Masthead

ମହିଳା ଟି-୨୦ ବିଶ୍ବକପ, ଆଜି ଭାରତ-ଇଣ୍ଡିଜ୍‌ ମୁହାଁମୁହିଁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମହିଳା ଟ୍ବେଣ୍ଟି୨୦ ବିଶ୍ବକପ ଅଷ୍ଟମ ସଂସ୍କରଣର ବୁଧବାର କେପ୍‌ଟାଉନର ନ୍ୟୁଲାଣ୍ଡ ଗ୍ରାଉଣ୍ଡରେ ଗ୍ରୁପ-ବି ର ଏକ ମ୍ୟାଚ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯିବ। ଭାରତ ମ୍ୟାଚକୁ ଜିତି ସେମିଫାଇନାଲ ରାସ୍ତାରେ ଆଉ ପାଦେ ଆଗକୁ ବଢିବାକୁ ଲକ୍ଷ୍ୟ ରଖିଛି । ସେପଟେ ୱେଷ୍ଟଇଣ୍ଡିଜ୍‌ ବିଜୟ ଧାରାକୁ ଫେରିବା ନେଇ ଉଦ୍ୟମ କରିବ। ହରମାନପ୍ରୀତ କୌରଙ୍କ ନେତୃତ୍ବାଧିନ ଭାରତ ପ୍ରଥମ ମ୍ୟାଚରେ ୭ ୱିକେଟରେ ପାକିସ୍ତାନକୁ ପରାସ୍ତ କରିଥିଲା।

ଦଳ ବ୍ୟାଟିଂ ଓ ବୋଲିଂରେ ସନ୍ତୁଳିତ ପ୍ରଦର୍ଶନ କରିଥିଲା। ବ୍ୟାଟିଂରେ ଓପନର ଶେଫାଳି ବର୍ମା ଓ ୟାସ୍ତିକା ଭାଟିଆ ଭଲ ଆରମ୍ଭ କରିଥିଲେ। ଜେମିମା ରୋଡ୍ଡିଗ୍ବୋଜ ଓ ରିଚା ଘୋଷ ଚମତ୍କାର ବ୍ୟାଟିଂ କରିଥିଲେ। ଜେମିମା ୫୩ରନ କରିଥିବାବେଳେ ରିଚା ୩୧ରନ କରି ଅପରାଜିତ ରହିଥିଲେ। ବୋଲିଂରେ ମଧ୍ୟ ଭାରତ ଭଲ ପ୍ରଦର୍ଶନ କରିଥିଲା। ଆଙ୍ଗୁଠିରେ ଆହତ ପାଇଁ ପ୍ରଥମ ମ୍ୟାଚ ଖେଳିନଥିବା ସ୍ମୃତି ମାନ୍ଧାନା ସୁସ୍ଥ ହେବା ପରେ ଦଳକୁ ଫେରିଛନ୍ତି। ମାନ୍ଧାନା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚ ଖେଳିବେ। ଯାହା ଭାରତର ବ୍ୟାଟିଂ ଲାଇନକୁ ଶକ୍ତ କରିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ