Masthead

ରାତି ପାହିଲେ ଦୀପାବଳି ଚିନ୍ତାରେ ବ୍ୟବସାୟୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାତି ପାହିଲେ ଆଲୋକର ପର୍ବ ଦୀପାବଳି । କରୋନା ପାଇଁ ମାନ୍ଦା ପଡ଼ିଛି ଏହି ପର୍ବ । ବଜାରରେ ଭଳିକି ଭଳି ଦୀପ, ଲିଚୁ ବାଣ ଆଦି ମିଳୁଛି । ଆଲୋକ ମାଳାରେ ବି ସଜେଇ ହେଲାଣି ରାଜଧାନୀ । ତେବେ ଦୀପାବଳିକୁ ନଜରରେ ରଖି ବାଣ, ଦୀପ ଆଦି ପାଇଁ ମାର୍କେଟ ବି ଚଳଚଞ୍ଚଳ । କିନ୍ତୁ ବ୍ୟବସାୟୀମାନେ ଏବେ ଚିନ୍ତାରେ ।

ଗତ ବର୍ଷ କରୋନା ପାଇଁ ବ୍ୟବସାୟ ଖରାପ ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ ସମାନ ଅବସ୍ଥା । ଚିନ୍ତାରେ ହାତ ବାନ୍ଧି ବସିଛନ୍ତି ବ୍ୟବସାୟୀ । ତେବେ ବ୍ୟବସାୟୀଙ୍କ କହିବା ଅନୁଯାୟୀ, ଗ୍ରାହକ ମାନେ ଦୀପାବଳି ପାଇଁ ପୂର୍ବ ବର୍ଷ ଭଳି ଉତ୍ସାହିତ ନାହାନ୍ତି । ମାଟି ଦୀପର ଚାହିଦା ମଧ୍ୟ କମିଛି । ଯାହାକି ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଛି । ତେବେ ଲୋକମାନେ ଦୀପାବଳି ପାଇଁ ଘରକୁ କାଉଁରିଆ କାଠି, ଦୀପ. ତେଲ, ଆଖୁ, ବିଭିନ୍ନ ଫଳ ଆଦି କିଣୁଥିବା ବି ଦେଖିବାକୁ ମିଳିଛି ।

କଟକଣା ମଧ୍ୟରେ ଘରେ ରହି ପାଳିବେ ଦୀପାବଳି ବୋଲି କହିଛନ୍ତି । କରୋନା ପାଇଁ ସମସ୍ତଙ୍କ ମୁଣ୍ଡରେ ଭାଳେଣି । ବାଣ ଫୁଟାଇବାକୁ ନେଇ ସାମାନ୍ୟ ଆଶ୍ୱସ୍ତି ମିଳିଥିଲେ ବି ପୂର୍ବ ଭଳି ଅଧିକ ବାଣ ଫୁଟାଇବା ନିହାତି ଭାବେ ଅସମ୍ଭବ ହେବ । ତେଣୁ ଗ୍ରାହକ ମାନେ ବି ନିଜ ସୁବିଧା ଅନୁସାରେ ଜିନିଷ କିଣୁଛନ୍ତି, ଯାହାକି ବ୍ୟବସାୟୀ ମାନଙ୍କୁ ଚିନ୍ତାରେ ପକାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ