Masthead

ଆଲୋକର ପର୍ବ ଦୀପାବଳି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଲୋକର ପର୍ବ ଦୀପାବଳି, ସେଥିପାଇଁ ଗାଁ ଠାରୁ ସହର ସମସ୍ତେ ଚଳଚଞ୍ଚଳ । ଅନ୍ଧାର ଉପରେ ଆଲୋକର ବିଜୟ । ଅସତ୍ୟ ଉପରେ ସତ୍ୟର ବିଜୟ । ଅଧର୍ମ ଉପରେ ଧର୍ମର ଜୟ । ଲୋକେ ମାଟି ଦୀପ , ରଙ୍ଗୀନ ଆଲୋକରେ ଘର ସଜାଇ ଦୀପାବଳି ପାଳିବାକୁ ସଜବାଜ କରିଛନ୍ତି । ଗତବର୍ଷ କରୋନା କଟକଣା ପାଇଁ ଦୀପାବଳି ଫିକା ପଡିଥିଲା । ହେଲେ ଏଥର ଦୀପାବଳି ପୂରା ଫିକା ପଡ଼ିବନି ।

ଦୀପ ଜଳିବ, ମହମବତୀ ଜଳିବ, ଲିଚୁ ଲାଇଟ ବି ଜଳିବ। ତା ସାଙ୍ଗକୁ ବାଣ ବି ଫୁଟିବ।  ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କେବଳ ଗ୍ରୀନ କ୍ରାକର ହିଁ ଫୁଟିବ । ଆଜି ରାତି ୮ଟାରୁ ୧୦ଟା ମଧ୍ୟରେ ୨ ଘଣ୍ଟା ପାଇଁ ଫୁଟିବ ବାଣ। ଦୀପାବଳି ପ୍ରତିଟି ଭାରତୀୟଙ୍କ ପାଇଁ ଏକ ମହାନ ପରମ୍ପରା। ଦୀପାବଳିରେ କେବଳ ଯେ, ଦୀପ ଲଗାଯାଏ, ବାଣ ଫୁଟାଯାଏ ତାହା ନୁହେଁ, ଘରେ ଅନେକ ପୂଜାର୍ଚ୍ଚନା ବି ହୁଏ । ଅନେକ ଲୋକ ଦୀପାବଳିରେ ବହୁତ କିଛି ନୂଆ ଜିନିଷ କିଣି ଥାନ୍ତି।

ଏହି ଦିନ ମା’ କାଳୀଙ୍କ ଆରାଧନା ମଧ୍ୟ ହୋଇଥାଏ ଚାରିଆଡ଼େ ଉତ୍ସବର ମାହୋଲ । ୧୪ ବର୍ଷ ବନବାସ ସାରି ରାଜା ରାମଚନ୍ଦ୍ରଙ୍କ ଅଯୋଧ୍ୟା ଆଗମନର ପର୍ବ । ଏହା ସହ ମା’ କାଳୀଙ୍କ ଆରାଧନାର ସମୟ । ଘରେ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ମା ଲକ୍ଷ୍ମୀ ଓ ଶ୍ରୀଗଣେଶଙ୍କ ପୂଜାର ବିଧି । ଦୀପାବଳି ସୁଖ, ସମୃଦ୍ଧି ଆଣେ । ଦୁଃଖ, କଷ୍ଟକୁ ଦୂରେଇ ଦିଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର