Masthead

ସରକାରକୁ ଆସିଲେ ସମସ୍ଥଙ୍କୁ ମାଗଣା ଚିକିତ୍ସା

ପଞ୍ଜାବ(ବଡ଼ ଖବର ବ୍ୟୁରୋ): ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଗୁରୁବାର ମିଶନ ପଞ୍ଜାବକୁ ଆଗେଇ ନେଇଛନ୍ତି। ଦୁଇ ଦିନିଆ ପଞ୍ଜାବ ଗସ୍ତ ସମୟରେ କେଜ୍ରିୱାଲ ଗୁରୁବାର ଦିନ ଲୁଧିଆନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ପଞ୍ଜାବବାସୀଙ୍କୁ ୬ ଟି ଗ୍ୟାରେଣ୍ଟି ଦେଇଛନ୍ତି। କେଜ୍ରିୱାଲ ଘୋଷଣା କରିଛନ୍ତି ସରକାରକୁ ଆସିଲେ ପଞ୍ଜାବବାସୀ ସମସ୍ତେ ମାଗଣା ଚିକିତ୍ସା ପାଇବେ। ଏଥିସହ ସେ ହହିଛନ୍ତି ସମସ୍ତ ଓୌଷଧ ଏବଂ ସମସ୍ତ ପରୀକ୍ଷା ସହିତ ଚିକିତ୍ସା ବିନା ମୂଲ୍ୟରେ କରାଯିବ । ପ୍ରତ୍ୟେକ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟ କାର୍ଡ ଦିଆଯିବ ଯେଉଁଥିରେ ପ୍ରତ୍ୟେକ ସୂଚନା ରେକର୍ଡ ହେବ । ୧୬୦୦୦ କ୍ଲିନିକ୍ ଖୋଲାଯିବ। ପ୍ରତ୍ୟେକ ଗ୍ରାମରେ କ୍ଲିନିକ୍ ରହିବ । ସରକାରୀ ଡାକ୍ତରଖାନା ମରାମତି କରାଯିବ। ସହ ବଡ଼ ଆକାରରେ ନୂତନ ଡାକ୍ତରଖାନା ଖୋଲାଯିବ । ସଡକ ଦୁର୍ଘଟଣା ହେଲେ ସରକାର ସମ୍ପୂର୍ଣ୍ଣ ଚିକିତ୍ସା ଦାୟିତ୍ଵ ନେବେ। ପ୍ରତ୍ୟେକ ସହରରେ ପ୍ରେସ କ୍ଲବ ପ୍ରତିଷ୍ଠା କରାଯିବ।

ଏହାପୂର୍ବରୁ କେଜ୍ରିୱାଲ ପଞ୍ଜାବର ସ୍ୱାସ୍ଥ୍ୟ ସୁବିଧା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ପଞ୍ଜାବରେ ସରକାରୀ ଡାକ୍ତରଖାନା ଗୁଡ଼ିକରେ ଚିକିତ୍ସା ନାହିଁ ଏବଂ ବ୍ୟକ୍ତିଗତ ଭାବେ ଲୁଟ୍ ମଧ୍ୟ ହେଉଛି। ୭ ବର୍ଷ ପୂର୍ବେ ଯେତେବେଳେ ଆମେ ଦିଲ୍ଲୀରେ ସରକାର ଆରମ୍ଭ କରିଥିଲୁ, ସେତେବେଳେ ଏହାର ଅବସ୍ଥା ଖରାପ ଥିଲା। ଆମ ସରକାର ଆସିବା ପରେ ଏବେ ଦିଲ୍ଲୀର ସ୍ଥିତି ବଦଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ