Masthead

ବାଲିମାଫିଆ ଗିରଫ, ଇଟା ଭାଟିରେ ଚାଲିଲା ବୁଲଡୋଜର

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ଆକ୍ସନ ମୋଡରେ ବାଲେଶ୍ୱର ଜିଲ୍ଲାପାଳ ଓ ଏସପି । ବାଲେଶ୍ୱର ଜିଲ୍ଲାରେ ବାଲି ମାଫିଆଙ୍କ ଆକ୍ରମଣ ପରେ ଏବେ ଚେଇଁ ଉଠିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ଆରମ୍ଭ କରିଛନ୍ତି ଅପରେସନ ସ୍ୟାଣ୍ଡ ଷ୍ଟର୍ମ । ଚୋରା ବାଲିଖାଦାନରେ ୧୪୪ଧାରା ସହିତ ବାଲି ମାଫିଆଙ୍କ ଉପରେ ଆରମ୍ଭ ହୋଇଛି କାର୍ୟ୍ୟାନୁଷ୍ଠାନ । ବାଲେଶ୍ଵର ଜିଲ୍ଲାପାଳ ଓ ଏସପି ସାଗରିକା ନାଥଙ୍କ ମିଳିତ ଉଦ୍ୟମରେ ବାଲିଆପାଳର ବାଲି ମାଫିଆକୁ ଗିରଫ କରିଛି ପୋଲିସ । ଗିରଫ ବାଲିମାଫିଆ ସୌମ୍ୟଜିତ ପୂର୍ତ୍ତ ବିଭାଗ ନାମରେ ବାଲି ଚୋରା ପରିବହନ କରି ନିଜ ଇଟାଭାଟିରେ ଗଛିତ ରଖିବା ଉପରେ ଆରମ୍ଭ ହୋଇଛି ଚଢ଼ାଉ । ବାଲେଶ୍ୱର ଜିଲ୍ଲାଙ୍କ ନିଦେ୍ର୍ଧଶରେ ବାଲିଆପାଳ କେତେକ ଅଞ୍ଚଳରେ ଥିବା ଇଟାଭାଟି ଉପରେ ଚାଲିଛି ବୁଲଡୋଜର । ଚଢାଉରେ ୩ଟି ଟ୍ରାକ୍ଟର, ଗୋଟିଏ ଜେସିବି, ଦୁଇଟି ପାଣି ଟ୍ୟାଙ୍କର ଜବତ କରିଛି ଜିଲ୍ଲା ପ୍ରଶାସନ ।

ତେବେ ଏଠି ପ୍ରଶ୍ନ ଉଠୁଛି ବର୍ଷ ବର୍ଷ ଧରି ବେଆଇନ ଭାବେ ଚାଲିଥିବା ଶହ ଶହ ଇଟାଭାଟି ଓ ବେଆଇନ ଚୋରା ଚାଲାଣ ଉପରେ କାହିଁକି ବାଲେଶ୍ୱର ଜିଲ୍ଲାପାଳ ପଦକ୍ଷପ ନେଉନଥିଲେ ।ବାଲେଶ୍ଵର ଜିଲ୍ଲାର ରେମୁଣା, ନୀଳଗିରି, ସୋର, ସିମୁଳିଆ ୫୦ ରୁ ଅଧିକ ବେଆଇନ ଇଟାଭାଟି ଥିବାବେଳେ ଜଳେଶ୍ବର,ବସ୍ତା ବାଲିଆପାଳ ଓ ଭୋଗରାଇ ରେ ଏବେବି ୧୦୦ରୁ ଅଧିକ ଚାଲିଛି ବେଆଇନ ଇଟାଭାଟି। ସେପଟେ ଜଳେଶ୍ୱରର ସୁବର୍ଣ୍ଣରେଖା, ବସ୍ତାର ଜଳକା, ବାଲେଶ୍ୱରର ବୁଢ଼ାବଳଙ୍ଗ ଓ ନୀଳଗିରିର ସୁନ ନଦୀରୁ ବାଲି ମାଫିଆ ବେଧଡକ ଲୁଟୁଛନ୍ତି ବାଲି । ତେବେ କଥା ହେଉଛି ଜଳେଶ୍ୱରରୁ ନୀଳଗିରି, ଭୋଗରାଇରୁ ସିମୁଳିଆ ଭିତରେ ଚାଲିଥିବା ବେଆଇନ୍ ଇଟାଭାଟି ଓ ଚୋରା ବାଲିଚାଲାଣକୁ ବାଲେଶ୍ୱର ଜିଲ୍ଲାପାଳ ପୁରାପୁରି ସାବଡ କରିବେ ନା ଗୋଟିଏ ଦୁଇଟି ଉପରେ କାର୍ୟ୍ୟାନୁଷ୍ଠାନ ନେଇ ଆଉ କାହା ଉପରେ ଆକ୍ରମଣ ହେବା ପର୍ୟ୍ୟନ୍ତ ଅପେକ୍ଷା କରିବେ ତାହା ଉପରେ ସମସ୍ତଙ୍କ ନଜର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ