Masthead

ସତ ମାନିଲା ଶିବ, ୯ ମାସ ପରେ ମିଳିଲା ନିଖୋଜ ବ୍ୟକ୍ତିଙ୍କ କଙ୍କାଳ

ଲମତାପୁଟ(ବଡ଼ ଖବର ବ୍ୟୁରୋ): ସତ ମାନିଲା ଶିବ, ୯ ମାସ ପରେ ମିଳିଲା ନିଖୋଜ ବ୍ୟକ୍ତିଙ୍କ କଙ୍କାଳ। ପାଡୁଆ ଥାନା ଅନ୍ତର୍ଗତ ଡୁମୁରିବାରି ଗ୍ରାମର ଦାସ ହେନ୍ତାଳଙ୍କ କଙ୍କାଳ ଉଦ୍ଧାର କରିଛି ପାଡୁଆ ପୋଲିସ। ସୂପାରି ଦେଇଥିବା ମୁଖ୍ୟ ଅଭିଯୁକ୍ତ ଶିବ ଖରା ସହ ୪ ଗିରଫ । ଗତ ମାର୍ଚ ମାସରେ ଦାସ ହନ୍ତାଳ ନିଖୋଜ ହୋଇଯାଇଥିଲେ। ପରିବାର ବର୍ଗ ମାଓବାଦୀ ଉଠାଇ ନେଇଥିବା ସନ୍ଦେହ କରିଥିଲେ। କାରଣ ସେ ସମାଜ ସେବା, ରାଜନୀତି ସହ କଣ୍ଟ୍ରାକ୍ଟର ଭାବରେ କାମ କରୁଥିଲେ। ତେଣୁ ମାଓବାଦୀ ନେଇଯାଇଥିବା ସନ୍ଦେହରେ ଭୟଭୀତ ହୋଇ ପୋଲିସକୁ ମଧ୍ୟ ଖବର ଦେଇ ନଥିଲେ । ପରିବାର ବର୍ଗ ୩ ମାସ ଅପକ୍ଷା କରିବାପରେ ଦାସ ଫେରି ନଥିବା ନେଇ ଶେଷରେ ଜୁନ ମାସରେ ନିଖୋଜ ଥିବା ନେଇ ପାଡୁଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରି ଜାଣିବାକୁ ପାଇଥିଲା ଶିବ ଖରା ନାମକ ବ୍ୟକ୍ତିଙ୍କ ସହ ଶତ୍ରୁତା ଥିଲା। ଗତକାଲି ଶିବ ଖରକୁ ଡୁମୁରିବାରି ଗ୍ରାମରୁ ପୋଲିସ ଉଠାଇ ଆଣିବା ପରେ ସତ ମାନିଥିଲା ଶିବ ।

ଦାସ ହେନ୍ତାଳଙ୍କୁ ମାରିବାକୁ ପାଖ ଗାଁର କିଛି ଯୁବକଙ୍କ ସହ ୧ ଲକ୍ଷ ଟଙ୍କାରେ ଡିଲ୍ ହୋଇଥିଲା। ପ୍ରଥମେ ୬୦ ହଜାର ଅଗ୍ରିମ ଦେଇଥିଲା।ଟଙ୍କା ନେଇ ୫ ଜଣ ଯୁବକ ଦାସଙ୍କୁ ହତ୍ୟାକରି ଡୁମୁରିବାରି ଜଙ୍ଗଲରେ ପୋତି ଦେଇଥିଲେ। ପାଡୁଆ ପୋଲିସକୁ ଅଭିଯୁକ୍ତମାନଙ୍କୁ ଘଟଣା ସ୍ଥଳକୁ ନେଇ ଥିଲା । ସ୍ଥାନୀୟ ମାଜିଷ୍ଟେଡଙ୍କ ଉପସ୍ଥିତିରେ ଦାସଙ୍କ ଗଳିତ ଶବ ଉଧାର କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ଗିରଫ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ