରେ ରହିଥିଲେ ବାଚସ୍ପତି ଓ ସାଂସଦ। ତେବେ ହେବାକୁ ଥିବା ମିସନ୍ ଶକ୍ତି କୋଠା ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ବାତିଲ୍ କରି ଉଭୟେ ଫେରି ଆସିଥିଲେ।

ବାଚସ୍ପତି ଦୁଇଦିନିଆ ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଚୌଧୁରୀଟିକରପଡ଼ା ଗ୍ରାମ ବଡ଼ସାହିରେ ମିସନ୍ ଶକ୍ତି କୋଠା ଉଦ୍ଘାଟନ ପାଇଁ ବାଚସ୍ପତି ଓ ସାଂସଦ ପହଞ୍ଚିଥିଲେ। କିନ୍ତୁ ସେମାନେ ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କ ରୋଷର ଶିକାର ହୋଇଥିଲେ। ୨ଘଣ୍ଟା ଧରି ଗ୍ରାମର ବହୁ ସଂଖ୍ୟକ ଅସନ୍ତୁଷ୍ଟ ବିଜେଡି କର୍ମୀ ବାଚସ୍ପତିଙ୍କ କାର୍ ଆଗରେ ବସି ରହି ପ୍ରତିବାଦ କରିଥିଲେ। ସାଂସଦଙ୍କୁ ବି ଘେରିଥିଲେ।

କିଛି ଯୁବ ବିଜେଡି କର୍ମୀ ଉତ୍ତେଜିତ ହୋଇ ବାଚସ୍ପତିଙ୍କ ସହ ଶୋଭାଯାତ୍ରାରେ ଆସିଥିବା ଦଳୀୟ କର୍ମୀଙ୍କ ଠାରୁ ପତାକା ଛଡ଼ାଇ ଚିରିବା ସହ ପୋଡ଼ି ଦେଇଥିଲେ। ସ୍ମାର୍ଟ କ୍ଲାସ୍ରୁମ୍ ଏବଂ ନବନିର୍ମିତ ମିସନ୍ ଶକ୍ତି କୋଠା ଉଦ୍ଘାଟନ କରିବାକୁ ଅସନ୍ତୁଷ୍ଟ ବିଜେଡି କର୍ମୀ ଓ ନେତୃବୃନ୍ଦ ବାଚସ୍ପତି ଏବଂ ସାଂସଦଙ୍କୁ ଗାଁ ଭିତରକୁ ଛାଡ଼ି ନଥିଲେ। ଶେଷରେ ନିଜେ ବାଚସ୍ପତି କାର୍ୟ୍ୟକ୍ରମକୁ ବାତିଲ୍ ଘୋଷଣା କରିଥିଲେ।

ବିଜେଡି ଜିଲ୍ଲା ଉପସଭାପତି ବି.କ୍ରିଷ୍ଣାରାଓ ସୁବୁଦ୍ଧି, ବ୍ଲକ୍ ଉପାଧ୍ୟକ୍ଷା ପ୍ରତିନିଧି ଏମ୍.ନିରଞ୍ଜନ ରେଡ୍ଡୀ, ଚିକିଟି ଏସ୍ଡିପିଓ କୃଷ୍ଣଚନ୍ଦ୍ର ଭତ୍ରା ଓ କେ.ନୂଆଗାଁ ଥାନାଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ ଅସନ୍ତୁଷ୍ଟ ବିଜେଡି କର୍ମୀ ଓ ନେତୃବୃନ୍ଦଙ୍କୁ ବୁଝାଇବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ଗ୍ରାମରେ ପଞ୍ଚାୟତ କାର୍ଯ୍ୟାଳୟ ଦ୍ବାରା ନବନିର୍ମିତ କୋଠା ଏବଂ ଚେକ୍ ଡ୍ୟାମ୍କୁ ବାଚସ୍ପତି ଉଦଘାଟନ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ୪୪ ଡିଗ୍ରୀ ଛୁଇଁପାରେ ତାତି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ୪୪ ଡିଗ୍ରୀ ଛୁଇଁପାରେ ତାତି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍