Masthead

ବିଜୟଙ୍କ ଟାର୍ଗେଟରେ ରାଜ୍ୟ ସରକାର

ଭୁବନେଶ୍ୱର (ବଡ ଖବର ବ୍ୟୁରୋ): ନୂଆକରି କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ସୋମବାର ଓଡିଶାରେ ପହଁଞ୍ଚିଛନ୍ତି । ପହଞ୍ଚୁ ପହଞ୍ଚୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜୟ । ଆଜି କଂଗ୍ରେସ ଭବନ ବିଜୟଙ୍କୁ ପିସିସି ସଭାପତିଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହା ପରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ଗୋଟିଏ ପରେ ଗୋଟିଏ ପ୍ରଶ୍ନର ବାଣ ଫିଙ୍ଗିଥିଲେ ବିଜୟ ପଟ୍ଟନାୟକ । ବର୍ତମାନ ରାଜ୍ୟରେ ଶାସନ ଓ ପ୍ରଶାସନର ଭୂମିକାକୁ ମୁକ ହୋଇ ଦେଖିବାସମ୍ଭବ ନୁହଁ ବଲି କହଛନ୍ତି ବିଜୟ । ସାମ୍ବାଦିକଙ୍କୁ ତୃତୀୟ ମହଲା , ଲୋକସେବା ଭବନକୁ ପ୍ରବେଶ ବାରଣ କଣ ପାଇଁ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପଟ୍ଟନାୟକ ।

ବିଜୟ କହିଛନ୍ତ ଓଡିଶାରେ ଓଡିଆ ଅବହେଳିତ ଅବସ୍ତାରେ । ଓଡିଶାରର ଯୁବକ ମାନଙ୍କ ପାଇଁ ରାଜ୍ୟ ସରକାର ନିଯୁକ୍ତି ସୃୃଷ୍ଟି କରି ପାରୁନାହାନ୍ତି । କାମ ନପାଇ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି ଯୁବ ପିଢି । ତେବେ ରାଜ୍ୟର କେତେ ଲୋକ ଓଡିଶା ବାହାରେ କାମ କରୁଛନ୍ତି ରାଜ୍ୟ ସରକାରଙ୍କ ପାଖରେ ତାର କିଛି ତଥ୍ୟ ଅଛିକି ପ୍ରଶ୍ନ କରିଛନ୍ତି ଶ୍ରୀ ପଟ୍ଟନାୟକ । ଖାଲି ସେତିକି ନୁହଁ ୫ଟି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତ ବିଜୟ । ବିଜୟ କହିଛନ୍ତି ୫ଟି କେବଳ ଏକ ସ୍ଲୋଗାନ । ସବୁ ବିଭାଗ ଯଦି ଠିକରେ କାମ କରିବ ତେବେ ୫ଟିର କ’ଣ ଆବଶ୍ୟକତା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା