ଭୁୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶାକୁ ଘାରିଲାଣି ଏବେ ଭୂକମ୍ପ ଚିନ୍ତା । ତାଲଚେରବାସୀଙ୍କ ଭୟ ଏବେ ବଢିବାରେ ଲାଗିଛି । ତୁର୍କୀରେ ଭୟଙ୍କର ଭୂମିକମ୍ପ ପରେ ଓଡ଼ିଶାକୁ ଘାରିଛ ଏବେ ଏହି ଚିନ୍ତା । ଅନୁଗୁଳ ଜିଲ୍ଲାର ଏହି ଗୁରୁତ୍ୱପୂର୍ଣ୍ଣ ଅଂଶ ବା ଅର୍ଥନୈତିକ କରିଡ଼ର ପ୍ରତି କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବ ଏବେ ବିଭିନ୍ନ ମହଲରେ ଚିନ୍ତାର କାରଣ ହେଲାଣି ।
ଏହାକୁ ନେଇ ସଂସଦରେ ଉଦବେଗ ପ୍ରକାଶ କରିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସାଂସଦ ତଥ୍ୟ ରଖିଛନ୍ତି । କହିଛନ୍ତି ଓଡ଼ିଶାରେ ସ୍ଥିତି ଆହୁରି ଗମ୍ଭୀର ରହିଛି । ତାଳଚେର କୋଇଲା ଖଣି ଅଞ୍ଚଳର ହାଣ୍ଡିଧୂଆ ଓ ଦେଉଳବେଢା ଖଣି ଭିତରେ ବାଲି ଭର୍ତ୍ତି କରାଯାଇନାହିଁ । ଫଳରେ ଏଠାରେ ମଧ୍ୟ ଭୂସ୍ଖଳନ ହେବା ଆଶଙ୍କା ରହିଛି ।