Masthead

କ୍ଷତି ସହିଥିଲେ ରଘୁ କିନ୍ତୁ ଖସିଗଲେ ଅନୁଭବ-ବିଜୟ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିବାଦରେ ବିଜୟ ଶଙ୍କର । ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ବାପା ବିଷ୍ଣୁ ଦାସଙ୍କ ମୃତୁ୍ୟ ପରେ ବିଧାୟକ ହୋଇଛନ୍ତି ଏହି ଯୁବ ବିଜେଡି ନେତା । ହେଲେ ସୁନାମ ଅର୍ଜ୍ଜନ ଭଳି କାମ କରିବା ବଦଳରେ ଗୋଟିଏ ପରେ ଗୋଟିଏ ବଦନାମ ତାଙ୍କ ନାଁରେ । ନିଜକୁ ପତ୍ନୀ ବୋଲି ଦାବି କରୁଥିବା ସୋମାଲିକାଙ୍କ ଅଭିଯୋଗ ଆଧାରରେ କୋର୍ଟଙ୍କ ନିଦେ୍ର୍ଦଶ ପରେ ପୋଲିସ ମାମଲା ରୁଜୁ କରିଛି । ଏହା ଭିତରେ ସୋସିଆଲ ମିଡିଆରେ ଆଉ ଜଣେ ଯୁବତୀଙ୍କ ସହ ବି ଫଟୋ ଭାଇରାଲ ହେଉଛି । ତେବେ ଏ ସଂପର୍କରେ କୌଣସି ଅଭିଯୋଗ ଆସିନି କିମ୍ବା ବିଧାୟକ ବି କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ବିଧାୟକଙ୍କ ବ୍ୟକ୍ତିଗତ ଜୀବନ ଏବେ ବିବାଦୀୟ ହୋଇପଡିଛି । ଏଭଳି ସ୍ଥିତିରେ ଦଳ କିନ୍ତୁ ଏ ପ୍ରସଙ୍ଗରେ ନିଜକୁ ଦୂରେଇ ରଖିଛି ।

ତିର୍ତୋଲ ବିଧାୟକଙ୍କ ପ୍ରସଙ୍ଗରେ ବିଜେଡି ପକ୍ଷରୁ ମଧ୍ୟ କୌଣସି ରିଆକ୍ସନ ସାମ୍ନାକୁ ଆସୁନି । କେବଳ ତିର୍ତୋଲ ବିଧାୟକ ନୁହେଁ, କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତିଙ୍କ ବିବାଦୀୟ ପାରିବାରିକ ଜୀବନ ପ୍ରସଙ୍ଗରୁ ମଧ୍ୟ ଦଳ ନିଜକୁ ଦୂରେଇ ରଖିଛି । ଦଳର କୌଣସି ନେତା କେବେ ବି ସେ ସଂପର୍କରେ କୌଣସି ପ୍ରତିକ୍ରିୟା ରଖୁନାହାନ୍ତି । ସେ ବିଧାୟକ ହୁଅନ୍ତୁ ବା ସାଂସଦ, କିମ୍ବା ଅନ୍ୟକୌଣସି ଦଳୀୟ ନେତା, ବ୍ୟକ୍ତିଗତ ଜୀବନର ବିବାଦ ଯେତେ ବଡ ହୋଇଥିଲେ ମଧ୍ୟ ସେଥିରେ ଦଳ କୌଣସି ଉତ୍ତରଦାୟିତ୍ୱ ବହନ କରୁନାହିଁ । ଯେବେକି ଅନେକ ବର୍ଷ ପୂର୍ବେ ତକ୍ରାଳୀନ ପାୱାରଫୁଲ ମନ୍ତ୍ରୀ ରଘୁନାଥ ମହାନ୍ତି କିନ୍ତୁ ପାରିବାରିକ ବିବାଦ ପାଇଁ ଅନେକ ରାଜନୈତିକ କ୍ଷତି ସହିଥିଲେ । ଦଳ ତାଙ୍କ ହାତ ଛାଡିଦେଇଥିଲା । ପଦପଦବୀ ଯାଇଥିଲା, ଜେଲ୍ ବି ଯିବାକୁ ହୋଇଥିଲା । ହେଲେ ଅନୁଭବ କିମ୍ବା ବିଜୟଶଙ୍କରଙ୍କ କ୍ଷେତ୍ରରେ ଦଳର ନା କୌଣସି ରିଆକ୍ସନ ନା କୌଣସି ଆକ୍ସନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼