ବିଧାୟକଙ୍କ ନାଁରେ ୧୦୧ ୱାରେଣ୍ଟି… ଏବେ ଧରାପଡ଼ିଲେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିଧାୟକଙ୍କ ନାଁରେ ୧୦୧ ଓ୍ୱାରେଣ୍ଟ ଜାରି । ହେଲେ୨୬ ବର୍ଷ ଧରି ଥିଲେ ଫେରାର। ଏବେ ଫାଶରେ ପଡ଼ିଛନ୍ତି । ୨୬ ବର୍ଷ ଧରି ଫେରାର ଥିବା ସାଧାବାଦୀ ପାର୍ଟି ବିଧାୟକଙ୍କୁ ଏବେ ଗିରଫ କରିଛି ପୁଲିସ। ଏଭଳି ଦୃଶ୍ୟ ଦେଖିବାକୁ ମଳିଛି ଉତ୍ତରପ୍ରଦେଶର ମେରଠରେ । ଅଭିଯୁକ୍ତ ବିଧାୟକ ହେଲେ ରଫିକ୍ ଅନସାରୀ । ରଫିକ୍ ଅନସାରୀଙ୍କୁ ବାରବାଙ୍କିର ଜୟତପୁର ପୁଲିସ ଷ୍ଟେସନ ଅଞ୍ଚଳରୁ ସୋମବାର ଗିରଫ କରାଯାଇଛି। ଆଇନଗତ ଭାବେ ସମାଜବାଦୀ ପାର୍ଟି ବିଧାୟକ ରଫିକ୍ ଅନସାରୀ ୨୬ ବର୍ଷ ଧରି ଫେରାର ଥିଲେ।

ତାଙ୍କ ବିରୋଧରେ ୧୦୧ ଥର ୱାରେଣ୍ଟ ମଧ୍ୟ ଜାରି କରାଯାଇଥିଲା। କିନ୍ତୁ ତାଙ୍କର ଗିରଫଦାରୀ ହୋଇ ପାରିନଥିଲା। ଏହାକୁ ନେଇ ଆହ୍ଳାବାଦ ହାଇକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ। ବିଧାୟକଙ୍କୁ ଗିରଫ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଗିରଫଦାରୀକୁ ଏଡାଇବା ପାଇଁ ସେ ହାଇକୋର୍ଟଙ୍କ ନିକଟକୁ ଯିବାକୁ ମଧ୍ୟ ଚେଷ୍ଟା କରୁଥିଲେ । କିନ୍ତୁ ଏହାରି ଭିତରେ ମେରଠ ସର୍ଭିଲାନ୍ସ ଏବଂ ବାରବାଙ୍କି ପୁଲିସ ତାଙ୍କୁ ଗିରଫ କରିଛି। ବିଧାୟକଙ୍କୁ ଗିରଫ କରିବା ପରେ ପୁଲିସ ସୋମବାର ରାତି ପ୍ରାୟ ୯ଟାରେ ବାରବାଙ୍କିରୁ ମେରଟ ଆଣି ତାଙ୍କୁ କୋର୍ଟରେ ହାଜର କରିଥିଲା। ବିଧାୟକଙ୍କ ନାମରେ ପ୍ରଥମ ୱାରେଣ୍ଟ ୧୯୯୭ରେ ଜାରି କରାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ