Masthead

ତୁର୍କୀକୁ ରପ୍ତାନୀ ବାଧାପ୍ରାପ୍ତ ଆଶଙ୍କା

ନୂଆଦିଲ୍ଳୀ(ବଡ଼ ଖବର):ତୁର୍କୀରେ ଭୂମିକମ୍ପ ପରେ ଭାରତୀୟ ସାମଗ୍ରୀର ରପ୍ତାନୀ କାରବାର ବାଧାପ୍ରାପ୍ତ ହେବ ବୋଲି ଆଶଙ୍କା ଉପୁଜିଛି । ଭାରତ ପକ୍ଷରୁ ତୁଳା, ସୂତା ଏବଂ କପଡାରେ ବ୍ୟବହୃତ ରଙ୍ଗ ଇତ୍ୟାଦି ତୁର୍କୀକୁ ରପ୍ତାନୀ କରାଯାଇଥାଏ । ଏହି ଭୂକମ୍ପରେ ମୃତ୍ୟୁସଂଖ୍ୟା ୩୬ ହଜାର ଅତିକ୍ରମ କରିଥିବାବେଳେ ୨୦ ଲକ୍ଷରୁ ଅଧିକ ଲୋକ ବିପନ୍ନ ହୋଇପଡିଛନ୍ତି । ସାଧାରଣ ଲୋକଙ୍କ ସମ୍ପତ୍ତିର ନାହିଁ ନଥିବା କ୍ଷତି ଘଟିଥିବାବେଳେ ବ୍ୟବସାୟିକ ଭିତ୍ତିଭୂମି ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ତୁର୍କୀର ଇସ୍‌କେନ୍‌ଡେରୁନ୍ ବନ୍ଦର ଆଜକୁ ଛଅଦିନ ହେବ ବନ୍ଦ ରହିଛି । ଭୂକମ୍ପ ପ୍ରଭାବିତ ଗାଜିଆନ୍‌ଟେପ୍ ଓ ଖାରାମାନ୍‌ମାରାସ୍ ସହରରେ ଥିବା ଟେକ୍ସଟାଇଲ କାରଖାନାଗୁଡିକ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି ।

ଭୂମିକମ୍ପ ପରେ ତୁର୍କୀ ମୁଦ୍ରାର ବିନିମୟ ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଛି । ଏହି ପରିପ୍ରେକ୍ଷୀରେ ଭାରତରୁ ଉପରୋକ୍ତ ସାମଗ୍ରୀର ରପ୍ତାନୀ ବାଧାପ୍ରାପ୍ତ ହେବ ବୋଲି ଫେଡେରେସନ ଅଫ୍ ଇଣ୍ଡିଆନ ଏକ୍ସପୋର୍ଟ ଅର୍ଗାନାଇଜେସନର ମହାନିର୍ଦ୍ଦେଶକ କହିଛନ୍ତି । ୨୦୨୨ ଏପ୍ରିଲ-ନଭେମ୍ବରରେ ଭାରତ ପକ୍ଷରୁ ତୁର୍କୀକୁ ୬.୨ ବିଲିୟନ ଡଲାର ସାମଗ୍ରୀ ରପ୍ତାନୀ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ