Masthead

ବାଲିମାଫିଆ ଗିରଫ, ଇଟା ଭାଟିରେ ଚାଲିଲା ବୁଲଡୋଜର

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ଆକ୍ସନ ମୋଡରେ ବାଲେଶ୍ୱର ଜିଲ୍ଲାପାଳ ଓ ଏସପି । ବାଲେଶ୍ୱର ଜିଲ୍ଲାରେ ବାଲି ମାଫିଆଙ୍କ ଆକ୍ରମଣ ପରେ ଏବେ ଚେଇଁ ଉଠିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ଆରମ୍ଭ କରିଛନ୍ତି ଅପରେସନ ସ୍ୟାଣ୍ଡ ଷ୍ଟର୍ମ । ଚୋରା ବାଲିଖାଦାନରେ ୧୪୪ଧାରା ସହିତ ବାଲି ମାଫିଆଙ୍କ ଉପରେ ଆରମ୍ଭ ହୋଇଛି କାର୍ୟ୍ୟାନୁଷ୍ଠାନ । ବାଲେଶ୍ଵର ଜିଲ୍ଲାପାଳ ଓ ଏସପି ସାଗରିକା ନାଥଙ୍କ ମିଳିତ ଉଦ୍ୟମରେ ବାଲିଆପାଳର ବାଲି ମାଫିଆକୁ ଗିରଫ କରିଛି ପୋଲିସ । ଗିରଫ ବାଲିମାଫିଆ ସୌମ୍ୟଜିତ ପୂର୍ତ୍ତ ବିଭାଗ ନାମରେ ବାଲି ଚୋରା ପରିବହନ କରି ନିଜ ଇଟାଭାଟିରେ ଗଛିତ ରଖିବା ଉପରେ ଆରମ୍ଭ ହୋଇଛି ଚଢ଼ାଉ । ବାଲେଶ୍ୱର ଜିଲ୍ଲାଙ୍କ ନିଦେ୍ର୍ଧଶରେ ବାଲିଆପାଳ କେତେକ ଅଞ୍ଚଳରେ ଥିବା ଇଟାଭାଟି ଉପରେ ଚାଲିଛି ବୁଲଡୋଜର । ଚଢାଉରେ ୩ଟି ଟ୍ରାକ୍ଟର, ଗୋଟିଏ ଜେସିବି, ଦୁଇଟି ପାଣି ଟ୍ୟାଙ୍କର ଜବତ କରିଛି ଜିଲ୍ଲା ପ୍ରଶାସନ ।

ତେବେ ଏଠି ପ୍ରଶ୍ନ ଉଠୁଛି ବର୍ଷ ବର୍ଷ ଧରି ବେଆଇନ ଭାବେ ଚାଲିଥିବା ଶହ ଶହ ଇଟାଭାଟି ଓ ବେଆଇନ ଚୋରା ଚାଲାଣ ଉପରେ କାହିଁକି ବାଲେଶ୍ୱର ଜିଲ୍ଲାପାଳ ପଦକ୍ଷପ ନେଉନଥିଲେ ।ବାଲେଶ୍ଵର ଜିଲ୍ଲାର ରେମୁଣା, ନୀଳଗିରି, ସୋର, ସିମୁଳିଆ ୫୦ ରୁ ଅଧିକ ବେଆଇନ ଇଟାଭାଟି ଥିବାବେଳେ ଜଳେଶ୍ବର,ବସ୍ତା ବାଲିଆପାଳ ଓ ଭୋଗରାଇ ରେ ଏବେବି ୧୦୦ରୁ ଅଧିକ ଚାଲିଛି ବେଆଇନ ଇଟାଭାଟି। ସେପଟେ ଜଳେଶ୍ୱରର ସୁବର୍ଣ୍ଣରେଖା, ବସ୍ତାର ଜଳକା, ବାଲେଶ୍ୱରର ବୁଢ଼ାବଳଙ୍ଗ ଓ ନୀଳଗିରିର ସୁନ ନଦୀରୁ ବାଲି ମାଫିଆ ବେଧଡକ ଲୁଟୁଛନ୍ତି ବାଲି । ତେବେ କଥା ହେଉଛି ଜଳେଶ୍ୱରରୁ ନୀଳଗିରି, ଭୋଗରାଇରୁ ସିମୁଳିଆ ଭିତରେ ଚାଲିଥିବା ବେଆଇନ୍ ଇଟାଭାଟି ଓ ଚୋରା ବାଲିଚାଲାଣକୁ ବାଲେଶ୍ୱର ଜିଲ୍ଲାପାଳ ପୁରାପୁରି ସାବଡ କରିବେ ନା ଗୋଟିଏ ଦୁଇଟି ଉପରେ କାର୍ୟ୍ୟାନୁଷ୍ଠାନ ନେଇ ଆଉ କାହା ଉପରେ ଆକ୍ରମଣ ହେବା ପର୍ୟ୍ୟନ୍ତ ଅପେକ୍ଷା କରିବେ ତାହା ଉପରେ ସମସ୍ତଙ୍କ ନଜର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି