ସତ ମାନିଲା ଶିବ, ୯ ମାସ ପରେ ମିଳିଲା ନିଖୋଜ ବ୍ୟକ୍ତିଙ୍କ କଙ୍କାଳ

ଲମତାପୁଟ(ବଡ଼ ଖବର ବ୍ୟୁରୋ): ସତ ମାନିଲା ଶିବ, ୯ ମାସ ପରେ ମିଳିଲା ନିଖୋଜ ବ୍ୟକ୍ତିଙ୍କ କଙ୍କାଳ। ପାଡୁଆ ଥାନା ଅନ୍ତର୍ଗତ ଡୁମୁରିବାରି ଗ୍ରାମର ଦାସ ହେନ୍ତାଳଙ୍କ କଙ୍କାଳ ଉଦ୍ଧାର କରିଛି ପାଡୁଆ ପୋଲିସ। ସୂପାରି ଦେଇଥିବା ମୁଖ୍ୟ ଅଭିଯୁକ୍ତ ଶିବ ଖରା ସହ ୪ ଗିରଫ । ଗତ ମାର୍ଚ ମାସରେ ଦାସ ହନ୍ତାଳ ନିଖୋଜ ହୋଇଯାଇଥିଲେ। ପରିବାର ବର୍ଗ ମାଓବାଦୀ ଉଠାଇ ନେଇଥିବା ସନ୍ଦେହ କରିଥିଲେ। କାରଣ ସେ ସମାଜ ସେବା, ରାଜନୀତି ସହ କଣ୍ଟ୍ରାକ୍ଟର ଭାବରେ କାମ କରୁଥିଲେ। ତେଣୁ ମାଓବାଦୀ ନେଇଯାଇଥିବା ସନ୍ଦେହରେ ଭୟଭୀତ ହୋଇ ପୋଲିସକୁ ମଧ୍ୟ ଖବର ଦେଇ ନଥିଲେ । ପରିବାର ବର୍ଗ ୩ ମାସ ଅପକ୍ଷା କରିବାପରେ ଦାସ ଫେରି ନଥିବା ନେଇ ଶେଷରେ ଜୁନ ମାସରେ ନିଖୋଜ ଥିବା ନେଇ ପାଡୁଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରି ଜାଣିବାକୁ ପାଇଥିଲା ଶିବ ଖରା ନାମକ ବ୍ୟକ୍ତିଙ୍କ ସହ ଶତ୍ରୁତା ଥିଲା। ଗତକାଲି ଶିବ ଖରକୁ ଡୁମୁରିବାରି ଗ୍ରାମରୁ ପୋଲିସ ଉଠାଇ ଆଣିବା ପରେ ସତ ମାନିଥିଲା ଶିବ ।

ଦାସ ହେନ୍ତାଳଙ୍କୁ ମାରିବାକୁ ପାଖ ଗାଁର କିଛି ଯୁବକଙ୍କ ସହ ୧ ଲକ୍ଷ ଟଙ୍କାରେ ଡିଲ୍ ହୋଇଥିଲା। ପ୍ରଥମେ ୬୦ ହଜାର ଅଗ୍ରିମ ଦେଇଥିଲା।ଟଙ୍କା ନେଇ ୫ ଜଣ ଯୁବକ ଦାସଙ୍କୁ ହତ୍ୟାକରି ଡୁମୁରିବାରି ଜଙ୍ଗଲରେ ପୋତି ଦେଇଥିଲେ। ପାଡୁଆ ପୋଲିସକୁ ଅଭିଯୁକ୍ତମାନଙ୍କୁ ଘଟଣା ସ୍ଥଳକୁ ନେଇ ଥିଲା । ସ୍ଥାନୀୟ ମାଜିଷ୍ଟେଡଙ୍କ ଉପସ୍ଥିତିରେ ଦାସଙ୍କ ଗଳିତ ଶବ ଉଧାର କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ଗିରଫ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’