ଆଲୋକର ପର୍ବ ଦୀପାବଳି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଲୋକର ପର୍ବ ଦୀପାବଳି, ସେଥିପାଇଁ ଗାଁ ଠାରୁ ସହର ସମସ୍ତେ ଚଳଚଞ୍ଚଳ । ଅନ୍ଧାର ଉପରେ ଆଲୋକର ବିଜୟ । ଅସତ୍ୟ ଉପରେ ସତ୍ୟର ବିଜୟ । ଅଧର୍ମ ଉପରେ ଧର୍ମର ଜୟ । ଲୋକେ ମାଟି ଦୀପ , ରଙ୍ଗୀନ ଆଲୋକରେ ଘର ସଜାଇ ଦୀପାବଳି ପାଳିବାକୁ ସଜବାଜ କରିଛନ୍ତି । ଗତବର୍ଷ କରୋନା କଟକଣା ପାଇଁ ଦୀପାବଳି ଫିକା ପଡିଥିଲା । ହେଲେ ଏଥର ଦୀପାବଳି ପୂରା ଫିକା ପଡ଼ିବନି ।

ଦୀପ ଜଳିବ, ମହମବତୀ ଜଳିବ, ଲିଚୁ ଲାଇଟ ବି ଜଳିବ। ତା ସାଙ୍ଗକୁ ବାଣ ବି ଫୁଟିବ।  ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କେବଳ ଗ୍ରୀନ କ୍ରାକର ହିଁ ଫୁଟିବ । ଆଜି ରାତି ୮ଟାରୁ ୧୦ଟା ମଧ୍ୟରେ ୨ ଘଣ୍ଟା ପାଇଁ ଫୁଟିବ ବାଣ। ଦୀପାବଳି ପ୍ରତିଟି ଭାରତୀୟଙ୍କ ପାଇଁ ଏକ ମହାନ ପରମ୍ପରା। ଦୀପାବଳିରେ କେବଳ ଯେ, ଦୀପ ଲଗାଯାଏ, ବାଣ ଫୁଟାଯାଏ ତାହା ନୁହେଁ, ଘରେ ଅନେକ ପୂଜାର୍ଚ୍ଚନା ବି ହୁଏ । ଅନେକ ଲୋକ ଦୀପାବଳିରେ ବହୁତ କିଛି ନୂଆ ଜିନିଷ କିଣି ଥାନ୍ତି।

ଏହି ଦିନ ମା’ କାଳୀଙ୍କ ଆରାଧନା ମଧ୍ୟ ହୋଇଥାଏ ଚାରିଆଡ଼େ ଉତ୍ସବର ମାହୋଲ । ୧୪ ବର୍ଷ ବନବାସ ସାରି ରାଜା ରାମଚନ୍ଦ୍ରଙ୍କ ଅଯୋଧ୍ୟା ଆଗମନର ପର୍ବ । ଏହା ସହ ମା’ କାଳୀଙ୍କ ଆରାଧନାର ସମୟ । ଘରେ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ମା ଲକ୍ଷ୍ମୀ ଓ ଶ୍ରୀଗଣେଶଙ୍କ ପୂଜାର ବିଧି । ଦୀପାବଳି ସୁଖ, ସମୃଦ୍ଧି ଆଣେ । ଦୁଃଖ, କଷ୍ଟକୁ ଦୂରେଇ ଦିଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ