Masthead

ଆବାସ ଯୋଜନା ଡମୁଣୀଙ୍କ ଲାଗି ସାତସପନ

ଜଗନ୍ନାଥପ୍ରସାଦ (ବଡ଼ ଖବର ବ୍ୟୁରୋ): ଗରୀବ ଲୋକଙ୍କ ଲାଗି ସରକାର ଘୋଷଣା କରିଛନ୍ତି ଆବାସ ଯୋଜନା । ମାତ୍ର ପ୍ରକୃତ ହିତାଧିକାରୀ ଏହି ଯୋଜନାରୁ ବାଦ ପଡୁଛନ୍ତି । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ବାସୁଦେବପୁର ଗାଁରେ ଦେଖିବାକୁ ମିଳିଛି ଏହାର ଜ୍ୱଳନ୍ତ ଉଦାହରଣ । ବାସୁଦେବପୁର ଗାଁର ଡମୁଣୀ ନାୟକ । ବୟସ ୭୦ ଛୁଇଁଲାଣି । ସ୍ୱୀମୀ ବାଜିଆ ନାୟକ ଓ ଭେଣ୍ଡିଆପୁଅ ଆରପାରିକୁ ଚାଲିଯାଇଛନ୍ତି । ଝିଅକୁ ବାହା ଦେବା ପରେ ପାଖରେ କେହି ନାହାନ୍ତି । ଭାଗ୍ୟ ଓ ଭଗବାନଙ୍କ ଭରସାରେ ଡମୁଣୀ ।

ଭଙ୍ଗା ଦରରା ଘରେ ଏକାକୀ ଜୀବନ ବିତାଉଛନ୍ତି ଡମୁଣୀ । ଝାଟିମାଟିର ଚାଳଘର କେତେବେଳେ ଯେ ଭୁଶୁଡି ପଡିବ କହିହେଉ ନାହିଁ । ବର୍ଷା ହେଲେ ଘରେ ଗଳୁଛି ପାଣି । ଅଧାଦିନ ରାତି ଅନିଦ୍ରା ହେବାକୁ ପଡୁଛି । ମୂଲ ମଜୁରି ଲାଗି ଯାହା ରୋଜଗାର କରନ୍ତି ସେତିକି ଚଳିବାକୁ ନିଅଣ୍ଟ । ନିଜ ଦୁଃଖ ଦୁର୍ଦ୍ଦଶା ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓଙ୍କୁ ଜଣାଇଥିଲେ ସୁଦ୍ଧା ଫଳାଫଳ ଶୂନ । ପକ୍କାଘର ଖଣ୍ଡେ ମିଳିଲେ ବାକି ଜୀବନ ଟିକେ ଭଲରେ କାଟିଦିଅନ୍ତି ବୋଲି କହିଛନ୍ତି ଡ଼ମୁଣୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ