Masthead

ମହାନଦୀ ଜଳ ବିବାଦ ମାମଲା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମହାନଦୀ ଜଳ ବିବାଦ ମାମଲା । ଚୂଡ଼ାନ୍ତ ହେଲା ମହାନଦୀ ଅବବାହିକା ସୀମା ନିର୍ଦ୍ଧାରଣ । ଆସନ୍ତା ୧୩ରେ ହେବ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ୩୫ତମ ଶୁଣାଣି । ଶୁଣାଣି ପୂର୍ବରୁ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟର ବୈଷୟିକ ଟିମ୍ ପକ୍ଷରୁ ଟ୍ରିବୁ୍ୟନାଲଙ୍କ ଆସେସରମାନଙ୍କ ଉପସ୍ଥିତିରେ ମହାନଦୀ ଅବବହାହିକା ସୀମା ନିର୍ଦ୍ଧାରଣ କାର୍ଯ୍ୟକୁ ଚୂଡ଼ାନ୍ତ କରାଯାଇଛି । ଅବବାହିକା ସୀମା ନିର୍ଦ୍ଧାରଣକୁ ନେଇ ଲାଗିରହିଥିବା ଦ୍ୱନ୍ଦ୍ୱକୁ ଏକ ପ୍ରକାର ସମାଧାନ ହୋଇଥିବା ଜଣାପଡିଛି । ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବୁ୍ୟନାଲଙ୍କ ଦ୍ୱାରା ନିଯୁକ୍ତ ଆସେସରଙ୍କ ଉପସ୍ଥିତିରେ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ବୈଷୟିକ ଟିମ ମହାନଦୀ ଅବବାହିକାର ୧୩ଟି ଉପଅବବାହିକା ଅଞ୍ଚଳର ସୀମା ନିର୍ଦ୍ଧାରଣ କରଛନ୍ତି । ମହାନଦୀ ଉତ୍ପତ୍ତି ସ୍ତଳରୁ ମୁଣ୍ଡଳି ଆନିକଟ ପର୍ଯ୍ୟନ୍ତ ସମୁଦାୟ ୧,୩୨,୪୧୪ ବର୍ଗ କିମି ସୀମା ନିର୍ଦ୍ଧାରଣ କରାଯାଇଛି ।

ଏଥିରେ ଉପଅବବାହିକା ଅନ୍ତର୍ଗତ ମହାନଦୀର ଉତ୍ପତ୍ତି ସ୍ତଳରୁ ହୀରାକୁଦ ଜଳାଶୟ ପର୍ଯ୍ୟନ୍ତ ୧୭,୫୦୧ ବର୍ଗ କିମି, ହୀରାକୁଦ ଜଳାଶୟଠାରୁ ମୁଣ୍ଡଳି ଆନିକଟ ପର୍ଯ୍ୟନ୍ତ ୧୯,୫୯୭ ବର୍ଗ କିମି, ସିଓନାଥ ୩୦,୯୫୦ ବର୍ଗ କିମି, ହାସଦେଓ ୯୯୧୮ ବର୍ଗ କିମି, ମାଣ୍ଡ ୫୩୨୯ ବର୍ଗ କିମି, ଇବ ୧୨୫୭୫ ବର୍ଗ କିମି, ଛୋଟି କେଲୋ ୪୭୧ ବର୍ଗ କିମି, ମୁଖ୍ୟ କେଲୋ ୧୩୩୯ ବର୍ଗ କିମି, ରେସିଡୁଆଲ କେଲୋ ୧ ବର୍ଗ କିମି, ପାଇରି ୩୨୪୨ ବର୍ଗ କିମି, ଜୋକ ୩୪୫୫ ବର୍ଗ କିମି, ଅଙ୍ଗ ୫୧୪୫ ବର୍ଗ କିମି ଓ ତେଲ ୨୨୮୮୯ ବର୍ଗ କିମି ନିର୍ଦ୍ଧାରଣ ହୋଇଛି । ସମୁଦାୟ ଅବବାହିକା ୧,୩୨,୪୧୪ ବର୍ଗ କିମି ନିର୍ଦ୍ଧାରଣ କରାଯାଇଛି । ମହାନଦୀ ଅବବାହିକାର ସୀମା ନିର୍ଦ୍ଧାରଣ ହେବାପରେ ସିଏଫ୍ଆଇକୁ ଚୂଡ଼ାନ୍ତ କରାଯିବ । ମହାନଦୀ ଅବବାହିକା ଅଞ୍ଚଳ ପରିସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହୋଇଥିବାରୁ ଆସନ୍ତା ସୋମବାର ଟ୍ରିବୁ୍ୟନାଲ ଅବବାହିକା ଅଞ୍ଚଳ ପରିଦର୍ଶନ କରିବା ପ୍ରସଙ୍ଗରେ ନିଷ୍ପତ୍ତି ନେବାର ସମ୍ଭାବନା ସୃଷ୍ଟି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି