Masthead

ସମୁଦ୍ରରେ ବୁଡ଼ିଯିବ ଅନେକ ବଡ଼ ସହର!

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସମୁଦ୍ରରେ ବୁଡ଼ିଯିବ ଅନେକ ବଡ଼ ସହର । ଜଳବାୟୁ ପରିବର୍ତ୍ତନ ଉପରେ ଜାତିସଂଘର ରିପୋର୍ଟକୁ ଚର୍ଚ୍ଚା ଜୋର ଧରିଛି । ସମୁଦ୍ର ଗର୍ଭରେ ବିଲିନ ହୋଇଯିବ ମୁମ୍ବାଇ ସମେତ ବିଶ୍ୱର ଅନେକ ବଡ ବଡ ସହର । ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀର ତାପମାତ୍ରା କ୍ରମଶଃ ବଢିବାରେ ଲାଗିଛି । ଯାହା ଫଳରେ ଏଭେରେଷ୍ଟ ଭଳି ବଡ ବଡ ବରଫ ପାହାଡ ତରଳିବା ସହ ସମୁଦ୍ରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।

ଏଥିରେ ସବୁଠୁ ଅଧିକ ପ୍ରଭାବିତ ହେବେ ଭାରତ, ଚୀନ, ବାଂଲାଦେଶ ଓ ନେଦରଲାଣ୍ଡ । ପ୍ରାୟ ୨୫ କୋଟିରୁ ୪୦ କୋଟି ଲୋକ ସେମାନଙ୍କ ବାସଗୃହ ହରାଇବେ ଏବଂ ପାୟ ୯୦ କୋଟି ଲୋକ ପ୍ରଭାବିତ ହେବେ ବୋଲି ରିପୋର୍ଟ ପ୍ରକାଶ କରିଛି ଜାତିସଂଘ । ୮୦ ବର୍ଷ ମଧ୍ୟରେ ବୁଡିଯିବ ଏସବୁ ସହର । ଉପକୂଳବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ୯୦ କୋଟି ଲୋକେ ପ୍ରଭାବିତ ହେବେ । ହାରାହାରି ଜଳସ୍ତରଠୁ ତିନି ଗୁଣା ବଢିଛି ସମୁଦ୍ର ଜଳସ୍ତର । ୧୯୦୦ ମସିହାରୁ ଦ୍ରୁତ ଗତିରେ ବଢୁଛି ଜଳସ୍ତର । ୨୦୫୦ ସୁଦ୍ଧା ତଳିଆ ଦେଶରେ ସମୂଦ୍ରର ଜଳସ୍ତର ଏକ ମିଟର ବଢିବ । ଫିଜି, ଭାନୁଆଟୁ, ସୋମାଲୋମାନ ଦ୍ୱୀପରେ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି । ସେଠାକାର ଲୋକେ ଏବେ ଅନ୍ୟତ୍ର ପଳାୟନ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର