Masthead

କ୍ରୁଜ ଡ୍ରଗ୍ସ ମାମଲା ସମ୍ପୂର୍ଣ୍ଣ ଭାବରେ ମିଥ୍ୟା ଅଟେ: ନବାବ ମଲ୍ଲିକ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାର ଚର୍ଚ୍ଚା ଥମିବାରେ ନାଁ ନେଉନି । କେତେବେଳେ ସମୀର ୱାଙ୍ଗଡେ ଏହି କେସରୁ ବାହାରିଯାଉଥିବାର ଚର୍ଚ୍ଚା ହେଉଛି ତ ଆଉ କେତେବେଳେ ଆର୍ୟନ ଖାନ ନିର୍ଦ୍ଦୋଶ ଥିବାର ଚର୍ଚ୍ଚା ହେଉଥିବାର ଦେଖିବାକୁ ମିଳୁଛି । ଏହା ମଧ୍ୟରେ ମହାରାଷ୍ଟ୍ରର ମନ୍ତ୍ରୀ ତଥା ଜାତୀୟତାବାଦୀ କଂଗ୍ରେସ ପାର୍ଟି ନେତା ନବାବ ମଲ୍ଲିକ ଏନସିବି ଅଧିକାରୀ ସମୀର ୱାଙ୍ଖଡେ ଏବଂ ବିଜେପି ନେତା ମୋହିତ କାମ୍ବୋଜଙ୍କୁ ନବମଥର ଆକ୍ରମଣ କରିଛନ୍ତି । ତେବେ ଏନସିବି ମୁଖ୍ୟାଳୟରେ ବାହାର ଲୋକଙ୍କର କିପରି ପ୍ରବେଶ ସମ୍ଭବ ହୋଇପାରୁଛି । କ୍ରୁଜ ଡ୍ରଗ୍ସ ମାମଲା ସମ୍ପୂର୍ଣ୍ଣ ଭାବରେ ମିଥ୍ୟା ଅଟେ । କାହିିଁକିନା କିପରି ଜଣେ ବାହାର ବ୍ୟକ୍ତି କୌଣସି ଆରୋପିକୁ ଜେଲକୁ ନେଇ ପାରିବ । ଏହା ଛଡ଼ା ସବୁଠାରୁ ରୋଚକ କଥାଟି ହେଉଛି କିରଣ ଗୋସ୍ୱାମୀ ନାମକ ଜଣେ ବ୍ୟକ୍ତି ଆର୍ୟନ ଖାନଙ୍କ ବୟାନ ନେଉଥିଲେ ।

ଯିଏକି ନିଜେ ଅନେକ ମାମଲାରେ ଅଭିଯୁକ୍ତ ଅଛନ୍ତି । ସେପଟେ କ୍ରୁଜ ଡ୍ରଗ୍ସ ମାମଲାରେ ଏନସିବି ୧୧ ଜଣଙ୍କୁ ଅଟକ ରଖିଛି କିନ୍ତୁ ଏଥିରେ ତିନି ଜଣଙ୍କୁ କାହିଁକି ମୁକ୍ତ କରାଯାଇଛି ? ବୋଲି ନବାବ ମଲ୍ଲିକ ପ୍ରଶ୍ନ କରିଛନ୍ତି । କେବଳ ଏତିକି ନୁହେଁ ବରଂ ୱାଙ୍ଖଡେଙ୍କର ଏକମାତ୍ର ଖେଳ ହେଉଛି ଡ୍ରଗ୍ସ ବ୍ୟବସାୟ ଜାରି ରଖିବା । ଏବଂ ଡ୍ରଗ୍ସ ମାଫିଆଙ୍କୁ ସୁରକ୍ଷା ଦେବା । ଏପରିକି ୱାଙ୍ଖଡେ ଚଳଚ୍ଚିତ୍ର ଜଗତର ଲୋକଙ୍କୁ ଭୟଭୀତ କରି ହଜାର ହଜାର କୋଟି ଟଙ୍କା ଲୁଟିବା ଖେଳରେ ଜଡ଼ିତ ଅଛନ୍ତି ବୋଲି ନବାବ ମଲ୍ଲିକ ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ନବାବ ମଲ୍ଲିକ ବାରମ୍ବାର ଆର୍ୟନ ଖାନଙ୍କ ସପକ୍ଷରେ ବାହାରି ଚର୍ଚ୍ଚାରେ ରହିଛନ୍ତି । କିଏ ଏହାକୁ ନିନ୍ଦା କରୁଥିବାବେଳେ ଆଉ କିଏ ଏହା ସପକ୍ଷରେ ବାହାରିଛନ୍ତି । ହେଲେ ଏନସିବି ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରି ବର୍ତ୍ତମାନ ବେଶ ଚର୍ଚ୍ଚାରେ ଅଛନ୍ତି ନବାବ ମଲ୍ଲିକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ