Masthead

ଟାଟାର ଦାଦାଗିରି ଓ ମନମାନି ବିରୋଧରେ ଆନ୍ଦୋଳନ

ସୁକିନ୍ଦା (ବଡ଼ ଖବର ବ୍ୟୁରୋ): ଟାଟା ବିରୋଧରେ ଗଣ ଆନ୍ଦୋଳନ ଡାକିଲେ ଶ୍ରମିକ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ । ଟାଟାର ମନମାନି ଓ ଦାଦାଗିରି ବିରୋଦଧରେ ସୁକିନ୍ଦା ଅଂଚଳ ରେ ଦିନ କୁ ଦିନ ଜନ ଅସନ୍ତୋଷ ବୃଦ୍ଧି ହେଉଥିବା ବେଳେ ଏବେ ଖୋଦ୍ ଶାସକ ବିଜୁ ଜନତା ଦଳ ଟାଟା ବିରୋଧୀ ନାରା ଦେଇ ଗଣ ଆନ୍ଦୋଳନ ଡାକରା ଦେଇଛି । ପୂର୍ବତନ ମନ୍ତ୍ରୀ ତଥା ଶ୍ରମିକ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଓ ବିଜେଡି ବିଧାୟକ ପ୍ରୀତିରଂଜନ ଘଡାଇଙ୍କ ଆହ୍ବାନ କ୍ରମେ ଆଜି ଠାରୁ ଯାଜପୁର ଜିଲ୍ଲା ସୁକିନ୍ଦା କାଳିଆପାଣି ଖଣି ଅଂଚଳରେ ଥିବା ଟାଟା (ଟିଏସଏମେଲ) ଫାଟକ ସମ୍ମୁଖରେ ଗଣ ଆନ୍ଦୋଳନ ଡାକରା ଦେଇଛି ସଂଘ ।

ତେବେ ସଂଘ ପକ୍ଷରୁ ୭ ଦଫା ଦାବି ନେଇ ଏହି ଆନ୍ଦୋଳନ ଡାକରା ଦିଆ ଯାଇଥିବା ଜଣାପଡିଛି । ଯଦି ପ୍ରଶାସନ ସେମାନଙ୍କ ଦାବି ନ ମାନେ ତେବେ ଏହି ଗଣ ଆନ୍ଦୋଳନ ଅନଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବା ସହ ଖଣି ଅଂଚଳରୁ ମାଲ ପରିବହନକୁ ମଧ୍ୟ ସଂପୂର୍ଣ୍ଣ ଭାବରେ ବନ୍ଦ କରାଯିବା ନେଇ ସଂଘ ଚେତାବନୀ ଦେଇଛି ।

ସେପଟେ ନିର୍ବାଚନ ପୂର୍ବରୁ ଶାସକ ବିଜେଡି କିଭଳି ବେକାରି ଓ ସ୍ଥାନୀୟ ବିକାଶ କଥା ମନେ ପକେଇଲା ତାକୁ ନେଇ ବିରୋଧି ପ୍ରଶ୍ନ ଉଠାଇଥିବା ବେଳେ ବିଜେପି କହିଛି ପଂଚାୟତ ନିର୍ବାଚନ ପାର କରିବାକୁ ଶାସକ ଦଳ ସବୁବେଳେ ଏହି ଗୋଟିଏ ଚାଲ କରି ଆସିଛି । ନିର୍ବାଚନ ଆସିଲେ ଭିବିନ୍ନ ଖଣିରେ ଅନ୍ଦୋଳନ କରି ସ୍ଥାନୀୟ ଯୁବକମାନଙ୍କ ପାଖରୁ ଲେଖା ନେଈ ଚାକିରି ଦେବାକୁ କହିବାକୁ ଏହା ଏକ ମାଧ୍ୟମ ବନେଇଥିବା ଅଭିଯୋଗ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ