Masthead

ପଣବନ୍ଦୀଙ୍କୁ ମୁକ୍ତ କରିବା ପାଇଁ ପ୍ରତିଶ୍ରୁତି ଦେଇଛି ହମାସ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଉ କେଇଟା ଦିନ ପରେ ଇସ୍ରାଏଲ ହସାମ ଯୁଦ୍ଧକୁ ପୂରିବ ମାସେ । ଘନ ଘନ ଆକ୍ରମଣ କରୁଛି ଇସ୍ରାଏଲ । ହମାସକୁ ମୂଳପୋଛ କରିବା ପାଇଁ ପ୍ରତିଜ୍ଞା ନେଇଛି ଇସ୍ରାଏଲ । ଇସ୍ରାଏଲ ସେନାର ବଡ଼ ଧରଣ ଆକ୍ରମଣ ପରେ ହମାସ ବୁଝାବଣା ପାଇଁ ପ୍ରସ୍ତାବ ଦେଇଛି । ହମାସ କବଳରେ ଥିବା ପଣବନ୍ଦଙ୍କୁ ମୁକ୍ତି କରିବାକୁ ପ୍ରତିଶ୍ରୁତି ଦେଇଛି ହମାସ । ଏହା ବଦଳରେ ସମସ୍ତ ଇସ୍ରାଏଲ ଜେଲରେ ଥିବା ପାଲେଷ୍ଟାଇନଙ୍କୁ ଯିବାକୁ ଦେବାକୁ କହିଛି ହମାସ । ଏହା ଭିତରେ ଚାଞ୍ଚଲ୍ୟକର ଖୁଲ୍ଲାସା କରିଛି ଆଇଡିଏଫ । ଗାଜାର ସବୁଠୁ ବଡ ହସ୍ପିଟାଲରେ ତଳେ ରହିଛି ହମାସ ଅଣ୍ଡରଗ୍ରାଉଣ୍ଡ ଆଡ୍ଡା । ଯାହା ଅସ୍ତ୍ରଶସ୍ତ୍ରରେ ଭରପୂର ରହିଛି । ଏନେଇ ଏକ ପ୍ରତିକାତ୍ମକ ଭିଡିଓ ଜାରି କର ସୂଚନା ଦେଇଛି ଇସ୍ରାଏଲ ସେନା । ଆଇଡିଏଫ କହିଛି ଏହା ହମାସା ମୁଖ୍ୟାଳୟ ଓ ଏଠାରୁ ହିଁ ହମାସର ସବୁ ଅପରେସନ ପରିଚାଳିତ କରୁଛି ।

ଅଲ-ଶିଫା ହେଉଛି ଗାଜାର ସବୁଠୁ ବଡ ହସପିଟାଲ । ସାଧାରଣ ନାଗରିକଙ୍କୁ ଢାଲ କରିଛି ହମାସ । ସେପଟେ ଗତକାଲି ପୁଣିଥରେ ପଶ୍ଚିମ ଗାଜା ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା ଇସ୍ରାଏଲ । ଫଳରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏହାସହ ଗାଜାରେ ମୋବାଇଲ ସେବା ଠପ୍ ହୋଇଯାଇଥିବା ଜଣାପଡିଛି । ଗାଜା ସିଟିର ଅଲ-ଜାୟତୁନ ଅଞ୍ଚଳରେ ଏକ ଚାରି ମହଲା ଘର ଉପରେ ହୋଇଥିବା ଆକ୍ରମଣରେ ଅତି କମରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କେନ୍ଦ୍ରୀୟ ଗାଜାର ନୁସିରାଟ ଶରଣାର୍ଥୀ ଶିବିର ଉପରେ ହୋଇଥିବା ବିମାନ ଆକ୍ରମଣରେ ଅନ୍ୟ ୮ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ୱାଫା କହିଛି। ଇସ୍ରାଏଲ-ହମାସ ଯୁଦ୍ଧରେ ୯ ହଜାର ଟପିଲା ମୃତ୍ୟୁ ସଂଖ୍ୟା । ଗାଜାରେ ୭୭୦୩ ଓ ଇସ୍ରାଏଲରେ ୧୪୦୦ ଜଣଙ୍କ ମୃତ୍ୟୁ ।  ଗାଜାରେ ୧୯ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା