Masthead

ଏକାଠି ହେଲେ ଗମାଙ୍ଗ-ଜେବିଙ୍କ ପୁଅ, ବଢିବ ବିଆରଏସ୍ ବଳ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଆଉ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ । ଏକା ସାଥୀରେ ଲଞ୍ଚ୍, ଠିକ୍ ସେତିକିବେଳେ ଯେତେବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନେଇଛନ୍ତି ଓଡ଼ିଶାରେ କେସିଆରଙ୍କ ବିଆରଏସ ପ୍ରବେଶର ଦାୟିତ୍ୱ । ସାଥୀ ହୋଇ ଅନେକଙ୍କ ସହ ଲଞ୍ଚ୍ କରୁଥିବା ଏହି ୨ ଜଣ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ । ସାଥିରେ ଅଛନ୍ତି ଗିରିଧରଙ୍କ ପୁଅ ତଥା ବରିଷ୍ଠ ବିଆରଏସ ନେତା ଶିଶିର ଗମାଙ୍ଗ ।

ଏ ଫଟୋ ଖାଲି ଲଞ୍ଚର ନା ରାଜନୀତିରେ ପୃଥ୍ୱୀବଲ୍ଲଭଙ୍କ ଲଞ୍ଚିଂର । ତେବେ ଯାହା ଆନୁଷ୍ଠାନିକ ଭାବେ କୁହାଯାଇଛି ଏମାନେ ଏକାଠି ହୋଇଥିଲେ ଘରୋଇ ବନ୍ଧୁ ମାନସ ବକ୍ସିଙ୍କ ଘରେ । ପ୍ରସଙ୍ଗ ପଡିଥିଲା ଓଡ଼ିଶାରେ ଅଫିସର ରାଜ୍ ବିଷୟରେ । କିଭଳି ଜନପ୍ରତିନିଧିଙ୍କ କ୍ଷମତା ଖସୁଛି । ଗଣତନ୍ତ୍ରକୁ କିଛି ଅଫିସର ହତ୍ୟା କରୁଛନ୍ତି ସେ ସମ୍ପର୍କରେ ଆଲୋଚନା ହୋଇଥିଲା ।

 ବାକି ଯାହା କୁହାଯାଇନି ତାହା ଅନୁମାନ କରାଯାଇପାରେ, ବିଶ୍ଲେଷଣ କରାଯାଇପାରେ କିଛି ଏମିତି । ହୁଏତ ଆଗକୁ ବିଆରଏସରେ ମିଶି ପାରନ୍ତି ଜେବିଙ୍କ ପୁଅ ପୃଥ୍ୱୀବଲ୍ଲଭ । ଓଡ଼ିଶା ରାଜନୀତିର ଚାଣକ୍ୟ, ୩ଥରର ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ଜାନକୀବଲ୍ଲଭ ପଟ୍ଟନାୟକ । ରାଜନୀତିରେ ବିଜୁବାବୁଙ୍କ ସହ ସମକକ୍ଷ, କ୍ଷମତା ଦୃଷ୍ଟିରୁ ଦେଖିଲେ ଅଧିକ ସଫଳ । ରାଜ୍ୟରେ କୋଣଅନୁକୋଣରେ ତାଙ୍କର ବ୍ୟକ୍ତିଗତ ସଙ୍ଗଠନ । କିନ୍ତୁ ତାଙ୍କ ଦେହାନ୍ତ ପରେ ତାଙ୍କ ପୁଅ ପୃଥ୍ୱୀବଲ୍ଲଭ ରାଜନୀତିକୁ ଆସିନଥିଲେ । ଅନେକ ସମୟରେ ତାଙ୍କୁ ନେଇ ଚର୍ଚ୍ଚା ହୁଏ କିନ୍ତୁ ସେ ସବୁ କେବଳ ଚର୍ଚ୍ଚାରେ ସୀମିତ ରୁହେ ।

ଏବେ ଗିରିଧର ଓ ଶିଶିରଙ୍କ ସହ ପୃଥ୍ୱୀବଲ୍ଲଭଙ୍କ ମିଟିଂ ପୁରୁଣା ଚର୍ଚ୍ଚାକୁ ତାଜା କରିଛି । ଗିରିଧର ଓ ଜାନକୀ ଏକାଠି ସରକାରରେ ଥିଲେ । ସେତେବେଳେ କଂଗ୍ରେସର ୨ ତୁଙ୍ଗ ନେତା । ଶେଷ ପାଳିରେ ଜାନକୀ ହଟିବା ପରେ କଂଗ୍ରେସ ହାଇକମାଣ୍ଡ ଗିରିଧରଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା । ଏବେ ବାପାଙ୍କ ପୁରୁଣା ସାଥୀ ବିଜେପି ପରେ ବିଆରଏସରେ । ରାଜନୀତିର ଲମ୍ବା ଅନୁଭବ ଗିରିଧରଙ୍କ ପାଖରେ । ଓଡ଼ିଶାରେ ଖୁବ ସିରିୟସ୍ ପ୍ଲାନ ନେଇ ଇଲେକ୍ସନ ମଇଦାନକୁ ଓହ୍ଲାଉଛି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ପାର୍ଟି । ସେଥିରେ ଯଦି ଜେବିଙ୍କ ପୁଅ ଯୋଡ଼ି ହୁଅନ୍ତି ନିଶ୍ଚୟ ପାର୍ଟିକୁ ଅଧିକ ବଳ ମିଳିବ । ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ