Masthead

ନୃସିଂହନାଥଙ୍କୁ ପ୍ରାର୍ଥନାକରି କେନ୍ଦ୍ରମନ୍ତ୍ରୀଙ୍କୁ ଏମିତି ଟାର୍ଗେଟ କଲେ ନବୀନ

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ): ଇଲେକ୍ସନ ଆସୁଛି, ବଦଳୁଛି ନବୀନଙ୍କ ତେୱର । ନିଶାନାରେ କେନ୍ଦ୍ର ମନ୍ତ୍ରୀ ସାକ୍ଷୀ ନୃସିଂହନାଥ । କୁହାଯାଏ ନବୀନ ବିରୋଧୀଙ୍କୁ ସମାଲୋଚନା କରନ୍ତି ନାହିଁ କି ସିଧା ଟାର୍ଗେଟ କରନ୍ତି ନାହିଁ । କିନ୍ତୁ ପଦ୍ମପୁରରେ ପଲିଟିକ୍ସ ଯେମିତି ୨୪ ପାଇଁ ନବୀନଙ୍କ ପ୍ରସ୍ତୁତିର ସଙ୍କେତ ଦେଉଥିଲା । ଆଉ ଥରେ ଶୁଣିନିଅନ୍ତୁ ପାଇକମାଳ ମଞ୍ଚରେ ନବୀନଙ୍କ ଭାଷଣର ସେହି ଅଂଶ । ବର୍ଷେ ଭିତରେ ଜିଲ୍ଲା ହେବ ପଦ୍ମପୁର । ବାଇ ଇଲେକ୍ସନରେ ଦିଆଯାଇଥିବା ପ୍ରତିଶୃତିକୁ ଦୋହରାଇଲେ ସିଏମ । ନିଜେ ଯାହା କହିଥିଲେ ତାହା ପାଳନ କରାଯାଉଛି ବୋଲି ବାର୍ତ୍ତା ଦେଇଥିଲେ । ଏସବୁ ନବୀନଙ୍କ ଚିରାଚରିତ ଷ୍ଟାଇଲ ।

କଥାରେ ନୁହେଁ କାମରେ ବିଶ୍ୱାସ କରୁ ବୋଲି ସ୍ଲୋଗାନ ଦେଇ ଭୋଟ ଟାଣିବାର କୌଶଳ ଜାଣନ୍ତି ମୁଖ୍ୟମନ୍ତ୍ରୀ । ନିଜ ଦଳର ସଫଳତା କଥା କହନ୍ତି । ହେଲେ ବିରୋଧୀଙ୍କୁ ସିଧାସଳଖ ଟାର୍ଗେଟ କରିବା ରଣନୀତି ନବୀନଙ୍କ ପାଖରେ ଦେଖିବାକୁ ମଳୁନଥିଲା । ଅବଶ୍ୟ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପିର ଅଭିବୃଦ୍ଧି ଓ ୨୦୧୯ ନିର୍ବାଚନ ପ।ଇଁ ଆଗ୍ରେସନକୁ ଦେଖି ଏଭଳି ସିଧା ଟାର୍ଗେଟ ଷ୍ଟାଇଲ ଦେଖାଇଥିଲେ ନବୀନ । କିନ୍ତୁ ନିର୍ବାଚନ ପରେ ପୁଣି ପୂରୁଣା କୌଶଳକୁ ଫେରିଯାଇଥିଲେ । ଏବେ ୨୪ ନିର୍ବାଚନ ପୂର୍ବରୁ କେନ୍ଦ୍ରମନ୍ତ୍ରୀଙ୍କୁ ସିଧା ଟାର୍ଗେଟ କରି ଲଢେଇରେ ଶଙ୍ଖନାଦ କରିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀମାନଙ୍କୁ ସେମାନଙ୍କ ପ୍ରତିଶୃତିକୁ ମନେପକେଇବାକୁ ନୃସିଂହନାଥଙ୍କୁ ପ୍ରାର୍ଥନା କରିଥିବା କଥା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ