Masthead

ଭୁଲିଗଲେ ମାନବିକତା, ନାବାଳିକାକୁ ଖୁଣ୍ଟରେ ବାନ୍ଧି ପିଟିଲେ

ନବରଙ୍ଗପୁର (ବଡ଼ ଖବର ବ୍ୟୁରୋ):ଚପଲ ଓ ଟଙ୍କା ଚୋରି କରି ଥିବା ଅଭିଯୋଗ ନେଇ ଜଣେ ନାବାଳିକାଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ । ତା ସହିତ ବେକରେ ଚପଲ ମାଳ ମଧ୍ୟ ପକାଇଲେ । ଏଭଳି ଏକ ଅମାନବିକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା କାଉଡଲା ପଂଚାୟତର ତାରଙ୍ଗପୁରୀ ନୁଆପାରା । ଗ୍ରାମରେ ଏହି ଘଟଣାରେ କୁନ୍ଦେଇ ପୁଲିସ ୪ ଜଣକୁ ଅଟକ ରଖି ପଚରାଉଚରା ଚଳାଇଛି । ସୂଚନା ଅନୁଯାୟୀ ସକାଳ ପ୍ରାୟ ୮ଟା ସମୟରେ ତାରଙ୍ଗପୁରୀ ନୁଆପାରା ଗାଁ ମଝିରେ ଜଣେ ୧୩ ବର୍ଷୀୟା ଝିଅକୁ କିଛି ଗ୍ରାମବାସୀ ଗୋଡ଼ାଇ ଗୋଡ଼ାଇ ଧରି ଆଣି ଏକ କାଠ ଖୁଣ୍ଟରେ ହାତ ଓ ଗୋଡ ବାନ୍ଧି ପକାଇ ଥିଲେ । ପରେ ତାକୁ ଚପଲ ମାଳ ପିନ୍ଧାଇବା ସହିତ ନିର୍ଦ୍ଦୟ ଭାବେ ମାଡ଼ ମାରିଥିଲେ ।

ଉକ୍ତ ନାବାଳିକା ଜଣକ ୯ ଶହ ଟଙ୍କା ଚୋରି କରିଥିବା ଅଭିଯୋଗକୁ ସ୍ବୀକାର ନକରିବାରୁ ତାକୁ ଏଭଳି ଦୟନୀୟ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା । ମାଡ଼ ମାରିବା ସମୟରେ ଆଉ କିଛି ଲୋକ ଏହାର ଭିଡିଓ କରି ଭାଇରଲ୍ କରିବାରେ ବ୍ୟସ୍ତ ଥିଲେ । ଏହି ଘଟଣାକୁ ନେଇ ଆଜି ଅପରାହ୍ନରେ ଉକ୍ତ ନାବାଳିକାଙ୍କ ବାପା କୁନ୍ଦେଇ ଥାନାରେ ଲିଖିତ ଅଭିଯୋଗ କରିବାପରେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠୀ ଘଟଣାରେ ସମୃକ୍ତ ୪ ଜଣ ଅଭିଯୁକ୍ତ ଭାଗୀ ଗଣ୍ଡ , ଜନକ ଗଣ୍ଡ , ଜଲ ଗଣ୍ଡ ଓ ଅଗନୁ ଗଣ୍ଡଙ୍କୁ ଉଠାଇ ଆଣି ପଚରାଉଚରା ଚଳାଇଛନ୍ତି । ଏ ନେଇ କୁନ୍ଦେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ପରେ ଏହି ଘଟଣାରେ ସମୃକ୍ତ ଅଭିଯୁକ୍ତଙ୍କ ସଂଖ୍ୟା ବଢିପାରେ ବୋଲି ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା