Masthead

ଅହଙ୍କାର ଛାଡ଼ି କୃଷି ଆଇନକୁ ଫେରାଇ ନେବା ପାଇଁ କଂଗ୍ରେସର ଦେଲା ପରାମର୍ଶ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କେନ୍ଦ୍ର ସରକାରଙ୍କ ତିନୋଟି କଳା ଆଇନ ବିରୋଧରେ ଦୀର୍ଘଦିନ ଧରି କୃଷକମାନେ ଆନ୍ଦୋଳନ କରିଆସୁଛନ୍ତି । ଏପରିକି ଏହି ଆନ୍ଦୋଳନରେ ଦେଶର ଅନେକ ରାଜନୈତିକ ଦଳ ମଧ୍ୟ ସାମିଲ ହୋଇ ଶାସକ ଦଳକୁ ଏହାକୁ ଫେରାଇ ନେବାକୁ ଦାବି କରୁଛନ୍ତି । ହେଲେ ବାରମ୍ବାର କେନ୍ଦ୍ର ସରକାର ଏହାକୁ ଅଣଦେଖା କରୁଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ କଂଗ୍ରେସ ଦଳର ସାଧାରଣ ସମ୍ପାଦକ ତଥା ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେୱାଲା ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ତେବେ ଉପ-ନିର୍ବାଚନରେ ବିଜେପି ଦୁଇଟି ଲୋକସଭା ଆସନରୁ ଦୁଇଟି ହାରିଛି ।

ବିଧାନସଭା ଉପ-ନିର୍ବାଚନରେ ବିଜେପି ଅଧିକାଂଶ ଆସନ ହରାଇଛି । ଯେଉଁଠାରେ କଂଗ୍ରେସ ସହିତ ସିଧାସଳଖ ପ୍ରତିଯୋଗିତା ହୋଇଥିଲା । ହିମାଚଳ ପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଏହାର ପ୍ରମାଣ । ସେପଟେ କଂଗ୍ରେସ ହିମାଚଳ ପ୍ରଦେଶର ମାଣ୍ଡି ଲୋକସଭା ଆସନ ଏବଂ ତିନୋଟି ବିଧାନସଭା ଆସନରେ ଜିତିଛି । ତେଣୁ ଭାରତୀୟ ଜନତା ପାର୍ଟି ନିଜର ଅହଂକାର ଛାଡ଼ି ତିନୋଟି କୃଷି ଆଇନକୁ ଫେରାଇ ନିଅନ୍ତୁ ବୋଲି କଂଗ୍ରେସର ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ