ବିଧାନସଭାରେ କାହା ରଣନୀତି ହେବ ସଫଳ? ଲୁଚିଯିବ କି ନବ ହତ୍ୟା ପ୍ରସଙ୍ଗ?

ଭୁବନେଶ୍ୱର( ବଡ଼ ଖବର ବ୍ୟୁରୋ): ଜଣେ ମନ୍ତ୍ରୀଙ୍କୁ ଦିନ ଦ୍ୱିପ୍ରହରରେ ହତ୍ୟା କଲା ପୋଲିସ । ବିରୋଧୀ ଦଳ ନେତା ପୋଲିସ ମୁଥ ମରାମରି । ବିଧାନସଭା ପୂର୍ବରୁ ଏହି ଦୁଇଟି ପ୍ରସଙ୍ଗରେ ଉଠୁୁଛି ପଡ଼ୁଛି ରାଜ୍ୟ । ବିଜେପିର ଫୋକସ ନବ ଦାସଙ୍କ ଉପରେ । ନବଙ୍କ ଉପରୁ ଫୋକସ ଉଠାଇବାକୁ ବିଜେଡିର ପୂରା ଫୋକସ ଜୟଙ୍କ ଉପରେ । ଚୁଲିକୁ ଯାଇସାରିଲାଣି ଚାଉଳ-ଆଇନଶୃଙ୍ଖଳା ଲଢେଇ । ଏବେ ହଟ୍ ଟପିକ୍ ଜୟନାରାୟଣ । ଯେତେବେଳେ ଖୋଦ୍ ବିରୋଧୀ ଦଳ ନେତାଙ୍କୁ ନେଇ ହୋ ହାଲ୍ଲା, ଠିକ୍ ସେତିକିବେଳେ ବିଧାନସଭା ଆରମ୍ଭ ହେଲେ ସ୍ଥିତି କ’ଣ ହେବ ଠିକ୍ ବୁଝିହେଉଛି ।

ସୋମବାର ବସିବ ସର୍ବଦଳୀୟ ବୈଠକ । କେମିତି ଗୃହ ସୁରୁଖୁରରେ ଚାଲିବ ଆଲୋଚନା କରିବେ ବାଚସ୍ପତି । ଏହାପରେ ସବୁଦଳର ବିଧାୟକ ଦଳ ବୈଠକ ବି ବସିବ । ମଙ୍ଗଳବାରରୁ ଲଢେଇ ବିଧାନସଭାରେ ପହଂଚିବ । ଗୃହ କେତେ ଚାଲିବ, କେମିତି ଚାଲିବ ତାକୁ ନେଇ ଚର୍ଚ୍ଚା । ଗୃହ ଭିତରେ ବିରୋଧୀ ଦଳ ନେତାଙ୍କ ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି । ଯେତେବେଳେ ସିଧା ତାଙ୍କୁ ଆଟାକ୍ ହେବ ଆଉ ଏପଟୁ କାଉଂଟର ଆଟାକ୍, ସେତେବେଳେ ଗୃହ ପରିଚାଳନା ସହଜ ହେବନି । ଆଉ ତାହା ଭିତରେ ନବ ଦାସଙ୍କ ହତ୍ୟା ଭଳି ସମ୍ବେଦନଶୀଳ ପ୍ରସଙ୍ଗ ଲୁଚିଯିବ ବୋଲି ଆଶଙ୍କା କରୁଛି ବିଜେପି । ଏହି ପ୍ରସଙ୍ଗରେ କଂଗ୍ରେସ ବି ପ୍ରତିକ୍ରିୟା ରଖିଛି । ଯାହାର ଜବାବ ରଖିଛି ବିଜେଡି । ତେବେ ଏକଥା ଥୟ, ଏଥର ବିଧାନସଭା ବେଶ୍ ସରଗରମ ହେବ । ତେବେ ନବ ଦାସଙ୍କ ହତ୍ୟା ନା ଜୟନାରାୟଣଙ୍କ ପ୍ରସଙ୍ଗ ଭାରି ପଡ଼ିବ ତାହା ଚର୍ଚ୍ଚାର ବିଷୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!