Masthead

ବିଜେପି ମୁଖ୍ୟଙ୍କ ଟିପୁ ବିରୋଧୀ ମନ୍ତବ୍ୟ ପାଇଁ ଦଳ ୨ଭାଗ

କର୍ଣ୍ଣାଟକ(ବଡ଼ ଖବର ବ୍ୟୁରୋ): କର୍ଣ୍ଣାଟକ ବିଜେପି ମୁଖ୍ୟଙ୍କ ଟିପୁ ବିରୋଧୀ ମନ୍ତବ୍ୟ ପାଇଁ ଦଳ ୨ଭାଗ । ବିଧାନସଭା ନିର୍ବାଚନ ପାଇଁ ଦଳୀୟ ରଣନୀତି ଚୂଡ଼ାନ୍ତ କରିବା ଉଦ୍ଦେଶ୍ୟରେ ରାଜ୍ୟ ଭାଜପା ମୁଖ୍ୟ ଟିମ୍‌ର ମାରାଥନ୍‌ ବୈଠକ ବାରମ୍ବାର ବସୁଛି। ଅନ୍ୟପକ୍ଷରେ ଦଳର ରାଜ୍ୟ ସଭାପତି ନଳିନ କୁମାର କାତିଲଙ୍କର ଟିପୁ ସୁଲ୍‌ତାନ ବନାମ ଭି.ଡି. ସଭରକର ବର୍ଣ୍ଣନାକୁ ନେଇ ଦଳ ଭିତରେ ମତଭେଦ ବଢ଼ିବାରେ ଲାଗିଛି। ଅଷ୍ଟାଦଶ ଶତାବ୍ଦୀର ମହୀଶୂର ଶାସକ ଟିପୁ ସୁଲତାନଙ୍କୁ ନେଇ କାତିଲ ଭାଜପା ପ୍ରଚାରକୁ କେନ୍ଦ୍ରୀଭୂତ କରିବାକୁ ଉଦ୍ୟମ କରୁଥିବା ଗୋଟିଏ ଗୋଷ୍ଠୀ କହୁଥିବାବେଳେ ଦଳର କେନ୍ଦ୍ରୀୟ ନେତୃତ୍ୱ ଏହାକୁ ଗ୍ରହଣ କରୁନାହିଁ।

ଏଥର ନିର୍ବାଚନ କଂଗ୍ରେସ ଏବଂ ଭାଜପା ମଧ୍ୟରେ ଲଢ଼େଇ ହେବନାହିଁ ବରଂ ସଭରକର ଏବଂ ଟିପୁଙ୍କ ନୀତି ଆଦର୍ଶ ମଧ୍ୟରେ ହେବ ବୋଲି କିଛିଦିନ ପୂର୍ବରୁ କାତିଲ କହିଥିଲେ। ଟିପୁ ସମର୍ଥକମାନଙ୍କୁ କର୍ଣ୍ଣାଟକରୁ ତଡ଼ିଦେବାକୁ କାତିଲ ଆହ୍ବାନ ଦେଇ ପୁଣିଥରେ ବିବାଦ ଘେରକୁ ଆସିଛନ୍ତି। କର୍ଣ୍ଣାଟକ ରାମଙ୍କ ଭୂମି। ଯେଉଁମାନେ ରାମଙ୍କ ଭଜନ ଗାଇବେ କେବଳ ସେମାନେ ଏହି ଭୂମିରେ ରହିବେ ବୋଲି ଭାଜପା ରାଜ୍ୟ ସଭାପତି କାତିଲ କୋପାଲ ଜିଲାର ୟେଲବୁର୍ଗାଠାରେ ଏକ ରାଲିକୁ ସମ୍ବୋଧିତ କରି କହିଥିଲେ। ଭାଜପା କର୍ଣ୍ଣାଟକରେ ପୁଣି ଥରେ କ୍ଷମତାରେ ରହିବା ଲାଗି ଉଦ୍ୟମ ଚଳାଇଥିବାବେଳେ ଏଥର କଂଗ୍ରେସଠାରୁ କଡ଼ା ଟକ୍କରର ସମ୍ମୁଖୀନ ହେବ ବୋଲି କୁହାଯାଉଛି। ଏହା ଏକ ସ୍ମାର୍ଟ ଫର୍ମୁଲା ବୋଲି ଦଳର ଗୋଟିଏ ଗୋଷ୍ଠୀ କହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!