ତୁର୍କୀକୁ ରପ୍ତାନୀ ବାଧାପ୍ରାପ୍ତ ଆଶଙ୍କା

ନୂଆଦିଲ୍ଳୀ(ବଡ଼ ଖବର):ତୁର୍କୀରେ ଭୂମିକମ୍ପ ପରେ ଭାରତୀୟ ସାମଗ୍ରୀର ରପ୍ତାନୀ କାରବାର ବାଧାପ୍ରାପ୍ତ ହେବ ବୋଲି ଆଶଙ୍କା ଉପୁଜିଛି । ଭାରତ ପକ୍ଷରୁ ତୁଳା, ସୂତା ଏବଂ କପଡାରେ ବ୍ୟବହୃତ ରଙ୍ଗ ଇତ୍ୟାଦି ତୁର୍କୀକୁ ରପ୍ତାନୀ କରାଯାଇଥାଏ । ଏହି ଭୂକମ୍ପରେ ମୃତ୍ୟୁସଂଖ୍ୟା ୩୬ ହଜାର ଅତିକ୍ରମ କରିଥିବାବେଳେ ୨୦ ଲକ୍ଷରୁ ଅଧିକ ଲୋକ ବିପନ୍ନ ହୋଇପଡିଛନ୍ତି । ସାଧାରଣ ଲୋକଙ୍କ ସମ୍ପତ୍ତିର ନାହିଁ ନଥିବା କ୍ଷତି ଘଟିଥିବାବେଳେ ବ୍ୟବସାୟିକ ଭିତ୍ତିଭୂମି ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ତୁର୍କୀର ଇସ୍‌କେନ୍‌ଡେରୁନ୍ ବନ୍ଦର ଆଜକୁ ଛଅଦିନ ହେବ ବନ୍ଦ ରହିଛି । ଭୂକମ୍ପ ପ୍ରଭାବିତ ଗାଜିଆନ୍‌ଟେପ୍ ଓ ଖାରାମାନ୍‌ମାରାସ୍ ସହରରେ ଥିବା ଟେକ୍ସଟାଇଲ କାରଖାନାଗୁଡିକ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି ।

ଭୂମିକମ୍ପ ପରେ ତୁର୍କୀ ମୁଦ୍ରାର ବିନିମୟ ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଛି । ଏହି ପରିପ୍ରେକ୍ଷୀରେ ଭାରତରୁ ଉପରୋକ୍ତ ସାମଗ୍ରୀର ରପ୍ତାନୀ ବାଧାପ୍ରାପ୍ତ ହେବ ବୋଲି ଫେଡେରେସନ ଅଫ୍ ଇଣ୍ଡିଆନ ଏକ୍ସପୋର୍ଟ ଅର୍ଗାନାଇଜେସନର ମହାନିର୍ଦ୍ଦେଶକ କହିଛନ୍ତି । ୨୦୨୨ ଏପ୍ରିଲ-ନଭେମ୍ବରରେ ଭାରତ ପକ୍ଷରୁ ତୁର୍କୀକୁ ୬.୨ ବିଲିୟନ ଡଲାର ସାମଗ୍ରୀ ରପ୍ତାନୀ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ