Masthead

ସଂସାରର ଭୋକ ମେଣ୍ଟାଉଛି ଖଜୁରି ଗଛ

ଜଳେଶ୍ୱର, (ବଡ଼ ଖବର ବ୍ୟୁରୋ): କରୋନା ମହାମାରୀ ଗରିବ ସଂସାର ପାଇଁ ଏମିତି କରିଛି ଯେ ପେଟର ଭୋକ ଯନ୍ତ୍ରଣାକୁ ଖଜୁରି ଗଛ ହିଁ ମେଣ୍ଟାଇପାରୁଛି। ମୁଠାଏ ଭାତ ପାଇଁ ଜୀବନକୁ ବିପଦ ମୁହଁକୁ ଠେଲି ମାଇଲ୍ ମାଇଲ୍ ରାସ୍ତା ଚାଲି ବଣଜଙ୍ଗଲରେ ପଶି ଖଜୁରି ଗଛ ଡାଳ ସଂଗ୍ରହ କରି ଝାଡୁ ତିଆରି କରୁଛନ୍ତି ।
ଓଡ଼ିଶା-ପଶ୍ଚିମବଙ୍ଗ ସୀମା ମେଦିନପୁର ଜିଲ୍ଲା ସାଉଡ଼ାପିଙ୍ଗ ଗାଁରେ ସ୍ୱର୍ଗତ ମନୁ ଜେନାଙ୍କ ଘର। ପରିବାର କହିଲେ ସ୍ତ୍ରୀ, ଝିଅ ଓ ପୁଅ ମିଶି ମାତ୍ର ପାଞ୍ଚ ଜଣ। ପାଞ୍ଚବର୍ଷ ତଳେ ହଠାତ୍ ଆରପାରିକୁ ଚାଲିଗଲେ ମନୁ। ମନୁଙ୍କ ମୃତ୍ୟୁ ପରେ ୧୮ ବର୍ଷର ଏକମାତ୍ର ପୁଅ ପରିତୋଷ ଉପରେ ଲଦିହୋଇଗଲା ପରିବାରର ବୋଝ। ପାଠ ପଢ଼ିବା ବୟସରେ ପରିତୋଷ ପୁନେରେ ରୋଜଗାର ଆରମ୍ଭ କରି ପରିବାର ଚଳାଉଥିଲେ । କିନ୍ତୁ ମହାମାରୀ କରୋନା ପରିତୋଷଙ୍କ ପରିବାର ମୁହଁରୁ ଛଡ଼ାଇ ନେଇଛି ହସଖୁସି । ଚାରିମାସ ତଳେ କୌଣସି ଉପାୟରେ ପୁନେରୁ ଆସି ଘରେ ପହଞ୍ଚିବା ପରେ ବଢ଼ିଛି ବୁଢ଼ୀମା ଓ ଭଉଣୀଙ୍କ ଭୋକର ଚିନ୍ତା। ଏହାରି ଭିତରେ ପରିବାରର ପରିସ୍ଥିତି ଏମିତି ହୋଇଛି ଯେ ପେଟର ଭୋକ ମେଣ୍ଟାଇବା ପାଇଁ ମାଇଲ୍ ମାଇଲ୍ ରାସ୍ତା ବୁଲି ସକାଳରୁ ସନ୍ଧ୍ୟା ଯାଏ ଜଙ୍ଗଲରୁ ଖଜୁରି ଗଛ ଡାଳ ସଂଗ୍ରହ କରୁଛନ୍ତି । ଦିନକୁ ୩୦ଖଣ୍ଡ ଝାଡୁ ତିଆରି କରି ଦୁଇଶହ ଟଙ୍କା ରୋଜଗାର କରି ପରିବାର ପ୍ରତିପୋଷଣ କରୁଛନ୍ତି ପରିତୋଷଙ୍କ ପରିବାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ