ଭୂମିକମ୍ପରେ ବେଶୀ ଶିଶୁ ପ୍ରଭାବିତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ତୁର୍କୀ-ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପ ଯୋଗୁଁ ୪୧ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଲୋକଙ୍କୁ ପ୍ରାୟ ୯ ଦିନ ଧରି ଭଙ୍ଗା ଅଟାଳିକା ତଳୁ ଉଦ୍ଧାର ପ୍ରକ୍ରିୟା ଚାଲୁରହିଛି । ତୁର୍କୀରେ ରାଷ୍ଟ୍ରପତି ରିସେପ ତାଇପ ଏରଦଗାନ୍ କହିଛନ୍ତି ଯେ, ଗତ ସପ୍ତାହରେ ହୋଇଥିବା ଭୂକମ୍ପରୁ ତୁର୍କୀରେ ମୃତ୍ୟୁ ସଂଖ୍ୟା ୩୫,୪୧୮ କୁ ବୃଦ୍ଧି ପାଇଛି। ହେଲେ ଭଗ୍ନାବଶେଷ ତଳେ ଫସିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ରେସ୍କ୍ୟୁ ଟିମ୍‌।

ସେପଟେ ଉଭୟ ତୁର୍କୀ ଓ ସିରିଆରେ ୭୦ ଲକ୍ଷରୁ ଊର୍ଦ୍ଧ୍ୱ ଶିଶୁ ପ୍ରଭାବିତ ହୋଇଥିବା ଜାତିସଂଘ କହିଛି। ଭୂକମ୍ପ ଫଳରେ ତୁର୍କୀର ୧୦ ସହର କ୍ଷତିଗ୍ରସ୍ତ ହୋଇଛି। ତୁର୍କୀରେ ୪୬ ଲକ୍ଷ ଏବଂ ସିରିଆରେ ମୋଟ ୨୫ ଲକ୍ଷ ଶିଶୁ ଭୂକମ୍ପ ଦ୍ୱାରା ପ୍ରଭାବିତ ହୋଇଥିବା ଜାତିସଂଘ ଚିଲ୍‌ଡ୍ରେନ୍ସ ଏଜେନ୍ସି ୟୁନିସେଫ୍‌ ମୁଖପାତ୍ର ଜେମ୍ସ ଏଲ୍‌ଡର କହିଛନ୍ତି। ଅନ୍ୟପଟେ ଅନେକ ଶିଶୁ ସେମାନଙ୍କ ଅଭିଭାବକଙ୍କୁ ହରାଇଥିବାବେଳେ ବହୁ ଲୋକଙ୍କଠାରୁ ଭୟଙ୍କର ଭୂମିକମ୍ପ ସେମାନଙ୍କ ସନ୍ତାନମାନଙ୍କୁ ଛଡ଼ାଇ ନେଇଥିବା ସେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ