Masthead

ମିସାଇଲ ମାରି ଗୁଇନ୍ଦା ବେଲୁନ ଖସାଇଲା ଆମେରିକା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଚୀନର ଗୁଇନ୍ଦା ବେଲୁନ ଉପରେ ଆମେରିକାର କାର୍ଯ୍ୟାନୁଷ୍ଠାନ । ସ୍ପାଏ ବେଲୁନକୁ ମିସାଇଲ ମାରି ଖସାଇଲା ଆମେରିକା । ସପ୍ତାହେ ପୂର୍ବରୁ ଆମେରିକା ଆକାଶରେ ଦେଖା ଦେଇଥିବା ପର୍ଯ୍ୟବେକ୍ଷଣକାରୀ ବେଲୁନଟି ଉତ୍ତର ଆମେରିକାର ଗୁରୁତ୍ୱପୂର୍ଣ୍ଣ ସାମରିକ ସ୍ଥଳୀଗୁଡିକୁ ପର୍ଯ୍ୟବେକ୍ଷଣ କରୁଥିଲା । ଏନେଇ ସୂଚନା ଦେଇଛି ଆମେରିକା । ବେଲୁନ୍‌ଟିକୁ ବିସ୍ଫୋରକ ମାରି ଖସାଇ ଦେବାଲାଗି ବୁଧବାର ବାଇଡେନ୍‌ ଆଦେଶ ଦେଇଥିଲେ । ଏହି ଗୁଇନ୍ଦା ବେଲୁନଟି ଏବେ ଖଣ୍ଡ ଖଣ୍ଡ ହୋଇ ଆଟଲାଂଟିକ ସମୁଦ୍ରରେ ପଡିଛି । ଆମେରିକାର ଏୟାର ଫୋର୍ସ ଏହି ଗୁଇନ୍ଦା ବେଲୁନଟିକୁ ଉଡାଇ ଦେଇଛି । ଫେବୃଆରୀ ୧ରେ ଆମେରିକାର ପଶ୍ଚିମ ପ୍ରାନ୍ତରେ ଏହି ଗୁଇନ୍ଦା ବେଲୁନ ଉଡୁଥିବା ଦେଖିବାକୁ ମିଳିଥିଲା । ପରେ ଏହାକୁ ନେଇ ପେଂଟାଗନ ଅଫିସରେ ମଧ୍ୟ ଜୋରଦାର ଚର୍ଚ୍ଚା ହୋଇଥିଲା । ତେବେ ଆମେରିକା ଆକାଶରେ ଉଡୁଥିବା ଚୀନର ଏହି ବେଲୁନକୁ ଉଡାଇବାକୁ ଏତେ ସହଜ ନଥିଲା । କାରଣ ଚୀନର ଏହି ବେଲୁନରେ ସେନସର ସହିତ ଅନେକ କିଛି ସକ୍ରିୟ ରହିଥିଲା । ତେଣୁ ହଠାତ୍ ବେଲୁନଟିକୁ ଉଡାଇବାକୁ ଚେଷ୍ଟା କଲେ ବଡ ବିସ୍ପୋରଣ ହେବାର ସମ୍ଭାବନା ମଧ୍ୟ ଥିଲା । ତେଣୁ ଆମେରିକାର ଏୟାରଫୋର୍ସ ଏଫ-୨୨ ଫାଇଟର ଜେଟ ଲଗାଇ ଉଡାଇ ଦେଇଛି । ଏହି ସ୍ପାଏ ବେଲୁନଟି ୫୮ ହଜାର ଫୁଟ ଉଚ୍ଚରେ ଉଡୁଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ୍ 🔴 ସ୍କୁଲରେ ମାରପିଟ୍, ୩ଶିକ୍ଷକ ନିଲମ୍ବିତ 🔴 ୨୧ରେ ପୁଣି ଭାରତ ପାକିସ୍ତାନ ମୁକାବିଲା 🔴 ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ 🔴 ମାଆକୁ ଟାଙ୍ଗିଆ ରେ ହାଣି ହତ୍ୟା କଲା ପୁଅ 🔴 ରାଜଧାନୀରୁ ନିଖୋଜ, ଘଟଗାଁରୁ ମିଳିଲା ମୃତଦେହ! 🔴 ଦେବଭୂମିରେ ପୁଣି ଜଳପ୍ରଳୟ, ୧୩ ମୃତ 🔴 ଶ୍ରୀମୟୀଙ୍କ ନିଶାନାରେ ପାଣ୍ଡିଆନ 🔴 ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ 🔴 ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ 🔴 ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ୍ 🔴 ସ୍କୁଲରେ ମାରପିଟ୍, ୩ଶିକ୍ଷକ ନିଲମ୍ବିତ 🔴 ୨୧ରେ ପୁଣି ଭାରତ ପାକିସ୍ତାନ ମୁକାବିଲା 🔴 ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ 🔴 ମାଆକୁ ଟାଙ୍ଗିଆ ରେ ହାଣି ହତ୍ୟା କଲା ପୁଅ 🔴 ରାଜଧାନୀରୁ ନିଖୋଜ, ଘଟଗାଁରୁ ମିଳିଲା ମୃତଦେହ! 🔴 ଦେବଭୂମିରେ ପୁଣି ଜଳପ୍ରଳୟ, ୧୩ ମୃତ 🔴 ଶ୍ରୀମୟୀଙ୍କ ନିଶାନାରେ ପାଣ୍ଡିଆନ 🔴 ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ 🔴 ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ