Masthead

କ୍ଷତି ସହିଥିଲେ ରଘୁ କିନ୍ତୁ ଖସିଗଲେ ଅନୁଭବ-ବିଜୟ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିବାଦରେ ବିଜୟ ଶଙ୍କର । ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ବାପା ବିଷ୍ଣୁ ଦାସଙ୍କ ମୃତୁ୍ୟ ପରେ ବିଧାୟକ ହୋଇଛନ୍ତି ଏହି ଯୁବ ବିଜେଡି ନେତା । ହେଲେ ସୁନାମ ଅର୍ଜ୍ଜନ ଭଳି କାମ କରିବା ବଦଳରେ ଗୋଟିଏ ପରେ ଗୋଟିଏ ବଦନାମ ତାଙ୍କ ନାଁରେ । ନିଜକୁ ପତ୍ନୀ ବୋଲି ଦାବି କରୁଥିବା ସୋମାଲିକାଙ୍କ ଅଭିଯୋଗ ଆଧାରରେ କୋର୍ଟଙ୍କ ନିଦେ୍ର୍ଦଶ ପରେ ପୋଲିସ ମାମଲା ରୁଜୁ କରିଛି । ଏହା ଭିତରେ ସୋସିଆଲ ମିଡିଆରେ ଆଉ ଜଣେ ଯୁବତୀଙ୍କ ସହ ବି ଫଟୋ ଭାଇରାଲ ହେଉଛି । ତେବେ ଏ ସଂପର୍କରେ କୌଣସି ଅଭିଯୋଗ ଆସିନି କିମ୍ବା ବିଧାୟକ ବି କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ବିଧାୟକଙ୍କ ବ୍ୟକ୍ତିଗତ ଜୀବନ ଏବେ ବିବାଦୀୟ ହୋଇପଡିଛି । ଏଭଳି ସ୍ଥିତିରେ ଦଳ କିନ୍ତୁ ଏ ପ୍ରସଙ୍ଗରେ ନିଜକୁ ଦୂରେଇ ରଖିଛି ।

ତିର୍ତୋଲ ବିଧାୟକଙ୍କ ପ୍ରସଙ୍ଗରେ ବିଜେଡି ପକ୍ଷରୁ ମଧ୍ୟ କୌଣସି ରିଆକ୍ସନ ସାମ୍ନାକୁ ଆସୁନି । କେବଳ ତିର୍ତୋଲ ବିଧାୟକ ନୁହେଁ, କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତିଙ୍କ ବିବାଦୀୟ ପାରିବାରିକ ଜୀବନ ପ୍ରସଙ୍ଗରୁ ମଧ୍ୟ ଦଳ ନିଜକୁ ଦୂରେଇ ରଖିଛି । ଦଳର କୌଣସି ନେତା କେବେ ବି ସେ ସଂପର୍କରେ କୌଣସି ପ୍ରତିକ୍ରିୟା ରଖୁନାହାନ୍ତି । ସେ ବିଧାୟକ ହୁଅନ୍ତୁ ବା ସାଂସଦ, କିମ୍ବା ଅନ୍ୟକୌଣସି ଦଳୀୟ ନେତା, ବ୍ୟକ୍ତିଗତ ଜୀବନର ବିବାଦ ଯେତେ ବଡ ହୋଇଥିଲେ ମଧ୍ୟ ସେଥିରେ ଦଳ କୌଣସି ଉତ୍ତରଦାୟିତ୍ୱ ବହନ କରୁନାହିଁ । ଯେବେକି ଅନେକ ବର୍ଷ ପୂର୍ବେ ତକ୍ରାଳୀନ ପାୱାରଫୁଲ ମନ୍ତ୍ରୀ ରଘୁନାଥ ମହାନ୍ତି କିନ୍ତୁ ପାରିବାରିକ ବିବାଦ ପାଇଁ ଅନେକ ରାଜନୈତିକ କ୍ଷତି ସହିଥିଲେ । ଦଳ ତାଙ୍କ ହାତ ଛାଡିଦେଇଥିଲା । ପଦପଦବୀ ଯାଇଥିଲା, ଜେଲ୍ ବି ଯିବାକୁ ହୋଇଥିଲା । ହେଲେ ଅନୁଭବ କିମ୍ବା ବିଜୟଶଙ୍କରଙ୍କ କ୍ଷେତ୍ରରେ ଦଳର ନା କୌଣସି ରିଆକ୍ସନ ନା କୌଣସି ଆକ୍ସନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା