Masthead

ସରିଲା ତ୍ରିପୁରା ବିଧାନସଭା ନିର୍ବାଚନ, ରାଜ୍ୟରେ ୮୧ ପ୍ରତିଶତ ମତଦାନ !

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ସରିଛି ମତଦାନ । ନିର୍ବାଚନ ଆୟୋଗ ରିପୋର୍ଟ ମୁତାବକ ନିର୍ବାଚନ ପ୍ରୟ ହିଂସାମୁକ୍ତ ରହିଛି । ଏବଂବହୁ ସଂଖ୍ୟାରେ ପ୍ରବାସୀ ଭୋଟର ଏଥର ଭୋଟ ଦେଇଛନ୍ତି । ତେବେ ରାଜ୍ୟରେ ପ୍ରାୟ ୮୧ ପ୍ରତିଶତ ମତଦାନ ଆକଳନ କରାଯାଇଛି। ପ୍ରକୃତ ମତଦାନ ଆକଳନ ଶୁକ୍ରବାର ସୁଦ୍ଧା ଜଣା ପଡିବ । ନିର୍ବାଚନ ଆୟୋଗର ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ପର୍ୟ୍ୟନ୍ତ ପୁନଃ ମତଦାନର ଦାବି ସମ୍ପର୍କରେ କୌଣସି ଅଭିଯୋଗ ଆସିନାହିଁ।

ସୂଚନା ମୁତାବକ ପ୍ରାର୍ଥୀ କିମ୍ବା ଏଜେଣ୍ଟଙ୍କ ଉପରେ କୌଣସି ବଡ଼ ହିଂସା କିମ୍ବା ଆକ୍ରମଣ, ଭୋଟରଙ୍କୁ ଡରାଇବା, ବୋମା ଫିଙ୍ଗିବା, ଇଭିଏମ୍‌ର ଅସୁବିଧା ଭଳି କୌଣସି ଅଭିଯୋଗ ଆସିନାହିଁ । ନିର୍ବାଚନ ଅଧିକାରୀ କହିଛନ୍ତି ୨୦୧୯ ଲୋକସଭା ନିର୍ବାଚନରେ ରାଜ୍ୟରେ ୧୬୮ ଟି ମତଦାନ କେନ୍ଦ୍ରରେ ପୂନଃ ମତଦାନ ପାଇଁ ଅଭିଯୋଗ ଗ୍ରହଣ କରାଯାଥିଲା। ଏହାର ତୁଳନାରେ ଗୁରୁବାର ରାଜ୍ୟର ୬୦ ଟି ବିଧାନସଭା ଆସନରେ ଭୋଟ୍ ଦିଆଯାଇଥିଲା। ମାତ୍ର େଭୋଟ ଗ୍ରହଣ ଶାନ୍ତିପୂର୍ଣ୍ଣ ଥିଲା । ଅଧିକାରୀମାନେ କହିଛନ୍ତି ଯେ ସାମାନ୍ୟ ହିଂସା ଘଟଣାକୁ ଛାଡିଦେଲେ ରାଜ୍ୟରେ ମତଦାନ ଶାନ୍ତିପୂର୍ଣ୍ଣ ଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ