Masthead

ସହାୟତା ଅପେକ୍ଷାରେ ଦିବ୍ୟାଙ୍ଗ

ସାରସକଣା, (ବଡ଼ ଖବର ବ୍ୟୁରୋ): ଅବହେଳିତ ତଥା ଅସହାୟ ଭିନ୍ନକ୍ଷମମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଛି। ତେବେ ତ୍ରୁଟିପୂର୍ଣ୍ଣ ହିତାଧିକାରୀ ଚୟନ ଯୋଗୁଁ ପ୍ରକୃତ ହିତାଧିକାରୀ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଯୋକା ଗ୍ରାମପାୟତ କାଶିଆବେଡା ଗ୍ରାମରେ । ଗୁନା ବିନ୍ଧାଣିଙ୍କ ଦିବ୍ୟାଙ୍ଗ ପୁଅ କୃଷ୍ନା ବିନ୍ଧାଣି। ବୟସ ପ୍ରାୟ ୧୨ ବର୍ଷ। ସେ ଜନ୍ମରୁ ବିକଳାଙ୍ଗ ହେବା ସହ ମାନସିକ ବିକାରଗ୍ରସ୍ତ। ଯାହାଫଳରେ ବୃଦ୍ଧ ବାପା ଓ ମା’ଙ୍କ ଉପରେ ନିର୍ଭର ହୋଇ ବଞ୍ଚିବାକୁ ପଡୁଛି।

ଯୋକା ପଞ୍ଚାୟତର ସରପଞ୍ଚ ନିକଟରେ ଅନେକ ଗୁହାରି କରିବା ପରେ ସାରସକଣା ବ୍ଲକ ବିଡିଓଙ୍କ ନିକଟକୁ ବାରମ୍ବାର ଦୌଡି ଦୌଡି ନିରାସ ହେବାପରେ ନିଜ ଭାଗ୍ୟକୁ ଆଦରି ପଡିରହିଛନ୍ତି । ଅନ୍ୟପଟେ ଏହି ଦିବ୍ୟାଙ୍ଗ ଯୁବକ ପାଇଁ ପେନସନ ଖଣ୍ଡେ କରାଇ ନପାରିବା ଦୁର୍ଭାଗ୍ୟ ଜନକ ବୋଲି ଗ୍ରାମବାସୀ କହିଛନ୍ତି। ଏନେଇ ବାରମ୍ବାର ସ୍ଥାନୀୟ ପ୍ରଶାସନଙ୍କ ପାଖରେ ଜଣାଇଥିଲେ ମଧ୍ୟ ଏଯାବତ କୌଣସି ସହାୟତା ମିଳିପାରି ନାହିଁ । କେବେ ଏହି ଦିବ୍ୟାଙ୍ଗ ପିଲାଟିକୁ ମିଳୁଛି ସହାୟତା ତାହା ଦେଖିବାକୁ ବାକି ରହିଲା

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା