Masthead

ଚଳନ୍ତା ଟ୍ରେନରୁ ଅଳ୍ପକେ ବର୍ତ୍ତିଲେ ଯୁବକ

ଗଞ୍ଜାମ(ବଡ଼ ଖବର ବ୍ୟୁରୋ): ଚଳନ୍ତା ଟ୍ରେନର ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ଯୁବକ । ଦେବଦୂତ ସାଜି ଜୀବନ ବଞ୍ଚାଇଲେ ଆରପିଏଫ୍ କନଷ୍ଟେବଳ । ଟ୍ରେନରୁ ଖସିପଡିବା ପରେ ରେଳଧାରଣା ମଧ୍ୟକୁ ପଶି ଯାଇଥିଲେ ଯାତ୍ରୀ ଜଣଙ୍କ । ଏହି ସମୟରେ ଦେବଦୂତ ସାଜି ଜୀବନ ବଞ୍ଚାଇଲେ ଆରପିଏଫ ଯବାନ । ବ୍ରହ୍ମପୁର ରେଳ ଷ୍ଟେସନରେ ଏଭଳି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯାହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ ଯାତ୍ରୀ ଜଣକ ଟ୍ରେନରେ ଆସୁଥିବା ବେଳେ ଜଣେ ଆରପିଏଫ ଯବାନ ଷ୍ଟେସନରେ ଛିଡା ହୋଇଥିଲେ । ଏହି ସମୟରେ ଚଳନ୍ତା ଟ୍ରେନ ମଧ୍ୟରୁ ଜଣେ ଯୁବକ ବାହାରକୁ ଆସିବାକୁ ଚେଷ୍ଠା କରି ତଳେ ପଡିଯାଇଥିଲେ ।

ଏହା ଦେଖି ସଙ୍ଗେ ସଙ୍ଗେ ଆରପିଏଫ କନେଷ୍ଟବଳ ତାଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ହୋଇଥିବା ଯୁବକ ଆସାମର ହୋଇଥିବା ସୂଚନା । ଯାତ୍ରୀ ଜଣଙ୍କ ଆସାମ ଜଖଲପୁର ଅଞ୍ଚଳର ଜୟ ଶଙ୍କର ମୁଣ୍ଡା । ସେ ବ୍ରହ୍ମପୁରରୁ ଚେନ୍ନାଇ ନିମନ୍ତେ ପରିବାର ସହ ଯାତ୍ରା ଅଭିମୁଖେ ବାହାରିଥିଲେ । କିନ୍ତୁ ଅଜାଣତରେ ସେ ପ୍ଲାଟଫର୍ମ ନଂ ୧ ରେ ଛିଡା ହୋଇଥିବା ଏକ ଭୁଲ ଟ୍ରେନରେ ଚଢ଼ି ଯାଇଥିଲେ । ଭୁଲ ଟ୍ରେନରେ ଚଢ଼ିଥିବା ସେ ଜାଣିବା ପରେ ପରିବାରକୁ ପ୍ରଥମେ ଓହ୍ଲାଇ ଦେଇଥିଲେ । କିନ୍ତୁ ସେ ଓହ୍ଲାଇବା ବେଳକୁ ଟ୍ରେନ ଟି ଦୁର୍ଭାଗ୍ୟ ବଶତଃ ଛାଡ଼ି ଦେଇଥିଲା ।

ତଥାପି ପରିବାର ପାଇଁ ସେ ଚଳନ୍ତା ଟ୍ରେନରୁ ଡେଇଁବା ପାଇଁ ଚେଷ୍ଟା କରି ରେଳ ଧାରଣା ଭିତରକୁ ଟାଣି ହେଇଯାଇଥିଲେ । କିନ୍ତୁ ସେହି ସମୟରେ ପ୍ଲାଟଫର୍ମରେ ଡ୍ୟୁଟିରେ ଥିବା ଆରପିଏଫ୍ କନଷ୍ଟେବଳ ସୂର୍ୟ୍ୟକାନ୍ତ ସାହୁ ନିଜର ଉପସ୍ଥିତ ବୁଦ୍ଧି ଓ ସାହସିକତା ଦେଖାଇ ଦେବଦୂତ ସାଜି ତାଙ୍କୁ ମୃତ୍ୟୁ ମୁଖରୁ ଟାଣି ଆଣିଥିଲେ । କନଷ୍ଟେବଳଙ୍କ ଉପସ୍ଥିତ ବୁଦ୍ଧି ଓ ସାହସିକତାକୁ ସମସ୍ତ ଆରପିଏଫ୍ କର୍ମଚାରୀ ଓ ଉପସ୍ଥିତ ଯାତ୍ରୀ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼