Before Header

ମୁକୁଙ୍କ ପାଇଁ ଫେରିବେ ନନ୍ଦିନୀ ନନ୍ଦନ

0 3,708

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  ଅନେକ ଦିନ ପରେ ବିଜେଡି ନେତାଙ୍କ ସହ ଏକାଠି ହେଲେ ତଥାଗତ । ପୂର୍ବତନ ସାଂସଦ, ନନ୍ଦିନୀ ନନ୍ଦନ ତଥାଗତ ସତପଥୀ । କଥା ଭିତରକୁ ଯିବ ପୂର୍ବରୁ ଏ ଫଟୋ ଦେଖନ୍ତୁ । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ବୋଧେ କିଛି ଗୁରୁତ୍ୱପୂର୍ଣ୍ଣ କଥାରେ ବ୍ୟସ୍ତ ଅଛନ୍ତି । ପାଖରେ ଅଛନ୍ତି ନୟାଗଡ଼ ବିଧାୟକ ଅରୁଣ ସାହୁ, ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ । ଅବସର ଥିଲା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ମାଙ୍କ ଏକାଦଶାହର । ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଅନେକ ନେତା ପହଞ୍ଚିଥିଲେ । ଆଉ ଯେତେବେଳେ ଏତେ ରାଜନେତା ଏକାଠି ହେବେ, ସେତେବେଳେ ରାଜନୀତି ଚର୍ଚ୍ଚା ବା କେମିତି ବାଦ୍ ପଡ଼ିବ । ତେବେ ଏହି ଫଟୋକୁ ନେଇ ବେଶି ଚର୍ଚ୍ଚା ।

କାରଣ କାର୍ଯ୍ୟକ୍ରମକୁୁ ଆସିବାଠୁ ନେଇ ଯିବା ଯାଏ ବିଜେଡି ସଂଗଠନ ସମ୍ପାଦକଙ୍କୁ ବାବୁ ତଥାଗତଙ୍କ ସହ ବେଶି ଆଲୋଚନା କରୁଥିବାର ଦେଖିବାକୁ ମିଳିଥିଲା । ଯେବେକି ତଥାଗତ ଆଉ ବିଜେଡିରେ ସକ୍ରିୟ ନାହାନ୍ତି । ୨୦୧୯ରେ ଇଲେକ୍ସନ ଲଢିନାହାନ୍ତି । ସାମ୍ବାଦିକତାରେ ମନଦେବି, ପୁଅ କଥା ରହିଲା, ରାଜନୀତି ହାରିଲା କହି ପଲିଟିକ୍ସରୁ ନିଜକୁ ଦୂରେଇ ରଖିଛନ୍ତି । କିନ୍ତୁ ୨୪ ଇଲେକ୍ସନର ଠିକ୍ ପୂର୍ବରୁ ତଥାଗତ ପୁଣି ପଲିଟିକ୍ସ ପାଇଁ ମନ ବଳେଇଥିବା ଶୁଣିବାକୁ ମିଳୁଛି । ଏନେଇ ସେ ସାର୍ବଜନୀନ ଭାବେ କିଛି କହିନାହାନ୍ତି । ହେଲେ ବିଜେଡିରେ ଥିବା କିଛି ବନ୍ଧୁ ତାଙ୍କୁ ଏଥିପାଇଁ ଆପ୍ରୋଚ୍ କରୁଥିବା କୁହାଯାଉଛି ।

ତେବେ ତଥାଗତ ପଲିଟିକ୍ସକୁ ଫେରିବାକୁ ନିଜଆଡୁ ଚାହୁଁଛନ୍ତି ନା ବିଜେଡି ତାଙ୍କୁ ଫେରାଇବାକୁ ଚାହଁଛି ତାହା ଯେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ, ତାହାଠୁ ବେଶି ଗୁରୁତ୍ୱପୂର୍ଣ୍ଣ ହେଉଛି, ତଥାଗତ ୨୪ରେ ବିଜେଡି ଟିକେଟରୁ ପୁଣି ଢେଙ୍କାନାଳ ଏମପି ପାଇଁ ପ୍ରାର୍ଥୀ ହୋଇପାରନ୍ତି । ଯେଉଁ ଢେଙ୍କାନାଳରୁ ପ୍ରାର୍ଥୀ ହେବାକୁ ବିଜେପିର ଓଡ଼ିଶା ପୋଷ୍ଟର ବୟ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଜନା କରୁଥିବା କୁହାଯାଉଛି । ଧର୍ମେନ୍ଦ୍ର ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପୁଅ । ୨୦୦୦ରେ ସେ ପାଲଲହଡାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୪ରେ ଦେବଗଡ ଲୋକସଭା ଆସନର ସାଂସଦ ହୋଇଥିଲେ । ଏସବୁ ଥିଲା ବିଜେଡି-ବିଜେପି ମେଂଟ ବେଳେ । ମେଂଟ ଭାଙ୍ଗିଲା, ୨୦୦୯ରେ ସୀମା ପୁନଃନିର୍ଦ୍ଧାରଣ ହେଲା ।

ଧର୍ମେନ୍ଦ୍ର ପୁଣି ଓହ୍ଲାଇଲେ ବିଧାନସଭା ମୈଦାନକୁ । କିନ୍ତୁ ଏଥର ବିନା ମେଂଟରେ ଜିତିପାରିଲେନାହିଁ । ପରେ ପ୍ରଥମେ ବିହାର, ତାପରେ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ହୋଇ ମୋଦି ସରକାରରେ ପାୱାରଫୁଲ କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ୧୪ କିମ୍ବା ୧୯ରେ ପ୍ରତ୍ୟକ୍ଷ ନିର୍ବାଚନ ମଇଦାନକୁ ଓହ୍ଲାଇନାହାନ୍ତି । ବିଜେପି ତାଙ୍କୁ ଦଳର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ପ୍ରୋଜେକ୍ଟ କରୁଥିବାରୁ ସେ ନିର୍ବାଚନରେ ପ୍ରାର୍ଥୀ ହୁଅନ୍ତୁ ବୋଲି ଦଳୀୟ କର୍ମୀ ଅନେକ ସମୟରେ କହିଆସୁଛନ୍ତି । ତେଣୁ ତାଳଚେର ବିଧାନସଭା କିମ୍ବା ଢେଙ୍କାନାଳ ଲୋକସଭାରୁ ପ୍ରାର୍ଥୀ ହେବାପାଇଁ ଧର୍ମେନ୍ଦ୍ର ଅଙ୍କ କଷୁଥିବା ଆଲୋଚନା ହେଉଛି ।

ଏଭଳି ସମୟରେ ମୁକୁଙ୍କୁ ଚେକ୍ ଦେବାକୁ ବିଜେଡି ବି ଚେହେରା ଖୋଜୁଛି । ଯେଉଁ ଚେହେରା ଭାବେ ଏବେର ସାଂସଦ ମହେଶ ସାହୁ ଫିଟ୍ ବସୁ ନଥିବା ଅନେକ କହୁଛନ୍ତି । ଅବଶ୍ୟ ମହେଶ ଗ୍ରାଉଣ୍ଡ ଜିରୋର ନେତା, ଲୋକଙ୍କ ସହ ସୁସଂପର୍କ ରଖନ୍ତି କିନ୍ତୁ କିଛି ବିଧାୟକଙ୍କ ସହ ତାଙ୍କର ଭଲ ପଡୁ ନ ଥିବା କୁହାଯାଉଛି । ଏହି ସୁଯୋଗରେ ପୁଣି ଢେଙ୍କାନାଳ ମଇଦାନରେ ଏଣ୍ଟ୍ରି ମାରିପାରନ୍ତି ଧରିତ୍ରୀର ସମ୍ପାଦକ ପୂର୍ବତନ ସାଂସଦ ତଥାଗତ ସତପଥୀ । ଚାରି ଥର ସାଂସଦ ହୋଇଛନ୍ତି ତଥାଗତ । ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ସତପଥୀଙ୍କ ପୁଅ । ସେ ଧର୍ମେନ୍ଦ୍ରଙ୍କ ଭଳି ହେଭି ଚେହେରାଙ୍କ ବିପକ୍ଷରେ ଫିଟ୍ ବସିବେ ବୋଲି ବିଜେଡି ଜାଣିଛି । ସେଲାଗି ମୁକୁଙ୍କ ଟକ୍କରରେ ତଥାଗତଙ୍କୁ ପୁଣି ମୈଦାନକୁ ଫେରାଇବାକୁ ଯୋଜନା ହେଉଛି ।

Leave A Reply

Your email address will not be published.