Masthead

କଙ୍କାଳ ଉଦ୍ଧାର

ଜଗତସିଂହପୁର(ବଡ଼ ଖବର ବ୍ୟୁରୋ): ମହାନଦୀ ବନ୍ଧ ଜଙ୍ଗଲରୁ ଉଦ୍ଧାର ହେଲା କଙ୍କାଳ । କଙ୍କାଳଟି ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । କୃଷ୍ଣାନନ୍ଦପୁର ଥାନା ଅଧୀନ ଗୋପାଳପୁର ପଞ୍ଚାୟତ ମୁଣ୍ଡିଦା ଗ୍ରାମ ପାଖ ନଦୀବନ୍ଧ କାର୍ୟ୍ୟ ଚାଲିଥିବା ବେଳେ ହଠାତ ଜଣେ ବ୍ୟକ୍ତି ଙ୍କ ଚପଲ ନଦୀବନ୍ଧ କଡ଼ରେ ଥିବା ବଣ ଭିତରକୁ ଚାଲିଯାଇଥିଲା। ନିଜ ଚପଲ କୁ ଆଣିବାକୁ ଗଲାବେଳେ ସେହି ବଣ ଭିତରେ ଏକ କଙ୍କାଳ କୁ ଦେଖି ଉପସ୍ଥିତ ଲୋକଙ୍କୁ ଡାକିଥିଲେ। କିଛି ସମୟ ଭିତରେ ଘଟଣା ସ୍ଥାନରେ ସ୍ଥାନୀୟ ଲୋକ ମାନେ ରୁଣ୍ଡ ହୋଇଯାଇଥିଲେ। କଙ୍କାଳ ପାଖରେ ପଡ଼ିଥିବା କିଛି ଜିନିଷ କୁ ଦେଖିବା ପରେ ସେହି ଗ୍ରାମର ଦେଢବର୍ଷ ତଳେ ନିଖୋଜ ଚନ୍ଦନ ଦାସ ବୋଲି ସ୍ଥାନୀୟ ଲୋକମାନେ ସନ୍ଦେହ କରିଥିଲା।

ନିଖୋଜ ଚନ୍ଦନ ଦାସଙ୍କ ପରିବାର ଘଟଣାସ୍ଥଳରେ ପହଞ୍ଚି ସେହି କଙ୍କାଳଟି ଚନ୍ଦନ ଦାସଙ୍କ ବୋଲି ଜାଣିବା ସହ ଏହାକୁ ଉଦ୍ଧାର କରି ସଂସ୍କାର କରିଥିଲେ। ସୂଚନା ଅନୁଯାୟୀ ଦେଢବର୍ଷ ତଳେ ମୁଣ୍ଡିଦା ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦାସଙ୍କ ପୁଅ ଚନ୍ଦନ ଦାସ ଗାଈ ଆଣିବାକୁ ଯାଇ ଫେରି ନଥିଲେ। ସେ ସ୍ଥାନୀୟ ମଠ ମନ୍ଦିର କୁ ପ୍ରାୟ ସମୟ ଯାଉଥିବାରୁ ପରିବାର ଲୋକ ମଠ ମନ୍ଦିରରେ ଖୋଜାଖୋଜି କରି ନପାଇବାରୁ କୃଷ୍ନାନନ୍ଦ ପୁର ଥାନାରେ ଜଣାଇଥିଲେ। ସେବେଠାରୁ ତାଙ୍କର କିଛି ଖୋଜ ଖବର ନଥିବା ବେଳେ ଏହି କଙ୍କାଳ ଚନ୍ଦନ ଦାସ ଙ୍କର ବୋଲି ତାଙ୍କ ସମ୍ପର୍କୀୟ ମତ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା