Masthead

ନେତୃତ୍ୱକୁ ନେଇ ମୋର କୌଣସି ବ୍ୟକ୍ତିଗତ ଇଚ୍ଛା ନାହିଁ : ନୀତିଶ କୁମାର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଗକୁ ଆସୁଛି ନିର୍ବାଚନ । ନିର୍ବାଚନ ପାଇଁ ସବୁ ଦଳ କସରତ କରିବା ଆରମ୍ଭ କରିଦେଲେଣି । ଏବେ ସମ୍ନାକୁ ଆସିଛି ବିହାର ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ । ୨୦୨୪ରେ ଦେଶରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ନେଇ ବିହାର ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ । ଭାରତ ଯୋଡ ଯାତ୍ରା ପରେ କଂଗ୍ରେସ ସାମ୍ନାକୁ ଆସିବା ଆବଶ୍ୟକ ରହିଛି । ଏହାସହ ବିରୋଧୀମାନଙ୍କୁ କିଭଳି ତୁରନ୍ତ ଏକାଠି କରାଯାଇ ପାରିବ ତାହା ଉପରେ କଂଗ୍ରେସ ତୁରନ୍ତ ଚେଷ୍ଟା କରିବା ଦରକାର ।

ବିହାରର ରାଜଧାନୀ ପାଟନାରେ ସିପିଆଇର ରାଷ୍ଟ୍ରୀୟ କନଭେନସନରେ ଉପସ୍ଥିତ ରହି ନୀତିଶ କୁମାର ଏଭଳି ବୟାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ପଦକୁ ନେଇ ନୀତିଶ କହିଛନ୍ତି କି, ନେତୃତ୍ୱକୁ ନେଇ ମୋର କୌଣସି ବ୍ୟକ୍ତିଗତ ଇଚ୍ଛା ନାହିଁ । ମୁଁ କେବଳ ପରିବର୍ତନ ଚାହୁଁଛି, ସମସ୍ତେ ମିଶି ଯାହା ନିଷ୍ପତ୍ତି କରିବେ ତାହା ହିଁ ହେବ । ନୀତିଶ କହିଛନ୍ତି କି ଏବେ କଂଗ୍ରେସ ଆଗକୁ ଆସି ବିନା ଡେରିରେ ବିରୋଧୀମାନଙ୍କୁ ଏକଜୁଟ କରିବାର ସମୟ ଆସିଛି ।

ଏହାସହ ଗଣମାଧ୍ୟମ ପ୍ରଶ୍ନର ଉତର ଦେଇ ବିହାର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏନେଇ ସେ ଅପେକ୍ଷା କରିଛନ୍ତି ଓ ଏହା ପୂର୍ବରୁ ଦିଲ୍ଲୀ ଯାଇ ରାହୁଲ ଓ ସୋନିଆଙ୍କ ସହ ଆଲୋଚନା କରିଛନ୍ତି । ଏହା ବ୍ୟତୀତ ସଲମାନ ଖୁର୍ସିଦଙ୍କ ମାଧ୍ୟମରେ କଂଗ୍ରେସ ନେତୃତ୍ୱଙ୍କୁ ପରାମର୍ଶ ଦେଇଛନ୍ତି କି, ଯଦି କଂଗ୍ରେସ ବିରୋଧୀମାନଙ୍କୁ ଏକାଠି କରିବାରେ ସମର୍ଥ ହେବ ତେବେ ବିଜେପି ୧୦୦ ଆସନରେ ଅଟକି ଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୁଦ୍ଧକ୍ରିୟା ପାଇଁ ଆସି ଭାସିଗଲେ 🔴 ମାଟି ତଳୁ ମାଓ ସାମଗ୍ରୀ ଜବତ 🔴 ‘ଶ୍ରୀଜଗନ୍ନାଥଙ୍କୁ ବିକୃତ ପ୍ରଦର୍ଶନ ଶାସ୍ତ୍ର ବିରୋଧୀ’ 🔴 ମେଡିକାଲରୁ ଫେରାର ମାରିଲା ଅଭିଯୁକ୍ତ 🔴 ୨୪ ଘଣ୍ଟା ଭିତରେ ବର୍ଷା ସମ୍ଭାବନା 🔴 ସେପ୍ଟେମ୍ବର ୨୨ରୁ ମୌସୁମୀ ଅଧିବେଶନ 🔴 ପାହାଳ ମିଠା ଦୋକାନରେ ବଡ଼ ଧରଣର ରେଡ୍!,ଚାଲିଛି ଜୋରଦାର ଯାଞ୍ଚ 🔴 ପାକିସ୍ତାନ ସୀମା ନିକଟରେ ଗର୍ଜିବ ଆମେରିକୀୟ F35 !, ‘ତରଙ୍ଗ ଶକ୍ତି ୨୦୨୬’ରେ ଦେଖାଇବ ଦମ୍ 🔴 ଆରମ୍ଭ ହେଲା ରଥ ଭଙ୍ଗା କାର୍ଯ୍ୟ 🔴 ସାପ କାମୁଡାରେ ଭାଇ ଭଉଣୀଙ୍କ ମୃତ୍ୟୁ 🔴 ସୁଦ୍ଧକ୍ରିୟା ପାଇଁ ଆସି ଭାସିଗଲେ 🔴 ମାଟି ତଳୁ ମାଓ ସାମଗ୍ରୀ ଜବତ 🔴 ‘ଶ୍ରୀଜଗନ୍ନାଥଙ୍କୁ ବିକୃତ ପ୍ରଦର୍ଶନ ଶାସ୍ତ୍ର ବିରୋଧୀ’ 🔴 ମେଡିକାଲରୁ ଫେରାର ମାରିଲା ଅଭିଯୁକ୍ତ 🔴 ୨୪ ଘଣ୍ଟା ଭିତରେ ବର୍ଷା ସମ୍ଭାବନା 🔴 ସେପ୍ଟେମ୍ବର ୨୨ରୁ ମୌସୁମୀ ଅଧିବେଶନ 🔴 ପାହାଳ ମିଠା ଦୋକାନରେ ବଡ଼ ଧରଣର ରେଡ୍!,ଚାଲିଛି ଜୋରଦାର ଯାଞ୍ଚ 🔴 ପାକିସ୍ତାନ ସୀମା ନିକଟରେ ଗର୍ଜିବ ଆମେରିକୀୟ F35 !, ‘ତରଙ୍ଗ ଶକ୍ତି ୨୦୨୬’ରେ ଦେଖାଇବ ଦମ୍ 🔴 ଆରମ୍ଭ ହେଲା ରଥ ଭଙ୍ଗା କାର୍ଯ୍ୟ 🔴 ସାପ କାମୁଡାରେ ଭାଇ ଭଉଣୀଙ୍କ ମୃତ୍ୟୁ