Masthead

ହସ୍ ମନି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଆମେରିକାରେ ୨୦୨୪ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଲାଗିଛି ଶକ୍ତ ଧକ୍କା । ହସ ମନି ଟ୍ରାଏଲ ସହ ଜଡିତ ସମସ୍ତ ୩୪ ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଟ୍ରମ୍ପ। ଆମେରିକାର ନ୍ୟୁଜ ନେଟୱାର୍କ ‘ସିଏନଏନ’ର ରିପୋର୍ଟ ଅନୁଯାୟୀ, ମାନହଟାନର ଏକ ଖଣ୍ଡପୀଠ ଡୋନାଲ୍ଡ ଟ୍ରମ୍ପଙ୍କୁ ୩୪ଟି ମାମଲାରେ ବ୍ୟବସାୟିକ ରେକର୍ଡ ଜାଲିଆତି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ ଏହି ରାୟ ପାଇଁ ଖଣ୍ଡପୀଠ ପ୍ରାୟ ୧୦ ଘଣ୍ଟା ଧରି ବିଚାର କରିଥିଲେ। ତେବେ ଡୋନାଲ୍ଡ ଟ୍ରମ୍ପ କେଉଁ ଦଣ୍ଡ ପାଇବେ ସେନେଇ ଜୁଲାଇ ୧୧ ରେ ଏକ ଶୁଣାଣି ହେବ। ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଦଣ୍ଡ ବିଚାରପତିଙ୍କ ଉପରେ ନିର୍ଭର କରେ ଏବଂ ଏଥିରେ ଜେଲ ସମୟ କିମ୍ବା ପ୍ରୋବେସନ ଅନ୍ତର୍ଭୁକ୍ତ ହୋଇପାରେ। ତେବେ ପୂର୍ବତନ ରାଷ୍ଟ୍ରପତି ଭାବରେ କୌଣସି ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହେବାରେ ପ୍ରଥମ ହେଉଛନ୍ତି ଡୋନାଲ୍ଡ ଟ୍ରମ୍ପ।

ଆମେରିକାର ଇତିହାସରେ ଏହା ପୂର୍ବରୁ ଏପରି କେବେ ହୋଇନଥିଲା। ସୂଚନା ମୁତାବକ, ତାଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗଗୁଡିକ ୨୦୧୬ର। ଅର୍ଥାତ୍ ସେ ପ୍ରଥମ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପୂର୍ବରୁ ଏହି ସବୁ ମାମଲା ରୁଜୁ ହୋଇଥିଲା। ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ଟ୍ରମ୍ପ ଏଥିପାଇଁ ପୁଣିଥରେ ପ୍ରସ୍ତୁତ ହେଉଥିବା ବେଳେ ମାମଲାରେ ଛନ୍ଦି ହେବା ତାଙ୍କୁ ନିଶ୍ଚିନ୍ତ ରୂପେ ଅଡୁଆରେ ପକାଇଛି। ରାଜନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ, ଆମେରିକାର ପୂର୍ବତନ ରାଷ୍ଟ୍ରପତି କିମ୍ବା ଦଳର ନେତାଙ୍କ ଗୁରୁତର ଅପରାଧିକ ମାମଲା ଅଦୃଶ୍ୟ ଅଟେ। କିନ୍ତୁ କେବଳ ସମୟ ହିଁ କହିବ ଯେ ଏହା ନିର୍ବାଚନରେ ତାଙ୍କ ବିଶ୍ୱସନୀୟତା ଉପରେ କେତେ ପ୍ରଭାବ ପକାଇବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା